ମାଟ୍ରିକ ପରୀକ୍ଷା ବେଳେ ଛାତ୍ରଙ୍କ ମୃତ୍ୟୁ

ଦାମନଯୋଡ଼ି, ୧୭ା୩(ଡି.ଏନ.ଏ.):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବେଳେ ଦାମନଯୋଡି ନାଲ୍‌କୋ ଟାଉନଶିପ ସରସ୍ବତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରଙ୍କ ଆକସ୍ମିକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାମ କୁନା ପୂଜାରୀ। ସେ ଦାମନଯୋଡି ନିକଟସ୍ଥ ମାଥାଲପୁଟ ମାଲୁସାଉନ୍ତା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର।
ଖବରରୁ ଜଣାପଡିଛି, ନାଲ୍‌କୋ ଟାଉନଶିପ ସରସ୍ବତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଚାଲିଥିବା ମାଟ୍ରିକ ପରୀକ୍ଷାର ଗୁରୁବାର ସାଧାରଣ ବିଜ୍ଞାନ ବିଷୟରେ ପରୀକ୍ଷା ଥିଲା। ବିଦ୍ୟାର୍ଥୀମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିଲେ। କୁନା ମଧ୍ୟ ପରୀକ୍ଷା ଦେଉଥିଲେ। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସେ ହଠାତ୍‌ ମୂର୍ଚ୍ଛା ହୋଇଯାଇଥିଲେ। ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ତୁରନ୍ତ ନାଲ୍‌କୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚତ୍ଥିଲେ। ତାଙ୍କର ମୂର୍ଚ୍ଛା ରୋଗ ଥିବା ଏବଂ ଏହା ପୂର୍ବରୁ ସେ ଅନେକ ଥର ଏହି ରୋଗରେ ମୂର୍ଚ୍ଛା ହୋଇଥିବା ପରିବାର ଲୋକେ ସୂଚନା ଦେଇଥିଲେ। ଖବର ପାଇ ଦାମନଯୋଡି ଥାନା ଅଧିକାରୀ ଗୌରହରି ସାହୁ ହସ୍ପିଟାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଇଥିଲେ। କୁନାଙ୍କ ବାପା ରାମ ପୂଜାରୀ ନାଲ୍‌କୋରେ ନିୟୋଜିତ ୟୁନାଇଟସ କମ୍ପାନୀରେ ଠିକା କର୍ମଚାରୀ ରୂପେ କାର୍ଯ୍ୟ କରୁଛନ୍ତି। ମାଥାଲପୁଟ ହାଟପଦାସ୍ଥିତ ମନ୍ଦିର କଲୋନୀରେ ସପରିବାର ରହୁଛନ୍ତି। ତାଙ୍କ ନିଜ ଘର ଉମୁରୀରେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି...

ନାଳରେ ଭାସିଗଲେ ୨ ଯୁବକ

ଦିଗପହଣ୍ଡି,୨୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମ ପାଶର୍‌ବ ଦେଇ ଯାଇଥିବା ରାଉତରାୟ ନାଳକୁ ମଙ୍ଗଳବାର ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା...

ମହିଳାଙ୍କଠାରୁ ଝାମ୍ପିନେଲେ ୫୦ ହଜାର

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ମଣ୍ଡାସାହି-ଉତ୍ତରାଖଣ୍ଡ ରାସ୍ତା ମଧ୍ୟରେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏହି ମହିଳା...

ଶେରଗଡ଼ ବ୍ଲକକୁ ନିର୍ଦ୍ଦେଶନାମା ନ ଆସୁଣୁ ପିତ୍ତଳ ପଞ୍ଚାୟତ ୬ଦିନ ଶଟ୍‌ଡାଉନ

ଶେରଗଡ଼,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକକୁ ୫ଦିନ ପାଇଁ ଜିଲାପାଳ ଶଟ୍‌ଡାଉନ ଘୋଷଣା କରିଥିଲେ। ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ପିତ୍ତଳ ସରପଞ୍ଚ ରଙ୍ଗବତୀ ବେହେରା...

ସାତ ଦିନରେ ସାତ ରଙ୍ଗର ପାଟ

ମହାପ୍ରଭୁଙ୍କ ସବୁ ପରମ୍ପରା ଭଳି ତାଙ୍କ ବସ୍ତ୍ର ସମ୍ଭାରରେ ବି ରହିଛି ସ୍ବକୀୟତା। ବିଶେଷତଃ ତାଙ୍କୁ ଲାଗି ହେଉଥିବା ବସ୍ତ୍ର ‘ଖଣ୍ଡୁଆ ପାଟ’ ଭାବରେ ପରିଚିତ।...

ବର ବେଶରେ ସଜ୍ଜିତ ହେଲେ ବାବା ଆଖଣ୍ଡଳମଣି, ଆଜି ଅପରାହ୍ନରେ ହେବ ବିବାହ

ଆରଡ଼ି,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ଅପରାହ୍ନରେ ଶିବ ବିବାହ ଅନୁଷ୍ଠିତ ହେବ। ସକାଳୁ ମାତା ପାର୍ବତୀ ଓ ବାବା ମହାଦେବଙ୍କୁ ମଙ୍ଗୁଳା...

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ...

୧୪ରେ ରେଳରୋକୋ ଆନ୍ଦୋଳନ

ପଦ୍ମପୁର, ୬।୮(ଡି.ଏନ.ଏ.): ବରଗଡ଼ ଜିଲା ରାଜବୋଡାସମ୍ବର କୃଷକ ସଙ୍ଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ପଦ୍ମପୁର ଗୋରୁ ବଜାରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement
Archives

Model This Week