ଦାବି ଶୁଣିଲେନି ସରକାର, ଷ୍ଟିଅରିଂ ଛାଡି ରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ବରଗଡ ଅଫିସ,୧୫।୩: ଓଡିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ବରଗଡ ଜିଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ସ୍ଥାନୀୟ ହଲଦିପାଲି ଛକ ସମେତ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାଯାତ ବ୍ୟାହତ ହୋଇଥିବାବେଳେ ରାସ୍ତାର ଉଭୟ ପାଶର୍‌ବରେ ଶତାଧିକ ଗାଡି ଚଳାଚଳ ଅଟକି ରହିଛି। ତେବେ ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍ସ ସମେତ ଅନ୍ୟ ଜରୁରୀକାଳୀନ ସେବାରେ ବ୍ୟବହୃତ ଗାଡିକୁ ବାଦ୍‌ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଏଡାଇବା ନିମନ୍ତେ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ ବୀମା ରାଶି, ଦୁର୍ଘଟଣା ପରେ ଅକର୍ମଣ୍ୟ ହୋଇଥିବା ଡ୍ରାଇଭରଙ୍କୁଙ୍କୁ ୧୦ ଲକ୍ଷ, ୫୫ବର୍ଷ ପରେ ପେନସନ, ରାସ୍ତା ପାଶର୍‌ବରେ ଶୌଚାଳୟ, ଗାଡି ପାର୍କିଂ ବ୍ୟବସ୍ଥା ଆଦି ଦାବି ରହିଛି। ଏହି ଦାବି ଉପରେ ଯେତେଦିନ ପର୍ଯ୍ୟନ୍ତ ସରକାର ଠୋସ ପଦକ୍ଷେପ ନ ନେବେ, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫୦ ଲୋକଙ୍କୁ ଗୋଟିଏ ନଳକୂପ

ଦଶମନ୍ତପୁର,୭।୧ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ପାଇକପୁକି ଗ୍ରାମର ହରିଜନ ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସାହିବାସିନ୍ଦା...

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌କୁ ପଛରୁ ପିଟିଲା ଟ୍ରଲର, ୭ ଗୁରୁତର

ବସ୍ତା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଦଣ୍ଡିକା ଛକ ନିକଟରେ ରବିବାର ବସ୍‌କୁ ଏକ ଟ୍ରଲର ପଛପଟୁ ଧକ୍କା...

ଚିନିକଳ ସମ୍ପତ୍ତିର ପୁନଃ ଆକଳନ ହେଲା

ନୟାଗଡ ଅଫିସ,୨୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଚିନିକଳ ସମ୍ପତ୍ତିର ପୁନଃ ଆକଳନ କରାଯାଇଛି । ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ଓ ନୟାଗଡ଼...

ଆଜିଠୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ପିଲା

ଭୁବନେଶ୍ୱର, ୨୮।୨(ବ୍ୟୁରୋ): ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଗତ ୧୪ ତାରିଖରୁ ଖୋଲିଛି। ତେବେ ସୋମବାରଠାରୁ ପିଲାମାନେ ସ୍କୁଲ୍‌ ଯିବେ। ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ପଞ୍ଚମ...

ସାର ଦରବୃଦ୍ଧି ପ୍ରତିବାଦରେ ଧାରଣା

ପାଟଣା,୪ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାରର ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଇଛି। ସାରର ଅହେତୁକ...

୫-ଟି ସଚିବଙ୍କ ଓୟୁଏଟି ଗସ୍ତ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ସୋମବାର ସକାଳୁ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ପହଞ୍ଚିଥିଲେ। ପାଣ୍ଡିଆନ୍‌ଙ୍କ ଅଚାନକ ଗସ୍ତ ସମ୍ପର୍କରେ...

ଶ୍ରମିକଙ୍କ ପାଇଁ ମାସ୍କ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ରାଇକିଆ,୩୦ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ସତ୍ତ୍ବେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଶ୍ରମିକମାନେ କାମ କରିବା ପାଇଁ କଟକଣା କୋହଳ କରାଯାଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ କାମ ମଧ୍ୟ...

କେସିଙ୍ଗା ଏନ୍‌ଏସିରେ ଶୁଖିଲା ଖାଦ୍ୟ ବଣ୍ଟନ କଲା ମାନବ ସେବା ଟ୍ରଷ୍ଟ

କେସିଙ୍ଗା,୧୫।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ୬ ନଂ. ୱାର୍ଡରେ ମାନବ ସେବା ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବୁଧବାର ବଣ୍ଟନ କରାଯାଇଛି। ସମ୍ପୂର୍ଣ୍ଣ ଦେଶ...

Advertisement
Archives

Model This Week