ସଂସ୍ଥାପନ ସମୟରେ ଖସିଲା ଡାକୋଟା
ଭୁବନେଶ୍ୱର,୧।୩(ବ୍ୟୁରୋ): ସଂସ୍ଥାପନ ସମୟରେ ଛିଡ଼ିଲା ବିଜୁ ବାବୁଙ୍କ ଡାକୋଟା ବିମାନ। ଭୁବନେଶ୍ୱର ଏୟାରପୋର୍ଟ ସାମ୍ନାରେ ବୁଧବାର ମରାମତି ବେଳେ ଏହା ହାଇଡ୍ରା ବେଲ୍ଟରୁ ଛିଡ଼ି ପଡ଼ିଥିଲା। ଫଳରେ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…
ମାର୍ଚ୍ଚରେ ୧୨ ଦିନ ବ୍ୟାଙ୍କ ବନ୍ଦ ! ଦେଖନ୍ତୁ ପୁରା ତାଲିକା…
ନୂଆଦିଲ୍ଲୀ,୧।୩: ଆଜିଠାରୁ ଆରମ୍ଭ ହୋଇଛି ମାର୍ଚ୍ଚ ମାସ। ଏହି ମାସରେ ହୋଲି ସମେତ ଅନେକ ଉତ୍ସବ ପଡ଼ୁଥିବାରୁ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ମୋଟ ୧୨ ଦିନ ଛୁଟି ଥିବା ଦେଖାଯାଇଛି।…
ଆମେ ଅଟକିବୁନି, ଏଣିକି ୧୫୦ ସ୍ପିଡ୍ରେ କାମ ହେବ: କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୧।୩: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରର ଦୁଇ ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ବିଧାୟକଙ୍କ…
ପଥରରେ ଛେଚି ଯୁବକଙ୍କୁ ହତ୍ୟା: ଜଣେ ଗିରଫ
କେନ୍ଦୁଝର,୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ସଦର ଥାନା ବୋଲି ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ସୁଶାନ୍ତ ଦାସ ସୂଚନା…
ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ ଧର୍ମର ସୁରକ୍ଷା ଲାଗି ନିର୍ମାଣ ହେବ ୩,୦୦୦ ମନ୍ଦିର
ହାଇଦ୍ରାବାଦ,୧।୩: ଆନ୍ଧ୍ରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପ୍ରତିଟି ଜିଲାରେ ମନ୍ଦିର ଥିବା ନିଶ୍ଚିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ରାଜ୍ୟରେ ୩ ହଜାର ମନ୍ଦିର ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମ…
ଏହି ଶବ୍ଦକୁ ଘୃଣା କରନ୍ତି ଶାହିଦ
ଅଭିନେତା ଶାହିଦ କପୁର ଆଜିକାଲି ତାଙ୍କ ୱେବ ସିରିଜ ‘ଫର୍ଜି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶାହିଦ ବଲିଉଡ୍କୁ ହିଟ୍ ଫିଲ୍ମ ଦେଇଛନ୍ତି। ବଲିଉଡରେ ତାଙ୍କର ପରିଚୟ ‘ଏକ ଚକୋଲେଟ ବୟ’ ଭାବେ ରହିଛି। କେହି…
ଜଙ୍ଗଲରେ ମହିଳାଙ୍କୁ ଦଳିମାରିଲା ହାତୀ
ସୁନ୍ଦରଗଡ଼,୧ା୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଲସର ଗାଁ ନିକଟ ଛୁଆଲି ଘାଟି ଜଙ୍ଗଲରେ ବୁଧବାର ମଧ୍ୟାହ୍ନରେ ଯୁବକ ଜଣେ ମହିଳାଙ୍କୁ ବାଇକ୍ରେ ବସାଇ କୌଣସି କାମରେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ମହିଳାଙ୍କୁ ହାତୀ…
ଖୁବ୍ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ: ଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର,୧।୩(ବ୍ୟୁରୋ): ଖୁବ୍ଶୀଘ୍ର ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ଏବଂ ହାଇସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ବାହାରି ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇ ସାରିଥିବା…
ଟୁଇଟର୍ ଡାଉନ୍
କାଲିଫର୍ନିଆ,୧।୩: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର୍ ସମଗ୍ର ବିଶ୍ୱରେ ଡାଉନ ହୋଇପଡିଛି। ଫଳରେ ୟୁଜର୍ସମାନେ ଟୁଇଟର୍ରେ ନୂତନ ପୋଷ୍ଟ ଦେଖିବାକୁ ଅସମର୍ଥ ହୋଇଛନ୍ତି। ଡାଉନଡିଟେକ୍ଟରଙ୍କ ଅନୁଯାୟୀ, ଗତ ୧ ଘଣ୍ଟା ମଧ୍ୟରେ ୬୦୦ ରୁ ଅଧିକ ଲୋକ ୱେବସାଇଟରେ ଟୁଇଟର୍ ଡାଉନ୍…
ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪/୧୫୬
ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ କଙ୍ଗାରୁ ଦଳର ନାଁରେ ରହିଛି। ବୋଲିଂରେ ଚମତ୍କାର ପ୍ରଦର୍ଶନ ଟିମ ଇଣ୍ଡିଆକୁ ପ୍ରଥମ ଇନିଂସକୁ ୧୦୯ ରନ୍ରେ ସୀମିତ ରଖିଥିଲା। ଏହାର ଜବାବରେ…
ଦୁର୍ଘଟଣା ମୋ’ ଜୀବନର ଦୃଷ୍ଟିକୋଣ ବଦଳାଇଦେଇଛି: ପନ୍ତ
ନୂଆଦିଲ୍ଲୀ,୧।୩: ଦୁର୍ଘଟଣା ବଦଳାଇଦେଇଛି ଜୀବନ ଜିଇଁବାକୁ ନେଇ ଚିନ୍ତାଧାରା। ଆମେ କହୁଛୁ ଭାରତୀୟ ଷ୍ଟାର ଉଇକେଟକିପର ରିଷଭ ପନ୍ତଙ୍କ କଥା। ଦୁଇ ମାସ ପୂର୍ବେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏବେ ସେ…
ଗାଁରେ ପଶିଲା କଲରାପତରିଆ ବାଘ, ଲୋକେ ଆତଙ୍କିତ
ସୁନ୍ଦରଗଡ଼,୧ା୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ଏକ କଲରାପତରିଆ ବାଘ ପଶିଆସିଛି । ଜଣଙ୍କ ବାଡ଼ି ପଟେ ପଶୁଥିବା ବେଳେ ଲୋକେ ଦେଖି ପାଟି କରିବା ପରେ ଗାଁ ଲୋକେ ତାକୁ ଘଉଡ଼ାଇ ଥିଲେ। ବାଘଟି…
Archives


