ଯାତ୍ରା ଦେଖି ଫେରୁଥିବା ବେଳେ ଝାମ୍ପି ନେଲେ ମୋବାଇଲ: ୨ ଗିରଫ

ରାଇରଙ୍ଗପୁର,୧୬।୩(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ କୁସୁମି ବ୍ଳକର ମୟୂଦର ପଞ୍ଚାୟତ ବାଲିଆଢିପା-ସୁଲାଇପାଟ ରାସ୍ତାରେ ୨ସାଙ୍ଗଙ୍କ ମୋବାଇଲ ଫୋନ ଲୁଟ୍‌ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲାର ମଝିଗାଁ ଅଞ୍ଚଳର ମହମ୍ମଦ ଅଶାଦୁଲ୍ଲା(୩୫) ଏବଂ ମହମ୍ମଦ ଫୈଜଲ(୪୧)। ପୋଲିସ ତାଙ୍କଠାରୁ ଚୋରି ହୋଇଥିବା ୨ଟି ମୋବାଇଲ ଫୋନ ସହ ଲୁଟ ଘଟଣାରେ ବ୍ୟବହୃତ ହୋଇଥିବା ବାଇକ୍‌ ଜବତ କରଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ବାଦାମ ପାହାଡ଼ ଥାନା ଅଧୀନ ମୟୂରଦର ଗ୍ରାମର ଲାଲୁ ସୋରେନ ଏବଂ ପିଥ ମାଝୀ ଦୁଇ ସାଙ୍ଗ ବାଲିଆଢିପାକୁ ଯାତ୍ରା ଦେଖି ସୁଲାଇପାଟ ରାସ୍ତାରେ ସାଇକେଲ ଯୋଗେ ଫେରୁଥିଲେ। ସେତିକିବେଳେ ୨ଜଣ ଲୁଟେରା ଏକ ବାଇକ୍‌ରେ ଆସି ସେମାନଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ଫେରାର ହୋଇଯାଇଥିଲେ। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା (ନଂ.୬୦/୨୩) ରୁଜୁ କରିଥିଲା। ଗ୍ରାମାଞ୍ଚଳ ଥାନା ଅଧିକାରୀ ଘଟଣାର ତଦନ୍ତ କରିଥିଲେ। ଏପରିକି ପୋଲିସ ଟିମ୍‌ କୁସୁମି ଗ୍ରାମରେ ଜନୈକ ଘରେ ଚଢ଼ାଉ କରି ୨ଜଣ ଲୁଟେରାଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ମୋବାଇଲ ଜବତ କରିଥିଲା। ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଣକାସାହି ସଂରକ୍ଷିତ ଜଙ୍ଗଲରେ ନିଆଁ

ଉଦଳା,୨୯।୧ (ଡି.ଏନ.ଏ): ଶୀତ ନ ସରୁଣୁ ବିଭିନ୍ନ ଜଙ୍ଗଲରେ ଏବେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। ୬ ଦିନ ପୂର୍ବେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଅପରାହ୍ନ ପ୍ରାୟ...

ହାତୀ-ବନ କର୍ମଚାରୀ ମୁହାଁମୁହିଁ, ୩ ଆହତ

ଭଞ୍ଜନଗର,୧୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଗୋଟିଏ ଛୁଆ ହାତୀ ଆକ୍ରମଣରେ ଜଣେ ବନରକ୍ଷୀ ଆହତ ହୋଇଛନ୍ତି ।...

ହାତୀ ଆକ୍ରମଣରେ ବୃଦ୍ଧା ସଙ୍କଟାପନ୍ନ

କେସିଙ୍ଗା/ସେରଗଡ଼,୩୦।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ତେର୍ଲୋ ଗ୍ରାମର ଜଣେ ବୃଦ୍ଧା ଗୁରୁବାର ସକାଳ ସାଢ଼େ ୬ଟାରେ ନିକଟସ୍ଥ ଜଙ୍ଗଲକୁ ମହୁଲ ଫଳ (ଟୋଳ)...

କାଠଚୋରଙ୍କୁ ଧରିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ : ବାପ ଗିରଫ, ପୁଅ ଫେରାର

ଦେବଗଡ, ୬ା୧୧(ଡି.ଏନ.ଏ.) : ଜଙ୍ଗଲରୁ ବେଆଇନ ଗଛ କାଟି ଆଣିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଭାଇ ଫେରାର ହୋଇଯାଇଥିବା ବେଳେ ବେଆଇନ...

୭.୫ ଡିଗ୍ରୀରେ ଦାରିଙ୍ଗବାଡ଼ି

ଭୁବନେଶ୍ୱର, ୮।୧(ବ୍ୟୁରୋ): ବର୍ଷା କମିଯିବା ପରେ ଶୀତ ପୁଣି ଫେରିଛି। ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଟିଟିଲାଗଡ଼ରେ ୭.୬, ଅନୁଗୋଳ ୮,...

ବୁଲି ଯାଇଥିଲେ ମାଲେସିଆ, କରୋନା ଭୟରେ ଝାରସୁଗୁଡ଼ା ଚିକିତ୍ସାଳୟ ଆସିଲେ ଯୁବକ

ଝାରସୁଗୁଡା ଅଫିସ,୬।୩- କରୋନା ସଂକ୍ରମଣ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମହାମାରୀ ସାଜିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ...

ମଣ୍ଡି ନେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ଅବିରୋଧ କଲେ ଚାଷୀ

ପୁରୁଷୋତ୍ତମପୁର,୨୮ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡବରଗାଁର ଚାଷୀମାନେ ଅମଳ ଧାନକୁ ରାସ୍ତା ଉପରେ ରଖି  ଆନ୍ଦୋଳନ କରିଛନ୍ତି।  ଆଛୁଲି-କୋଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ...

Advertisement
Archives

Model This Week