ସମସ୍ୟା ଘେରରେ ରାଉରକେଲା ସହରର ୩ ଡାକଘର

ରାଉରକେଲ ଅଫିସ,୧୫।୩: ରାଉରକେଲା ସହରର ପ୍ରମୁଖ ତିନି ମୁଖ୍ୟ ଡାକଘର ଏବେ ନାନା ସମସ୍ୟା ଦେଇ ଗତି କରୁଛି। ଫଳରେ ଏହି ସବୁ ଡାକଘରକୁ ଆସୁଥିବା ଲୋକମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ସୂଚନା ଅନୁସାରେ, ରାଉରକେଲା ସହରରେ ଉଦିତନଗର ଏଚ୍‌ଓ, ରାଉରକେଲା ଏଚ୍‌ଓ ଓ ପାନପୋଷ ଏଚ୍‌ଓ ରହିଛି। ଏହି ଡାକଘର ଜରିଆରେ ପାଖାପାଖି ୫ଲକ୍ଷ ଲୋକ ସେବା ପାଇଥାନ୍ତି। ବର୍ତ୍ତମାନ ଡାକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଡିଜିଟାଲ ହୋଇସାରିଛି। ବ୍ୟାଙ୍କମାନଙ୍କ ଭଲି ପୋଷ୍ଟାଲ ସିଷ୍ଟମରେ ମଧ୍ୟ ଅନେକ ଉନ୍ନତି ଘଟିଛି। ଏବେ ପୋଷ୍ଟାଲ ସମ୍ପୂର୍ଣ୍ଣ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଲଟି ଯାଇଥିବା ବେଳେ ଟଙ୍କା ଜମା କରିବାଠୁ ଆରମ୍ଭ କରି ନେଣଦେଣ, ବୀମା, ଅନ୍‌ଲାଇନ୍‌ ଆଧାରକାର୍ଡ ପଞ୍ଜୀକରଣ ସହ ବାଳିକାମାନଙ୍କ ପାଇଁ ସୁକନ୍ୟା ଯୋଜନା ମଧ୍ୟ ପୋଷ୍ଟାଲରେ କରାଯାଉଛି। ଏଥିସହିତ ସରକାରୀ ଓ ବେସରକାରୀ ଜରୁରୀ ଚିଠିପତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଠିକ୍‌ ସ୍ଥାନରେ ପହଞ୍ଚାଇବା, ପାର୍ସଲ ପଠାଇବା ଭଳି ଅନେକ ବହୁମୁଖି କାମ ମଧ୍ୟ ଡାକଘରେ କରାଯାଉଛି। ଏସବୁ ସେବା ପ୍ରଦାନ କରୁଥିବା ରାଉରକେଲାର ଉଦିତନଗର ଏଚ୍‌ଓର ପୁରୁଣା ଅଚଳ ଜେନେରେଟରକୁ ବଦଳା ଯାଉନାହିଁ। ଫଳରେ ବିଦ୍ୟୁତ୍‌ କାଟ୍‌ ହେଲେ ଅଫିସରେ ନିୟୋଜିତ କର୍ମଚାରୀ ଓ ପୋଷ୍ଟାଲ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି। ପୁରୁଣା ଟ୍ରାନ୍ସଫର୍ମର ମରାମତି କରି ଯେନତେନ ପ୍ରକାରେ କାମ ଚାଲିଛି। ଏ ସମ୍ପର୍କରେ ଉଦିତନଗର ଏଚ୍‌ଓ ପୋଷ୍ଟମାଷ୍ଟର ଦୀନବନ୍ଧୁ ସାଙ୍କୁ ପଚାରିବାରୁ ସେ କହିଥିଲେ, ନୂଆ ଜେନେରେଟର ୧୫ଦିନ ମଧ୍ୟରେ ଆସିବ ବୋଲି ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। ଆଗରୁ ପୁରୁଣା ଜେନେରେଟରେ କାମ ଚାଲୁଥିଲା। ବର୍ତ୍ତମାନ ଖରା ଅଧିକ ହେଲାଣି। ନୂଆ ଜେନେରେଟର ଲାଗିଲେ କର୍ମଚାରୀ ଆଶ୍ୱସ୍ତି ହେବା ସହ ଗ୍ରାହକ ମଧ୍ୟ ଉପକୃତ ହେବେ ବୋଲି ସେ କହିଥିଲେ।
ରାଉରକେଲା ଏଚ୍‌ଓ ବିଲ୍ଡିଂ ଦିନକୁ ଦିନ ଜରାଜୀର୍ଣ୍ଣ ହେଉଥିଲେ ମଧ୍ୟ ପୁନରୁଦ୍ଧାର କରାଯାଉନାହିଁ। ଏଥିସହିତ ରାଉରକେଲା ଏଚ୍‌ଓରେ ଅନେକ ପଦବୀ ଖାଲି ରହିଛି। ଏହି ପଦବୀ ପୂରଣ କରାଯାଉ ନ ଥିବାରୁ ଲୋକଙ୍କୁ ସେବା ଯୋଗାଣରେ ସମସ୍ୟା ହେଉଛି। ଏ ସମ୍ପର୍କରେ ରାଉରକେଲା ଏଚ୍‌ଓ ପୋଷ୍ଟମାଷ୍ଟର ନିରଞ୍ଜନ ଶତପଥି କୁହନ୍ତି, ରାଉରକେଲା ଏଚ୍‌ଓ ବିଲ୍ଡିଂ ବହୁ ପୁରୁଣା। ଦୀର୍ଘଦିନ ହେଲା ମରାମତି ହୋଇନାହିଁ। ଏହି ଡାକଘର ଉନ୍ନତୀକରଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଇଛି। ତେବେ ଉକ୍ତ ପୁରୁଣା ବିଲ୍ଡିଂକୁ ତୁରନ୍ତ ମରାମତି କରାଯିବ ବୋଲି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଶତପଥି କହିଛନ୍ତି।
ସେହିପରି ବ୍ରିଟିଶ ଅମଳର ପାନପୋଷ ଡାକଘରେ ମଧ୍ୟ ବିଭିନ୍ନ ପଦବୀରେ ଥିବା କର୍ମଚାରୀଙ୍କୁ ଡେପୁଟେଶନରେ ଅନ୍ୟତ୍ର ପଠାଯାଉଛି। ଫଳରେ ସେଠାରେ ମଧ୍ୟ ଅଧିକାଂଶ ସମୟରେ ଜଣେ ପୋଷ୍ଟ ମାଷ୍ଟରଙ୍କୁ ସବୁ କାର୍ଯ୍ୟ ତୁଲାଇବାକୁ ପଡୁଛି। ଏହି ଡାକଘରେ ଦୀର୍ଘବର୍ଷ ହେଲା ଜେନସେଟ୍‌ ନାହିଁ କି ପାଚେରି ମଧ୍ୟ ନାହିଁ। ଫଳରେ ଅଫିସ ବନ୍ଦ ହେଲେ ଅସାମାଜିକଙ୍କ ଆଡ୍ହା ଜମୁଛି। ଝିଅର ସୁକନ୍ୟା ଯୋଜନା ଖାତାରେ ଟଙ୍କା ଜମା କରିବାକୁ ଅନେକ ଦିନ ହେଲା ଡାକଘରକୁ ଧାଉଁଥିଲେ ମଧ୍ୟ ବିଦ୍ୟୁତ୍‌ କାଟ୍‌, ଲିଙ୍କ୍‌ ବିଚ୍ଛିନ୍ନ ଓ ସର୍ଭର ଡାଉନ୍‌ ଯୋଗୁ କାମ ହେଉନାହିଁ ବୋଲି ପୋଷ୍ଟାଲ ଗ୍ରାହକ ମନୋଜ ବେହେରା କହିଛନ୍ତି। ଏ ନେଇ ପୋଷ୍ଟ ମାଷ୍ଟର ମୃତ୍ୟୁଞ୍ଜୟ ବାରିକଙ୍କୁ ପଚାରିବାରୁ ସେ କହିଥିଲେ, ପାଚେରି ନ ଥିବାରୁ ପୋଷ୍ଟ ଅଫିସ ଆଗରେ ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ରହୁଛି। ପାଚେରି ପାଇଁ ଅନୁଦାନ ମିଳିଛି। ତୁରନ୍ତ କାମ ଆରମ୍ଭ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ୩୧ ନୂଆ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୬୭୩୧କୁ ବୃଦ୍ଧି

କୋରାପୁଟ,୧୪।୧୦(ସ୍ବ.ପ୍ର.): କୋରାପୁଟ ଜିଲାରୁ ବୁଧବାର ଆଉ ୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୩୧କୁ...

ଗ୍ରାମର ୨୮ ଧନୀ ବ୍ୟକ୍ତିଙ୍କୁ ହତ୍ୟା ଧମକ

ଗୁଣପୁର, ୮ା୩: ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅଧୀନ କତୁରୁ ଗ୍ରାମରେ ଦେଖିବାକୁ ମିଳିଛି ଧମକପୂର୍ଣ୍ଣ ପୋଷ୍ଟର। ୧୭ ନମ୍ବର ଓ୍ବାର୍ଡ କତୁରୁଠାରେ ତେଲୁଗୁ...

୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ପାରାଦୀପ,୭।୧(ସ୍ବ.ପ୍ର.): ପାରାଦୀପ ପିପିଏଲ୍‌ ପରିସରରେ ଥିବା ଜଳାଶୟରେ ଚଳିତବର୍ଷ ୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଶୁକ୍ରବାର ରାଜନଗର ବନଖଣ୍ଡ ପକ୍ଷରୁ...

ପ୍ରବାସୀଙ୍କ ଅର୍ଥ ହଡ଼ପ କରି ବନ୍ଧାହେଲେ ସରପଞ୍ଚ, ପିଇଓଙ୍କ ସ୍ବାମୀ

ବାସୁଦେବପୁର/ପଦ୍ମପୁର,୨୮ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆଶୁଣି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ୨ ହଜାର ଟଙ୍କା...

କରୋନାରେ ମୃତ୍ୟୁ ସନ୍ଦେହ: କୁଏତରୁ ପୁଅଙ୍କ ମୃତଦେହ ଆଣିବାକୁ ବାପାଙ୍କ ନିବେଦନ

ଛତ୍ରପୁର, ୨୦।୫(ଡି.ଏନ୍‌.ଏ.)- କୁଏତରେ ମଙ୍ଗଳବାର ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ କାଳୀପାଲି ପଞ୍ଚାୟତ ବଡପୁଟି ଗାଁର...

ଜିଲାସ୍ତରୀୟ ଛତୁଚାଷୀ ସମ୍ମିଳନୀ :ଚାଷୀଙ୍କୁ ନିୟମିତ ରୋଜଗାର ଦେବା ଲକ୍ଷ୍ୟ

ଓଡ଼ଗାଁ,୨୪ା୧୨(ସ୍ବ.ପ୍ର.): ସମ୍ପ୍ରତି ଛତୁ ଏକ ପ୍ରମୁଖ ଖାଦ୍ୟ ସାମଗ୍ରୀ ହିସାବରେ ସମସ୍ତଙ୍କ ଗ୍ରହଣୀୟ ହୋଇପାରିଛି ା ଦିନ ଥିଲା ଏହା କେବଳ ଋତୁ ଅନୁସାରେ ଉପଲବ୍ଧ...

ଥାନା ଅଧିକାରୀଙ୍କ ନାମରେ କୋର୍ଟରେ ମାମଲା

କାଳିଆପାଣି,୪ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀଙ୍କ ନାମରେ ଗୁରୁବାର ଯାଜପୁର ରୋଡସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏକ...

ଦିଗପହଣ୍ଡି ଗ୍ରାମାଞ୍ଚଳରେ ଯୁବ ସଙ୍ଗଠନ ପକ୍ଷରୁ ଜନସଚେତନତା

ଦିଗପହଣ୍ଡି,୨୫।୩(ଡି.ଏନ୍‌.ଏ.): କରୋନା (କୋଭିଡ-୧୯)ର ମୂକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ...

Advertisement
Archives

Model This Week