ଖେଳାଳି ଚୟନରେ ପକ୍ଷପାତିତା ଅଭିଯୋଗ

ଅନୁଗୋଳ ଅଫିସ, ୧୫।୩: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ) ପକ୍ଷରୁ କଳାହାଣ୍ଡି କପ୍‌ ପାଇଁ ଜିଲାସ୍ତରୀୟ ଖେଳାଳି ଚୟନ ପ୍ରକ୍ରିୟା ବେଳେ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ) ବିରୋଧରେ ପକ୍ଷପାତିତା ଅଭିଯୋଗ ହୋଇଛି। ଏଡିସିଏ ଠିକ୍‌ ଭାବେ ଖେଳାଳି ଚୟନ କରି ନ ଥିବା ୨ ଖେଳାଳି ଦୁଷ୍ମନ୍ତ ନାଏକ ଓ ଶୁଭକାନ୍ତ ସାହୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଖେଳାଳି ଦ୍ୱୟ ଦର୍ଶାଇଛନ୍ତି, ଆସନ୍ତା ୧୬ ତାରିଖରୁ କଳାହାଣ୍ଡି କପ୍‌ ଖେଳାଯିବ। ଏଥିନିମନ୍ତେ ଖେଳାଳି ଚୟନ ପାଇଁ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ ଦ୍ୱାରା ଇଣ୍ଟ୍ରା ସିଲେକ୍ସନ ମ୍ୟାଚର ଆୟୋଜନ କରାଯାଇଥିଲା। ସ୍ଥାନୀୟ କଦମ ପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚରେ ନିୟମିତ ଭାବେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ। ଶୁଭକାନ୍ତ ସାହୁ ୪ ମ୍ୟାଚରେ ୧୧୪ ରନ କରିବା ସହ ୮ ଉଇକେଟ ନେଇଥିଲେ। ସେହିପରି ଦୁଷ୍ମନ୍ତ ନାୟକ ୪ ମ୍ୟାଚରେ ୧୮୨ ରନ ଓ ୧ଟି ଉଇକେଟ ନେଇଥିଲେ। ହେଲେ ଏଡିସିଏ ପକ୍ଷରୁ ଖେଳାଳି ଚୟନ ତାଲିକା ପ୍ରକାଶ କରାଗଲା ନାହିଁ। ଏପରି କି ପକ୍ଷପାତ ମନୋଭାବ ରଖି ଖେଳାଳିମାନଙ୍କୁ ଫୋନ କରାଯାଇ ଅପରାହ୍ନ ୨ଟାରେ ବସ୍‌ଷ୍ଟାଣ୍ଡରେ ପହଞ୍ଚିବାକୁ କୁହାଗଲା। ଏହା ଜାଣିବା ପରେ ଦୁହେଁ ଏଡିସିଏ ସମ୍ପାଦକ ଓ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କଲେ ନାହିଁ। ସମ୍ପାଦକ କିଛି କରିପାରିବେ ନାହିଁ ବୋଲି ସିଧାସଳଖ କହିବା ସହ ସିଲେକ୍ସନ କମିଟି ଯେଉଁ ଖେଳାଳି ତାଲିକା ଘୋଷଣା କରିଛି, ସେହି ଟିମ୍‌ ଖେଳିବାକୁ ଯିବ ବୋଲି କହିଥିଲେ। ତେବେ ଅଭିଯୋଗ ପରେ ଅନ୍ୟ ଜଣେ ଖେଳାଳିଙ୍କୁ ଫୋନ କରାଯାଇ ବସ୍‌ଷ୍ଟାଣ୍ଡରେ ପହଞ୍ଚିବାକୁ କୁହାଯାଇଥିଲା। ବାହାର ଜିଲାର ଖେଳାଳିଙ୍କୁ ଅନୁଗୋଳରେ ଖେଳିବାର ସୁଯୋଗ ଦିଆଯିବା ସହ ଚୟନ କରାଯାଉଥିବା ବେଳେ ଏଠାକାର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଉପେକ୍ଷା କରାଯାଉଥିବାରୁ କାହା ସ୍ବାର୍ଥରେ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ କାର୍ଯ୍ୟ କରୁଛି ବୋଲି ଖେଳାଳି ଦ୍ୱୟ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଅଭିଯୋଗକାରୀ ଶୁଭକାନ୍ତ କହିଛନ୍ତି, ରାତିରେ ଫୋନ୍‌ ଯିବ ବୋଲି ୧୩ ତାରିଖ ଅପରାହ୍ନରେ ଆମମାନଙ୍କୁ କୁହାଯାଇଥିଲା। ହେଲେ ଯେଉଁମାନେ ଭଲ ପ୍ରଦର୍ଶନ କରି ନ ଥିଲେ ସେମାନଙ୍କୁ ଫୋନ୍‌ କରାଗଲା। ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ ସଭାପତି ପ୍ରତାପ ପ୍ରଧାନ କହିଛନ୍ତି, ଚୟନରେ କୌଣସି ପାତର ଅନ୍ତର କରାଯାଇନାହିଁ। ଇଣ୍ଟ୍ରା କ୍ଲବରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନାମ ଓସିଏକୁ ଯାଇଥିଲା। ସେଠାରୁ ଏକ ୩୫ ଜଣିଆ ତାଲିକା ଆସିଥିଲା। ଏହା ମଧ୍ୟରୁ ପିଲାଙ୍କୁ ଚୟନ କରାଯାଇଛି। ୩ ଜଣ ଚୟନକର୍ତ୍ତା ରହିଥିବାବେଳେ ଏଡିସିଏ ସମ୍ପାଦକ ତଦାରଖ କରିଥିଲେ। ସେଥିମଧ୍ୟରୁ ୧୮ ଜଣଙ୍କୁ ଚୟନ କରାଯାଇଛି। ଏନ୍‌ଓସି ନେଇ ଆସିଥିବା ପିଲା ଅନୁଗୋଳ କ୍ରିକେଟ କ୍ଲବରେ ଖେଳୁଥିଲେ। ତେଣୁ ସେମାନଙ୍କୁ ଚୟନ କରାଯାଇଛି। ଚୟନରେ କୌଣସି ପକ୍ଷପାତିତା କରାଯାଇ ନ ଥିବା ଏଡିସିଏ ସଭାପତି ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?