ସରକାରୀ ସ୍ତରରେ ନାହିଁ ବଜାର ବ୍ୟବସ୍ଥା, ଫାଇଦାରେ ବ୍ୟବସାୟୀ

ମାଥିଲି,୧୫।୩ (ଡି.ଏନ.ଏ.): ଆଦିବାସୀମାନଙ୍କୁ ରୋଜଗାର ଯୋଗାଉଛି ଋତୁକାଳୀନ ବନଜାତ ଦ୍ରବ୍ୟ ମହୁଲ। ବଣ ପାହାଡ ଘେରା ମାଲକାନଗିରି ଜିଲାର ପ୍ରମୁଖ ବନଜାତ ଦ୍ରବ୍ୟ ମଧ୍ୟରେ ଏହି ମହୁଲ ଫୁଲ ଅନ୍ୟତମ। ଫେବୃଆରୀ, ମାର୍ଚ୍ଚ,ଏପ୍ରିଲ ୩ ମାସ ଧରି ମହୁଲ ଫୁଲ ସଂଗ୍ରହ କରି ଆଦିବାସୀମାନେ ଏଥିରୁ ରୋଜଗାର କରିଥାନ୍ତି। ଏହାକୁ ସଂଗ୍ରହ କରିବା ପାଇଁ ପରିବାରର ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଲାଗିପଡନ୍ତି। ସେମାନେ ଜଙ୍ଗଲ ଓ ଜମିରେ ଥିବା ମହୁଲ ଗଛ ନିକଟରେ ଜଗି ରହନ୍ତି। ପୂର୍ବାହ୍ନରୁ ଅପରାହ୍ନଯାଏ ଯେତେ ଫୁଲ ପଡେ ସେସବୁ ସାଙ୍ଗରେ ନେଇଥିବା ଏକ ବାଉଁଶ ତିଆରି ଚାଙ୍ଗୁଡ଼ିରେ ସଂଗ୍ରହ କରିଥାନ୍ତି। ସେମାନଙ୍କ ଦ୍ୱାରା ଦିନକୁ ୫୦ରୁ ୬୦ କିଲୋ ମହୁଲ ସଂଗ୍ରହ ହୋଇଥାଏ। ତେବେ ସରକାରଙ୍କ ପକ୍ଷରୁ ମହୁଲ ଫୁଲ ବିକ୍ରି ଲାଗି ବଜାର ସୁବିଧା ଏଯାଏ କରାଯାଇ ନ ଥିବାରୁ ଏହାର ଲାଭ ଉଠାଉଛନ୍ତି ବାହାର ବ୍ୟବସାୟୀ। ପ୍ରତ୍ୟେକ ବର୍ଷ ମାଲକାନଗିରି ଜିଲାରୁ ବହୁ ପରିମାଣରେ ଟନ୍‌ ଟନ୍‌ ମହୁଲ ବାହାର ରାଜ୍ୟକୁ ଚାଲାଣ ହୋଇଥାଏ। ଜିଲାର ମାଥିଲି, ଖଇରପୁଟ, କୁଡ଼ମୁଲୁଗୁମା, ଚିତ୍ରକୋଣ୍ଡା, କୋରକୁଣ୍ଡା, ମାଲକାନଗିରି ଓ ପଡିଆ ବ୍ଲକରୁ ଅଧିକ ମହୁଲ ଫୁଲ ମିଳିଥାଏ। ସଂଗୃହୀତ ମହୁଲ ଫୁଲକୁ ଆଣି ସେମାନେ ଖରାରେ ଶୁଖାଇ ପରେ ନିକଟସ୍ଥ ହାଟ କିମ୍ବା ବ୍ୟବସାୟୀଙ୍କୁ ନେଇ ବିକ୍ରି କରିଥାନ୍ତି। କିଲୋପ୍ରତି ମହୁଲ ୧୬ରୁ ୧୮ ଟଙ୍କାରେ ବ୍ୟବସାୟୀମାନେ ସେମାନଙ୍କଠାରୁ କିଣି ଆନ୍ଧ୍ରପ୍ରଦେଶ, ଛତିଶଗଡ଼କୁ ଚାଲାଣ କରି କ୍ରୟ ଦରଠାରୁ ବହୁ ଅଧିକ ଦରରେ ବିକ୍ରି କରିଥାନ୍ତି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେଇ ବଜାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପକେଟରେ ଥିବା ସ୍ମାର୍ଟଫୋନ ହଠାତ୍‌ ଫାଟିଗଲା, ଯୁବକ ଗୁରୁତ଼ର

କେନ୍ଦୁଝର,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଶିପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଗ୍ରାମର ଜଣେ ଯୁବକ ପକେଟରେ ସ୍ମାର୍ଟଫୋନ ରଖିଥିବା ବେଳେ ତାହା ହଠାତ୍‌ ଫାଟିଯାଇଛି। ଫଳରେ...

ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇବା ଉଦ୍ୟମ

ପୁରୁଷୋତ୍ତମପୁର,୧୧ା୧୧ (ଡି.ଏନ.ଏ.):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ ଜିନୂଆପଲ୍ଲୀ ଗ୍ରାମରେ ବୁଧବାର ରାତିରେ ଗୁଣି ଗାରେଡି ସନ୍ଦେହର ଜଣଙ୍କ ଘରେ ପଶି କେତେଜଣ ଲୋକ...

ଶ୍ରମିକ ବଦଳରେ ମେଶିନ କରୁଛି କାମ

ଆଳି,୬ା୬(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଜବ୍‌କାର୍ଡଧାରୀ ଶ୍ରମିକମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦେବାକୁ ସରକାର ଘୋଷଣା...

ଉପାନ୍ତ ଜିଲାରେ ଚମକିଲେ ବିଜୟଲକ୍ଷ୍ମୀ: ନୂଆପଡା ପାଇଁ ଆଣିଲେ ଗୌରବ

ନୂଆପଡା ଅଫିସ,୨୯।୭: ନୂଆପଡା ଭଳି ଉପାନ୍ତ ଜିଲାରେ ଡାକ୍ତରାଣୀ ହୋଇ ନିଷ୍ପେଷିତଙ୍କ ସେବା କରିବି ବୋଲି କହିଛନ୍ତି ନୂଆପଡା ଜିଲା ମାଟ୍ରିକ ଟପ୍ପର ବିଜୟ ଲକ୍ଷ୍ମୀ...

ସନ୍ଦେହ ଜନକ ମୃତ୍ୟୁ: ଥାନାରେ ମାମଲା

ଧାମନଗର ୩।୯(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ସରପୁର ଗ୍ରାମରେ ନିରଞ୍ଜନ ପତିଙ୍କର ୫୩ ବର୍ଷ ବୟସରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ...

ପଦ୍ମପୁରରେ ନିର୍ବାଚନୀ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ଝାରବନ୍ଧ,୨।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପ୍ରଚାର ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଅଛନ୍ତି।...

ଦୁର୍ଦ୍ଦାନ୍ତ ମାଓବାଦୀ ଲକ୍ଷ୍ମଣଙ୍କୁ ଧରିଲେ ଯବାନ

ମାଲକାନଗିରି, ୧୦ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ତୁଳସୀ ପାହାଡ଼ରେ କୋମ୍ବିଂ ଅପରେଶନ ବେଳେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଛନ୍ତି। ସେ ହେଲେ...

ବିବେକ୍‌ ହେଲେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର

ବ୍ରହ୍ମପୁର ଅଫିସ,୮।୪: ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଇ ବିବେକ୍‌ ରେଡ୍ଡି। ସେ ୩୪ଟି ଭୋଟ ପାଇ ଶୁକ୍ରବାର ଡେପୁଟି...

Advertisement
Archives

Model This Week