ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ ବନ୍ଦ ହେବ

ଭିଏନା,୨୯ା୪ : ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ ଭାବେ ଜଣାଶୁଣା ଅଷ୍ଟ୍ରିଆର ‘ଓ୍ବିନେର ଜେଇଟୁଙ୍ଗ୍‌’ ଏହାର ଛାପା ସଂସ୍କରଣ ବନ୍ଦ କରିବାକୁ ଯାଉଛି। ୧୭୦୩ରୁ ପ୍ରକାଶ ପାଇ ଆସୁଥିବା ଏହି ଖବରକାଗଜକୁ ବନ୍ଦ କରିବା ପାଇଁ ଅଷ୍ଟ୍ରିଆ ପାର୍ଲାମେଣ୍ଟ ଗୁରୁବାର ନିଷ୍ପତ୍ତି ନେଇଛି। ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠ ଭୋଟରେ ଉକ୍ତ ଆଇନ ଗୃହୀତ ହୋଇଛି। ଓ୍ବିନେର ଜେଇଟୁଙ୍ଗ୍‌ ଏହାର ୩୨୦ ବର୍ଷର ଇତିହାସରେ ଯୁବ ମୋଜାର୍ଟଙ୍କଠାରୁ ଆରମ୍ଭ କରି ଶେଷ ହାବ୍ସବର୍ଗ ସମ୍ରାଟଙ୍କ ପଦତ୍ୟାଗ ପର୍ଯ୍ୟନ୍ତ ପ୍ରତ୍ୟେକ ଖବର ପ୍ରକାଶ କରିଆସିଥିଲା। ୧୮୫୭ରେ ଅଷ୍ଟ୍ରିଆ ସରକାର ଉକ୍ତ ଖବରକାଗଜର ମାଲିକାନା ହାତକୁ ନେବା ପରେ ଏକ ଖବର ସାଙ୍ଗକୁ ସରକାରୀ ଗେଜେଟ ଭାବେ ଏଥିରେ ନିଯୁକ୍ତି ଓ ଅନ୍ୟାନ୍ୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଆସୁଥିଲା। ଉକ୍ତ ବିଜ୍ଞାପନ ହିଁ ଏହାର ମୁଖ୍ୟ ଆୟ ଥିଲା। ଗୁରୁବାର ଅଷ୍ଟ୍ରିଆ ପାର୍ଲାମେଣ୍ଟରେ ଗୃହୀତ ଆଇନ ଅନୁଯାୟୀ ଖବରକାଗଜର ପ୍ରିଣ୍ଟ ଏଡିଶନରେ ବିଜ୍ଞାପନ ବାହାର କରାଯିବ ନାହିଁ। ଦୈନିକ ଖବରକାଗଜ ଚଳାଇବା ଓ ଏହାକୁ ଆର୍ଥତ୍କ ସହାୟତା ଦେବା ସରକାରଙ୍କ କାର୍ଯ୍ୟ ନୁହେଁ ବୋଲି ଅଷ୍ଟ୍ରିଆର କଞ୍ଜରଭେଟିଭ୍‌ ଚାନ୍‌ସେଲର ସେବାଷ୍ଟିଆନ୍‌ କୁର୍ଜ ୨୦୨୧ରେ କହିଥିଲେ। ନୂଆ ମିଡିଆ ନିୟମାବଳୀ ଓ୍ବିନେର ଜେଇଟୁଙ୍ଗ୍‌କୁ ଦୈନିକ ସମ୍ବାଦପତ୍ରରୁ ଏକ ‘ପ୍ରଶିକ୍ଷଣ ଓ ଶିକ୍ଷା ମାଧ୍ୟମ’ରେ ପରିଣତ କରିଛି। ଆଇନ ଉପରେ ଭୋଟ ଦିନ ଉକ୍ତ ଖବରକାଗଜରେ ‘ଏଣ୍ଡ୍‌ ବାଏ ଲ’ ନାମରେ ଏକ ଲେଖା ପ୍ରକାଶ ପାଇଥିଲା। ନୂଆ ବର୍ଣ୍ଣନା ଏକ ଅସ୍ପଷ୍ଟ ଜନାଦେଶ, ଯାହା ଏହାର ସାମ୍ବାଦିକତା ପ୍ରସ୍ତୁତ କରିବା ସାମର୍ଥ୍ୟକୁ ନଷ୍ଟ କରିଦେବ ବୋଲି ଏଥିରେ କୁହାଯାଇଛି। ସବୁଠୁ ପୁରଣା ଖବରକାଗଜକୁ ଯୋଜନାବଦ୍ଧ ଭାବେ ବନ୍ଦ କରାଯାଉଥିବାରୁ ଭିଏନାର ଫେଡେରାଲ ଆସେମ୍ବ୍ଲି ବାହାରେ ହଜାର ହଜାର କର୍ମଚାରୀ ଓ ପାଠକ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବରକାଗଜର ଅନ୍‌ଲାଇନ ସଂସ୍କରଣ ଏବଂ ମାସିକ ଛାପା ସଂସ୍କରଣ ଜାରି ରହିଲେ ମଧ୍ୟ ସରକାରଙ୍କ ନିଷ୍ପତ୍ତି ‘ଡିଜିଟାଲ ବା ପେପର’ଠାରୁ ଅଧିକ କିଛି ବୋଲି ଓ୍ବିନେର ଜେଇଟୁଙ୍ଗ୍‌ର ଡେପୁଟି ଏଡିଟର-ଇନ୍‌-ଚିଫ୍‌ ଥୋମାସ ସିଫେର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri