Posted inଜାତୀୟ

ଭାରତରେ ୧୦.୧ କୋଟି ମଧୁମେହ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୬(ଆଇଏଏନ୍‌ଏସ୍‌): ଭାରତରେ ୩୧ କୋଟି ୫୦ ଲକ୍ଷ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଥିବାବେଳେ ୧୦ କୋଟି ୧୦ ଲକ୍ଷ ଲୋକ ମଧୁମେହ ଆକ୍ରାନ୍ତ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଦି ଲାନ୍‌ସେଟ୍‌ ଡାଇବେଟିସ୍‌ ଆଣ୍ଡ ଏଣ୍ଡୋକ୍ରିନୋଲୋଜିରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ଉକ୍ତ ଅଧ୍ୟୟନ ଅନୁଯାୟୀ ୧୩.୬ କୋଟି ଭାରତୀୟଙ୍କଠାରେ ପ୍ରାକ୍‌ ମଧୁମେହ ଦେଖାଦେଇଥିବାବେଳେ ୨୧.୩ କୋଟିଙ୍କଠାରେ ଉଚ୍ଚ କୋଲେଷ୍ଟରଲ, ୧୮.୫ କୋଟିଙ୍କଠାରେ ଉଚ୍ଚ ଏଲ୍‌ଡିଏଲ୍‌ କୋଲେଷ୍ଟରଲ ରହିଛି। ସେହିପରି ୨୫.୪ କୋଟିଙ୍କଠାରେ ସାଧାରଣ ମୋଟାପଣ ରହିଥିବାବେଳେ ୩୫.୧ କୋଟି ମେଦବହୁଳତାରେ ଆକ୍ରାନ୍ତ।
୨୦୦୮ରୁ ୨୦୨୦ ମଧ୍ୟରେ ସାରା ଦେଶରୁ ମୋଟ ୨୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ୧,୧୩,୦୪୩ ଜଣଙ୍କ ଉପରେ ଆଇସିଏମ୍‌ଆର୍‌- ଇଣ୍ଡିଆ ଡାଇବେଟିସ୍‌ (ଆଇସିଏମ୍‌ଆର-ଆଇଏନ୍‌ଡିଆଇଏବି) ଅଧ୍ୟୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୩,୫୩୭ ସହରାଞ୍ଚଳର ହୋଇଥିବାବେଳେ ୭୯,୫୦୬ ଜଣ ଗ୍ରାମାଞ୍ଚଳ ଲୋକ। ଭାରତରେ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ର ଦ୍ରୁତ ବୃଦ୍ଧି ଘଟୁଛି। ତେବେ ବିଭିନ୍ନ ଅଞ୍ଚଳରେ ଏହାର ପ୍ରସାରଣରେ ଭିନ୍ନତା ରହିଛି। ପ୍ରାକ୍‌ ମଧୁମେହ ବ୍ୟତୀତ ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ଡାଇସ୍ଲିପିଡେମିଆ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ବ୍ୟାପୁଛି। ନିମ୍ନ ମାନବୀୟ ବିକାଶ ସୂଚକାଙ୍କ ଥିବା ଅଧିକାଂଶ ରାଜ୍ୟରେ ଡାଇବେଟିସ୍‌ ଓ ପ୍ରିଡାଇବେଟିସ୍‌ ଅନୁପାତ ୧ରୁ କମ୍‌ ରହିଛି। ଅନ୍ୟ ରାଜ୍ୟ ତୁଳନାରେ କେରଳ, ପଣ୍ଡିଚେରି, ଗୋଆ, ସିକିମ୍‌ ଏବଂ ପଞ୍ଜାବରେ ଅଣସଂକ୍ରାମକ ରୋଗ ଅଧିକ ବ୍ୟାପୁଥିବା ଅଧ୍ୟୟନରୁ ଜଣାପଡ଼ିଛି। ଭାରତର ଦକ୍ଷିଣ ଓ ଉତ୍ତରାଞ୍ଚଳରେ ଅଧିକ ମଧୁମେହ ବ୍ୟାପୁଥିବା ଦେଖାଦେଇଛି। ସହରାଞ୍ଚଳରେ ଏହାର ମାତ୍ରା ଅଧିକ। କେନ୍ଦ୍ରୀୟ ଏବଂ ଉତ୍ତରପୂର୍ବାଞ୍ଚଳରେ ମହୁମେହ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। କେନ୍ଦ୍ରୀୟ ଭାରତକୁ ବାଦ୍‌ ଦେଲେ ସାରା ଦେଶରେ ବିଶେଷକରି ସହରାଞ୍ଚଳରେ ଉକ୍ତ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?