ନବୀକରଣ ହେବ ରେଲଓ୍ବେ ଷ୍ଟେଶନ ରାସ୍ତା

ଟିକିରି,୧୫।୩(ଡି.ଏନ୍‌.ଏ.): କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନ ରାସ୍ତାର ନବୀକରଣ ପାଇଁ ସ୍ଥାନୀୟ ତହସିଲଦାର ଶରତ ଶବରଙ୍କ ଉପସ୍ଥିତରେ ଜମି ଚିହ୍ନଟ କରାଯାଇଛି। ରେଲଓ୍ବେ ସହକାରୀ ଯନ୍ତ୍ରୀ ଏବଂ ଟିକିରି ଆର୍‌ଆଇ ବନମାଳୀ ସାହୁ ପ୍ରମୁଖଙ୍କ ସହିତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ରାସ୍ତା ମାପଚୁପ କରିଥିଲେ।
ଟିକିରି ରେଞ୍ଜ ଅଫିସ ଛକଠାରୁ ନକଟିଗୁଡ଼ା ଛକ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଥିବା ରାସ୍ତା ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ। ଏଥିପାଇଁ ସେମାନେ ରେଳରୋକୋ ଚେତାବନୀ ମଧ୍ୟ ଦେଇଥିଲେ। ରେଳବାଇ ୱାଲଟିୟର ଡିଭିଜନର ଏସିଏମ ଏମ୍‌. ଚକ୍ରବର୍ତ୍ତୀ ଏଥିରେ ହସ୍ତକ୍ଷେପ କରି ସ୍ଥାନୀୟ ପୋଲିସ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତୁରନ୍ତ ରାସ୍ତା କାମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରେଳରୋକୋ ନିଷ୍ପତ୍ତି ସ୍ଥଗିତ ରହିଥିଲା। ପୂର୍ବରୁ ଏହି ରାସ୍ତା ରେଳବିଭାଗର ନୁହେଁ ବୋଲି ଦର୍ଶାଯାଉଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ଜମି ଚିହ୍ନଟ ପରେ ଷ୍ଟେଶନକୁ ଯିବା ରାସ୍ତା ରେଳ ବିଭାଗର ବୋଲି ସ୍ପଷ୍ଟ ହୋଇଛି। ଏହି ରାସ୍ତାରେ ଭାରିଯାନ ସହିତ ଅନ୍ୟାନ୍ୟ ଗାଡ଼ିମୋଟର ଯାତାୟତ କରୁଥିବାରୁ ଏହାର ସ୍ଥାୟିତ୍ୱ ପାଇଁ ଉଭୟ ପାର୍ଶ୍ୱରେ ଡ୍ରେନ ଏବଂ ଚଟାଣ ପେଭର ବ୍ଲକରେ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ରାସ୍ତା ଚିହ୍ନଟ ବେଳେ ପୋଲିସ ଏସଆଇ ଏମ୍‌. ଜେନାଙ୍କ ନେତୃତ୍ୱରେ ଫୋର୍ସ ଉପସ୍ଥିତ ଥିଲେ। ଗ୍ରାମବାସୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜ୍‌ ହେଲା ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବରିଷ୍ଠ ଅଫିସରମାନେ ମଧ୍ୟ ସଂକ୍ରମିତ ହେଲେଣି। ୧୦ଦିନ ପାଇଁ ସମସ୍ତ ସରକାରୀ...

ଜେଲ ଗଲେ ବ୍ରାଉନସୁଗାର ବ୍ୟବସାୟୀ,୧୬.୬୦୦ ଗ୍ରାମ ବ୍ରାଉନସୁଗାର, ୩୦ହଜାର ୨ଶହ ଟଙ୍କା ଓ ମୋବଇ ଫୋନ ଜବତ

ଖୋର୍ଦ୍ଧା ଅଫିସ,୧୬।୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସୋମବାର ବ୍ୟବସାୟୀ ପ୍ରକାଶ ନାୟକ ଓରଫ ମୁନାଙ୍କୁ ଗିରଫ କରି କୋର୍ଟ ଚାଲଣ...

ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୦ା୮: ଡିଏସ୍‌ପି ସ୍ତରରେ ଅଦଳବଦଳ ହୋଇଥିବା ନେଇ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ମୁଖ୍ୟାଳୟ ଡିଏସ୍‌ପି ଡି. ତିରୁପତି...

ଶିକ୍ଷା ସହାୟକଙ୍କୁ ନିୟମିତ ଦାବିରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ, ୨୪।୩: ରାଜ୍ୟର ସମସ୍ତ ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପାଇଁ ଜିଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଓ ଜିଲାପାଳମାନଙ୍କୁ ନିର୍ଦ୍ଦେଶକ ପ୍ରାଥମିକ...

ଖୋର୍ଦ୍ଧା ଏସ୍‌ପିଙ୍କୁ କରୋନା

ଖୋର୍ଦ୍ଧା ଅଫିସ,୬।୮: ଖୋର୍ଦ୍ଧା ଜିଲାର ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ଜିଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ବାଇଁ ଗୁରୁବାର କରୋନା ପଜିଟିଭ ଚିହ୍ନଟ...

ଆଲମାରିରୁ ମିଳିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ,୮ା୮(ସ୍ବ.ପ୍ର.): ଗଞ୍ଜେଇ ଚୋରାଚାଲାଣ କରିବା ଲାଗି ଚାଲାଣକାରୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି। କେତେବେଳେ ମୁଢିବସ୍ତା ଭିତରେ ତ କେବେ ଅଦା, ପଣସ ଅଖା ଭିତରେ ଗଞ୍ଜେଇ...

ତିହିଡ଼ିରେ ବିଜେଡିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନ, ଦଳକୁ ସୁଦୃଢ଼ କରିବାକୁ ପରାମର୍ଶ

ତିହିଡ଼ି,୨୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ୧୩ ପଞ୍ଚାୟତକୁ ନେଇ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ବଜାରରେ ଶୁକ୍ରବାର ବିଜେଡିର ନୂତନ ସଦସ୍ୟତା...

ଚିଟ୍‌ଫଣ୍ଡ ଠକେଇ ମାମଲା ଶାଖା ପରିଚାଳକଙ୍କୁ ଜେଲ୍‌, ଜରିମାନା

କଟକ ଅଫିସ,୨୪ା୧୨- ଜଗତ୍‌ସିଂହପୁର ଜିଲା ରଘୁନାଥପୁରଠାରେ ଥିବା ମାଇକ୍ରୋ ଫାଇନାନ୍ସ କ୍ରେଡିଟ କୋଅପରେଟିଭ ଲିମିଟେଡ୍‌ର ଶାଖା ପରିଚାଳକ ଅମୂଲ୍ୟ ମହାନ୍ତିଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ...

Advertisement
Archives

Model This Week