‘ପ୍ରାଇଡ୍‌ ଆଣ୍ଡ୍‌ ପ୍ରିଭିଲେଜ୍‌’ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୨୯।୪: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ‘ଏଚ୍‌ସିଜି ପ୍ରାଇଡ୍‌ ଆଣ୍ଡ ପ୍ରିଭିଲେଜ୍‌ କାର୍ଡ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି କିନ୍ନର ଗୋଷ୍ଠୀଙ୍କୁ ନିରବଚ୍ଛିନ୍ନ କ୍ୟାନ୍‌ସର କେୟାର ପ୍ରଦାନ କରିବା ଲାଗି ଏଭଳି ଏକ କାର୍ଡ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେଲିନ୍‌ ମହାନ୍ତି, ବଲିଉଡ୍‌ ଅଭିନେତ୍ରୀ ସ୍ବପ୍ନା ପତି, ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ସକାଳର ପ୍ରକାଶକ ଅମିତ ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏଚ୍‌ସିଜି ହସ୍ପିଟାଲ୍ସର ଆଞ୍ଚଳିକ ବ୍ୟବସାୟ-ପୂର୍ବ ଓ ଏପି ମୁଖ୍ୟ ପ୍ରତୀକ ଜୈନ କହିଛନ୍ତି, ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ କଟକ ଜରିଆରେ ଏଚ୍‌ସିଜି ପ୍ରାଇଡ୍‌ ଆଣ୍ଡ୍‌ ପ୍ରିଭିଲେଜ୍‌ କାର୍ଡ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡା. କୃପାସିନ୍ଧୁ ପଣ୍ଡା କହିଛନ୍ତି, ସ୍ବାସ୍ଥ୍ୟସେବା ପେସାଦାର ଭାବେ ଜଣଙ୍କ ଲିଙ୍ଗ, ଜାତି କିମ୍ବା ଯୌନ ଆକର୍ଷଣର ବାଛବିଚାର ନ କରି ଆମେ ନିଶ୍ଚିତ ରୂପେ ଶ୍ରେଷ୍ଠ ମାନର ଚିକିତ୍ସା ପ୍ରଦାନ କରିବା ଦରକାର। ସେହିପରି ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଶାନ୍ତନୁ ଦାସ କହିଛନ୍ତି, କିନ୍ନର ଗୋଷ୍ଠୀଙ୍କ ଜେନେଟିକ୍‌ ଗଠନଶୈଳୀ ଓ ଜୀବନଶୈଳୀ ଦୃଷ୍ଟିରୁ ସେମାନେ କ୍ୟାନ୍‌ସର ସମେତ ସାମ୍ନା କରୁଥିବା ସ୍ବାସ୍ଥ୍ୟ ସମସ୍ୟା ଲାଗି ସ୍ବତନ୍ତ୍ର ଯତ୍ନ ଦରକାର। ସାମାଜକ କର୍ମୀ ମୀରା ପରିଡ଼ା କହିଛନ୍ତି, ଓଡ଼ିଶାର କିନ୍ନର ଗୋଷ୍ଠୀଙ୍କୁ ସେବା ପ୍ରଦାନ କରିବା ଲାଗି ଏଚ୍‌ସିଜି ସେବାର ସମ୍ପ୍ରସାରଣକୁ ଦେଖି ମୁଁ ଆନନ୍ଦିତ। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଓଡ଼ିଶାରେ କିନ୍ନର ଗୋଷ୍ଠୀଙ୍କୁ କ୍ୟାନ୍‌ସର ସେବା ପ୍ରଦାନ କରିବାରେ ଏଚ୍‌ସିଜି ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri