Home Left

ନେଇଗଲେ ମୋବାଇଲ ଟାଓ୍ବାର

ବେଙ୍ଗାଲୁରୁ,୨୨।୧: ବେଙ୍ଗାଲୁରୁରୁ ଚଳିତ ମାସରେ ୨ଟି ମୋବାଇଲ ଟାଓ୍ବାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ହ୍ବାଇଟ୍‌ ଫିଲ୍ଡ ଡିଭିଜନ ଅଧୀନ ମହାଦେବପୁରରୁ ଏକ ଟାଓ୍ବାର ଚୋରି ହୋଇଥିବା ବେଳେ ଉତ୍ତର ବେଙ୍ଗାଲୁରୁର ରାଜାଜୀ ନଗରରୁ ଆଉ ଏକ ମୋବାଇଲ୍‌ ଟାଓ୍ବାର ଚୋରି…

ଚୋରିକରି ପଳାଉଥିବା ବେଳେ କୂଅରେ ପଡ଼ିଲେ

ହାଇଦ୍ରାବାଦ,୨୨।୧: ତେଲଙ୍ଗାନାର ହନମ୍‌କୋଣ୍ଡା ଜିଲାର ଏସ୍‌ଆର୍‌ ଇଞ୍ଜିନିୟରିଂ କଲେଜ ଛାତ୍ରୀନିବାସରୁ ଶନିବାର ରାତିରେ ମୋବାଇଲ ଫୋନ୍‌ ଏବଂ ଲାପ୍‌ଟପ ଚୋରିକରି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ କୂଅରେ ଖସିପଡ଼ିଥିଲେ। ରାତିସାରା କୂଅରେ ରହିବା ପରେ ସକାଳେ ପୋଲିସ…

ଅପହରଣ, ଲୁଟ୍‌ ମାମଲା: ଜେଲ ଗଲେ ଭାଜପା ନେତ୍ରୀଙ୍କ ପୁଅ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ପୋଲିସ ଏକ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମଦ୍ୱୟ ହଲେ ଅଜୁ ବରାଳ ଓ ରୋହନ ସନ୍ଦିରିଆ। ଏହି ଘଟଣାର ଅନ୍ୟ ଅଭିଯୁକ୍ତମାନେ ଫେରାର…

ଚଇତି ମହୋତ୍ସବ ଶେଷଦିନରେ ଅଗ୍ନିକାଣ୍ଡ

ରାୟଗଡ଼ା,୨୨ା୧(ସ୍ବ.ପ୍ର.): ରାୟଗଡ଼ା ଜିଲା ଲୋକ ମହୋତ୍ସବ ଚଇତି ମଣ୍ଡପ ନିକଟରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଉଦ୍‌ଯାପନୀ ସାରେ ଆତସବାଜି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଫଳରେ ଅଗ୍ନିକାଣ୍ଡରୁ ଅଳ୍ପକେ…

ସରସ ମେଳା: ଗ୍ରାହକଙ୍କୁ ଆକୃଷ୍ଟ କରୁଛି ମାଟି ଉପକରଣ

ରାଉରକେଲା ଅଫିସ,୨୨।୧: ହକି ବିଶ୍ୱକପ୍‌ ଅବସରରେ ରାଉରକେଲା ସେକ୍ଟର-୫ ସ୍ଥିତ ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ସରସ ମେଳା। ମେଳାରେ ସମୁଦାୟ ୨୫୦ଟି ଷ୍ଟଲ ପ୍ରଦର୍ଶିତ ହେଉଛି। ହେଲେ ମେଳାରେ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ମସଲା ଓ ମାଟି…

ଜେଲ ଭୋଗୁଥିବା କଏଦୀଙ୍କ ମୃତ୍ୟୁ

ଝାରସୁଗୁଡ଼ା ଅଫିସ୍‌,୨୨।୧: ଝାରସୁଗୁଡ଼ା ଉପକାରାଗାରରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା କଏଦୀ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି (୪୨)ଙ୍କ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ହୋଇଛି। ତାଙ୍କ ଘର ଲଇକେରା ଥାନା ଅନ୍ତର୍ଗତ କେନ୍ଦୁଡିହୀ ଗ୍ରାମ ଜଙ୍ଗଲିପଡାରେ। କାରାଗାର ଭିତରେ…

ପ୍ରଧାନ ବିଚାରପତିଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୨।୧:ସୁପ୍ରିମକୋର୍ଟ ରାୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଉପରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱ ଦେଉଥିବାରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା…

ମାଛ ଧରିବାକୁ ଯାଇ ୧୮ ଘଣ୍ଟା ପରେ ମିଳିଲା ମୃତଦେହ

ଚିତ୍ରକୋଣ୍ଡା,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ କାଦଗୁମ୍ମା ଗ୍ରାମର ନିଖୋଜ ମଙ୍ଗରା ପାଙ୍ଗି(୪୬)ଙ୍କ ମୃତଦେହ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ କାଦଗୁମ୍ମା ଗ୍ରାମର ମଙ୍ଗରା ସ୍ତ୍ରୀଙ୍କ…

ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କଲେ ସିଦ୍ଦରମୈୟା

ବେଙ୍ଗାଲୁରୁ,୨୨।୧: ଚଳିତବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସିଦ୍ଦରମୈୟା ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ମୋଦିଙ୍କୁ…

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଥାନା ଆଗରେ ଧାରଣା

ତରଭା, ୨୨ା୧(ଡି.ଏନ.ଏ.): ବିଦ୍ୟୁତ୍‌ ବ୍ୟବହାର କରି ନ ଥିବା ଚାଷୀଙ୍କ ନାମରେ ଆସୁଛି ବିଲ୍‌। ସେହିପରି ଦେୟ ବାକି ଥିବା କାରଣରୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କରି ଦିଆଯାଉଛି। ଏହାର ପ୍ରତିବାଦ କରି ଟାଟା ପାଓ୍ବାର କମ୍ପାନୀ ବିରୋଧରେ ବରିଷ୍ଠ ନେତା…

ଭାଜପା ବିଧାୟକଙ୍କ ଯୁକ୍ତି: ଭଲ ରାସ୍ତା ଯୋଗୁ ଘଟୁଛି ସଡ଼କ ଦୁର୍ଘଟଣା

ଭୋପାଳ,୨୨।୧: ମଧ୍ୟପ୍ରଦେଶ ଖଣ୍ଡଓ୍ବା ମାନ୍ଧାତା ବିଧାନସଭା ଆସନର ଭାଜପା ବିଧାୟକ ନାରାୟଣ ସିଂ ପଟେଲ ସଡ଼କ ଦୁର୍ଘଟଣାକୁ ନେଇ ଏକ ଅଜବ ଯୁକ୍ତି ବାଢିଛନ୍ତି। ଭଲ ରାସ୍ତା ଯୋଗୁ ସଡ଼କ ଦୁର୍ଘଟଣା ଘଟୁଛି। ଭଲ ରାସ୍ତା ଯୋଗୁ ଯାନବାହାନ ଅଧିକ ବେଗରେ…

ଭଉଣୀ, ଭାଇ ମିଶି କରିଥିଲେ ହତ୍ୟା: ଅଢ଼େଇ ବର୍ଷ ପରେ ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ସ୍ବାମୀଙ୍କ କଙ୍କାଳ

ଝାରସୁଗୁଡ଼ା ଅଫିସ,୨୨।୧: ଦୀର୍ଘ ଅଢ଼େଇ ବର୍ଷ ପରେ ଡ୍ରାଇଭର ଡମ୍ବରୁଧର ପାତ୍ର(୩୯)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ବନହରପାଲି ଥାନା ପୋଲିସ। ପୋଲିସ ବନ୍ଧବାହାଲ ଶାନ୍ତିନଗରସ୍ଥିତ ବାସଭବନ ପାଇଖାନା ଟାଙ୍କିରୁ ରବିବାର ଡମ୍ବରୁଧରଙ୍କ କଙ୍କାଳ ଜବତ କରିଛି। ଜବତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri