Home Left

ନୟାନ୍ତ କଲାଣି ନିଷିଦ୍ଧ ନିଶା

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲାରେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରୁନାହିଁ। ପୋଲିସ, ଅବକାରୀ ବିଭାଗର ଉଦ୍ୟମ ସତ୍ତ୍ୱେ ମାଫିଆମାନେ ମଧ୍ୟସ୍ଥଙ୍କ ଜରିଆରେ ବ୍ୟବସାୟ ଚଳାଇଛନ୍ତି। ଏହାଦ୍ୱାରା କେବଳ ଯୁବପିଢ଼ି ପ୍ରଭାବିତ ହେଉନାହାନ୍ତି, ଅଧିକନ୍ତୁ ସହରରେ ଲୁଟ୍‌,…

ଏହି କାରଣରୁ ଏବେ ଓଟିଟିରେ ରିଲିଜ୍‌ ହେବନି ଫିଲ୍ମ ‘ଉଁଚାଇ’

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଉଁଚାଇ’ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ବକ୍ସ ଅଫିସରେ ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି। ତେବେ ପ୍ରଶଂସକମାନେ ଆଶା କରୁଥିଲେ ଯେ, ଖୁବ୍‌ଶୀଘ୍ର ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ। ହେଲେ ରାଜଶ୍ରୀ…

ସ୍ବାର୍ଥରକ୍ଷା ପାଇଁ ସୁରକ୍ଷା

ଅନୁଗୋଳ ଅଫିସ, ୭।୧୨: ଅନେକ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମରାଯାଉଛି। ମୋବାଇଲ ଛଡ଼ାଇ ଭାଙ୍ଗି ଦିଆଯାଉଛି। ଆକ୍ରୋଶ ମନୋଭାବ ରଖି ହଇରାଣ କରାଯାଉଛି। ଦଲାଲଙ୍କ ପ୍ରବେଶ ରୋକିବା ପରିବର୍ତ୍ତେ ସେମାନଙ୍କ ସହ ସାଲିସ କରି ରୋଗୀ ଓ ସମ୍ପର୍କୀୟଙ୍କଠାରୁ ଅର୍ଥ…

ମନୋରମ ବେଳାଭୂମି ଯମୁନାଶୂଳ

ଲଙ୍ଗଳେଶ୍ୱର, ୭।୧୨: ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। କୋଭିଡ କଟକଣା ପାଇଁ ଗତ ଦୁଇବର୍ଷ ଧରି ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା। ଏବେ ଚଳଚଞ୍ଚଳ ହୋଇଉଠିଛି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ବାଲେଶ୍ୱର ଜିଲାରେ ଥିବା ପର୍ଯ୍ୟଟନସ୍ଥଳୀ…

ସ୍କୁଲ ବାରଣ୍ଡାରେ ପାଠପଢ଼ା

ଯୋଡ଼ା,୭।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅଧୀନ କାଳିଆବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ବିପଦସଙ୍କୁଳ ଅବସ୍ଥାରେ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ସ୍କୁଲ ଛାତ ଫାଟି ଅଁା କରିଛି। କେତେବେଳେ ଗଳି ପଡ଼ିବ,ଏନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଛାତ୍ରୀଛାତ୍ର। ବ୍ଲକ ଆଦର୍ଶ ବିଦ୍ୟାଳୟକୁ…

ମୟୂରଭଞ୍ଜ କଳା,ସଂସ୍କୃତି ପ୍ରେରଣା ଦିଏ

ବାରିପଦା ଅଫିସ, ୭।୧୨:  ମୟୂରଭଞ୍ଜ ସାଂସ୍କୃତିକ ବିକାଶ ଅନୁଷ୍ଠାନ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ବାରିପଦା ଶହୀଦ ସ୍ମୃତିଭବନ ପରିସରରେ ଆୟୋଜିତ ହୋଇଯାଇଛି। ପଦ୍ମଭୂଷଣ ଯତୀନ ଦାସଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି ମହୋତ୍ସବରେ…

ଯୁକ୍ତ ୩ ପରୀକ୍ଷାଫଳକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୭।୧୨: ଗୋଟିଏ ପଟେ ଫୁଲବାଣୀ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ସ୍ବୟଂ ଶାସିତ ମାନ୍ୟତା ଉଠି ଯାଇଛି ା ଅନ୍ୟପଟେ ପିଲାଙ୍କ ସିଲାବସ ସମାପ୍ତ ନ କରି ପରୀକ୍ଷା କରାଯାଇଛି ା ଗତ ୪ ତାରିଖରେ ଯୁକ୍ତ ୩ର କଳା…

ପଞ୍ଜୀକୃତ ସବୁ ଚାଷୀଙ୍କ ଧାନ କିଣାଯାଉ

ଛତ୍ରପୁର,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ସମସ୍ତ ପଞ୍ଜୀକୃତ ଚାଷୀ ଓ ଭାଗଚାଷୀଙ୍କଠାରୁ ଧାନ କିଣିବା ଲାଗି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି ା ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ଅନୁରୋଧ କ୍ରମେ ଧାନକିଣା କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଋଷିକୁଲ୍ୟା…

ବେଆଇନ କୋଠା ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୭।୧୨:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିନା ପ୍ଲାନ ଆପ୍ରୁଭାଲରେ ସହର ମଧ୍ୟରେ ଶତାଧିକ କୋଠା ଗଢିଉଠିଛି। ଏଥିମଧ୍ୟରେ ସପିଂ ମଲ, ଆପାର୍ଟମେଣ୍ଟ୍‌, ହୋଟେଲ ଭଳି ବଡ଼ ବଡ଼ କୋଠା ରହିଛି। ଅନେକସ୍ଥାନରେ ପାର୍କିଂ ସ୍ଥଳ ନ ଥିବା ଦେଖିବାକୁ ମିଳିଛି।…

କେନାଲରେ ପାଣି ନାହିଁ, ରବି ଫସଲ ଚାଷୀ ନିରାଶ

କେନ୍ଦ୍ରାପଡା ଅଫିସ, ୭ା୧୨: ଖରିଫ ଧାନ ଚାଷ ସରିଛି। କେନ୍ଦ୍ରାପଡ଼ା ଜିଲାର ଚାଷୀ ରବି ଫସଲ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଏଥିରେ କ୍ଷେତକୁ ଜଳସେଚନ ଏବେ ବାଧକ ହୋଇଛି। କେନାଲରେ ବହୁ ବର୍ଷ ଧରି ରହିଥିବା ବିଲାତି ଦଳ ଶେଷ…

ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବିଜେଡି ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ବର, ୭।୧୨(ବ୍ୟୁରୋ): ପାର୍ଲାମେଣ୍ଟର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଇବାକୁ ଦାବି କରିଥିବା ଜଣାପଡ଼ିଛି। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ…

ଘରକୁ ଘର ପ୍ରଚାର ଲାଗି ଭାଜପା ନେତାଙ୍କୁ କହିଲେ ନଡ୍ଡା

ନୂଆଦିଲ୍ଲୀ,୭।୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରକୁ ଘର ଯାଇ ଲୋକଙ୍କ ସହ ଭାବାତ୍ମକ ସମ୍ପର୍କ ରଖିବାକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଙ୍ଗଳବାର ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri