ଖେଳାଳି ଚୟନରେ ପକ୍ଷପାତିତା ଅଭିଯୋଗ

ଅନୁଗୋଳ ଅଫିସ, ୧୫।୩: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ) ପକ୍ଷରୁ କଳାହାଣ୍ଡି କପ୍‌ ପାଇଁ ଜିଲାସ୍ତରୀୟ ଖେଳାଳି ଚୟନ ପ୍ରକ୍ରିୟା ବେଳେ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ) ବିରୋଧରେ ପକ୍ଷପାତିତା ଅଭିଯୋଗ ହୋଇଛି। ଏଡିସିଏ ଠିକ୍‌ ଭାବେ ଖେଳାଳି ଚୟନ କରି ନ ଥିବା ୨ ଖେଳାଳି ଦୁଷ୍ମନ୍ତ ନାଏକ ଓ ଶୁଭକାନ୍ତ ସାହୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଖେଳାଳି ଦ୍ୱୟ ଦର୍ଶାଇଛନ୍ତି, ଆସନ୍ତା ୧୬ ତାରିଖରୁ କଳାହାଣ୍ଡି କପ୍‌ ଖେଳାଯିବ। ଏଥିନିମନ୍ତେ ଖେଳାଳି ଚୟନ ପାଇଁ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ ଦ୍ୱାରା ଇଣ୍ଟ୍ରା ସିଲେକ୍ସନ ମ୍ୟାଚର ଆୟୋଜନ କରାଯାଇଥିଲା। ସ୍ଥାନୀୟ କଦମ ପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚରେ ନିୟମିତ ଭାବେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ। ଶୁଭକାନ୍ତ ସାହୁ ୪ ମ୍ୟାଚରେ ୧୧୪ ରନ କରିବା ସହ ୮ ଉଇକେଟ ନେଇଥିଲେ। ସେହିପରି ଦୁଷ୍ମନ୍ତ ନାୟକ ୪ ମ୍ୟାଚରେ ୧୮୨ ରନ ଓ ୧ଟି ଉଇକେଟ ନେଇଥିଲେ। ହେଲେ ଏଡିସିଏ ପକ୍ଷରୁ ଖେଳାଳି ଚୟନ ତାଲିକା ପ୍ରକାଶ କରାଗଲା ନାହିଁ। ଏପରି କି ପକ୍ଷପାତ ମନୋଭାବ ରଖି ଖେଳାଳିମାନଙ୍କୁ ଫୋନ କରାଯାଇ ଅପରାହ୍ନ ୨ଟାରେ ବସ୍‌ଷ୍ଟାଣ୍ଡରେ ପହଞ୍ଚିବାକୁ କୁହାଗଲା। ଏହା ଜାଣିବା ପରେ ଦୁହେଁ ଏଡିସିଏ ସମ୍ପାଦକ ଓ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କଲେ ନାହିଁ। ସମ୍ପାଦକ କିଛି କରିପାରିବେ ନାହିଁ ବୋଲି ସିଧାସଳଖ କହିବା ସହ ସିଲେକ୍ସନ କମିଟି ଯେଉଁ ଖେଳାଳି ତାଲିକା ଘୋଷଣା କରିଛି, ସେହି ଟିମ୍‌ ଖେଳିବାକୁ ଯିବ ବୋଲି କହିଥିଲେ। ତେବେ ଅଭିଯୋଗ ପରେ ଅନ୍ୟ ଜଣେ ଖେଳାଳିଙ୍କୁ ଫୋନ କରାଯାଇ ବସ୍‌ଷ୍ଟାଣ୍ଡରେ ପହଞ୍ଚିବାକୁ କୁହାଯାଇଥିଲା। ବାହାର ଜିଲାର ଖେଳାଳିଙ୍କୁ ଅନୁଗୋଳରେ ଖେଳିବାର ସୁଯୋଗ ଦିଆଯିବା ସହ ଚୟନ କରାଯାଉଥିବା ବେଳେ ଏଠାକାର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଉପେକ୍ଷା କରାଯାଉଥିବାରୁ କାହା ସ୍ବାର୍ଥରେ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ କାର୍ଯ୍ୟ କରୁଛି ବୋଲି ଖେଳାଳି ଦ୍ୱୟ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଅଭିଯୋଗକାରୀ ଶୁଭକାନ୍ତ କହିଛନ୍ତି, ରାତିରେ ଫୋନ୍‌ ଯିବ ବୋଲି ୧୩ ତାରିଖ ଅପରାହ୍ନରେ ଆମମାନଙ୍କୁ କୁହାଯାଇଥିଲା। ହେଲେ ଯେଉଁମାନେ ଭଲ ପ୍ରଦର୍ଶନ କରି ନ ଥିଲେ ସେମାନଙ୍କୁ ଫୋନ୍‌ କରାଗଲା। ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ ସଭାପତି ପ୍ରତାପ ପ୍ରଧାନ କହିଛନ୍ତି, ଚୟନରେ କୌଣସି ପାତର ଅନ୍ତର କରାଯାଇନାହିଁ। ଇଣ୍ଟ୍ରା କ୍ଲବରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନାମ ଓସିଏକୁ ଯାଇଥିଲା। ସେଠାରୁ ଏକ ୩୫ ଜଣିଆ ତାଲିକା ଆସିଥିଲା। ଏହା ମଧ୍ୟରୁ ପିଲାଙ୍କୁ ଚୟନ କରାଯାଇଛି। ୩ ଜଣ ଚୟନକର୍ତ୍ତା ରହିଥିବାବେଳେ ଏଡିସିଏ ସମ୍ପାଦକ ତଦାରଖ କରିଥିଲେ। ସେଥିମଧ୍ୟରୁ ୧୮ ଜଣଙ୍କୁ ଚୟନ କରାଯାଇଛି। ଏନ୍‌ଓସି ନେଇ ଆସିଥିବା ପିଲା ଅନୁଗୋଳ କ୍ରିକେଟ କ୍ଲବରେ ଖେଳୁଥିଲେ। ତେଣୁ ସେମାନଙ୍କୁ ଚୟନ କରାଯାଇଛି। ଚୟନରେ କୌଣସି ପକ୍ଷପାତିତା କରାଯାଇ ନ ଥିବା ଏଡିସିଏ ସଭାପତି ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ଦିବସ

ଜଳେଶ୍ୱର, ୨।୬(ସ୍ବ.ପ୍ର.)-ଜଳେଶ୍ୱର ବ୍ଲକ ଚୈତନ୍ୟସାହୁ ଛକରେ ସୋମବାର ୧୨ଦଫା ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ କରାଯାଇଛି। ମହିଳାମାନେ ଏବେ କାମ...

ବିଦ୍ୟାଳୟ ଷ୍ଟୋରରୁମ୍‌ରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପାଟଣା,୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ହଲ୍‌ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ...

ଫେସ୍‌ବୁକ୍‌ରେ ଭିଡିଓ ଭାଇରାଲ୍‌ କରି ୩ ଗିରଫ

ଭବାନୀପାଟଣା,୨୫।୯(ଡି.ଏନ୍‌.ଏ.): ଫେସ୍‌ବୁକ୍‌ରେ ମିଥ୍ୟା ଭିଡିଓ ଭାଇରାଲ କରି ଭବାନୀପାଟଣା ସହରର ୩ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ଭବାନୀପାଟଣା ସହର ବାହାଦୁରବଗିଚା ପଡାର ଅମିତ...

ସଫେଇ ବାହାନାରେ ଠକି ନେଲେ ସୁନା ଅଳଙ୍କାର

ବାରିପଦା ଅଫିସ,୧୬ା୧୨- ବାରିପଦା ସହରରେ ଚଳିତ ବର୍ଷ ଅପରାଧିକ କାର୍ଯ୍ୟକଳାପ ବିଗତ ବର୍ଷ ଅପେକ୍ଷା ବୃଦ୍ଧି ଘଟିଛି। ପୋଲିସ ଚାହିଁଲେ ସୁଦ୍ଧା ଅପରାଧକୁ କମାଇ ପାରୁ...

ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ

ବାଲିଆପାଳ,୧୪।୧୨(ସ୍ବ.ପ୍ର): ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଜାମ୍ଭିରାଇ ଗ୍ରାମରେ ଗତ ୧୧ ତାରିଖରୁ ନିଖୋଜ ଶିଶୁକନ୍ୟାର ମୃତଦେହ ସୋମବାର ସକାଳେ ସେହି ଗ୍ରାମର ଏକ ପରିତ୍ୟକ୍ତ...

ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ୧୦ ପ୍ରାର୍ଥୀ

ପଦ୍ମପୁର,୨୧।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ ରହିଥିଲା । ତେବେ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା...

କୋଭିଡ-୧୯ ସମୟରେ ଆନନ୍ଦପୁର ଅଞ୍ଚଳରେ ବଢ଼ୁଛି ଚୋରି ଘଟଣା

ଆନନ୍ଦପୁର,୧୩। ୬(ସ୍ବ.ପ୍ର.): କୋଭିଡ-୧୯ ସମୟରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ତିନି ମାସ ତଳେ ଫକୀରପୁର ଅଞ୍ଚଳରେ ଥିବା...

ବିଦ୍ୟୁତ୍‌ ଖୁଣ୍ଟ ଚୋରି ବେଳେ ୩ ଲୁଟେରାଙ୍କୁ କାବୁ କଲା ପୋଲିସ୍‌

ଉଦଳା, ୧୬।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ମଉଦା ଅଞ୍ଚଳରେ ଗତ ଶନିବାର କେତେଜଣ ଲୁଟେରା ବିଦ୍ୟୁତ୍‌ ଖୁଣ୍ଟ ଚୋରି କରୁଥିଲେ। ବିଲ ଭିତରେ...

Advertisement
Archives

Model This Week