ଆନ୍ଧ୍ରରୁ ଆସିବ ରଥଟଣା ଦଉଡ଼ି

ନବରଙ୍ଗପୁର,୧୦।୬ (ବି.ପ୍ର.): ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ୨୦୨୩ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରଥ ଟଣା ପାଇଁ ଆନ୍ଧ୍ରପ୍ରଦେଶରୁ ଦଉଡି ଅଣାଯିବ। ରଥ ଟଣା ସମୟରେ ରଥ ଉପରେ ଅଧିକ ଲୋକଙ୍କ ବସାଯିବ ନାହିଁ। ରଥର ବ୍ରେକ ପାଇଁ ସମୁଦାୟ ୨୧ ଜଣ ରହିବେ। ସେମାନଙ୍କ ବ୍ୟତୀତ ଅନ୍ୟ କେହି ଯେମିତି ଭିତରକୁ ପ୍ରବେଶ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ରଥ ଉପରେ କେଉଁମାନେ ରହିବେ ରାଜପୁରୋହିତ ନରସିଂହ ତ୍ରିପାଠୀ ତାର ଏକ ତାଲିକା ପ୍ରଦାନ କରିବେ।
ରଥଯାତ୍ରା ଦିନ ମଙ୍ଗଲମ ଟିମ୍ବର ରାସ୍ତାକୁ ହିଁ ବ୍ୟବହାର କରାଯିବ। ସେହିଭଳି ନବରଙ୍ଗପୁର ଥାନାଧିକାରୀ ନରେଶ କୁମାର ପ୍ରଧାନଙ୍କୁ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି। ସନ୍ଧ୍ୟା ସମୟରେ ଗୁଣ୍ଡିଚା ମନ୍ଦିରର ପରିସରରେ ଭକ୍ତଙ୍କ ଭିଡ଼ ରହିଥିବାରୁ ଏହିସମୟରେ ଯେମିତି ବିଦ୍ୟୁତ୍‌ କାଟ ନ କରାଯାଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ସାଉଥ୍‌କୋ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରା ଦିନ ଯେଉଁ ଧାରା ବିବରଣୀ ପ୍ରଦାନ କରାଯିବ ସେଥିପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲଙ୍କୁ ଏହି ଦାଇତ୍ୱ ଦିଆଯାଇଛି। ଏଥିସହିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ନେତ୍ରୋତ୍ସବ, ରଥ ପ୍ରତିଷ୍ଠା , ହେରାପଞ୍ଚମୀ, ସୁନାବେଶ , ନିଳାଦ୍ରୀ ବିଜେ ଆଦି ନୀତି ସହ ଏହି ଦିନମାନଙ୍କର ପ୍ରସାଦ ସେବନ ବ୍ୟବସ୍ଥା ପାଇଁ ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର ଓ ନବରଙ୍ଗପୁର ଜଗନ୍ନାଥ ନୀତି ପରିଚାଳନା ନିଯୋଗ କମିଟିକୁ ଦାୟିତ୍ୱ ଦିଆଯାଇଛି। ପୌରସଂସ୍ଥା ପକ୍ଷରୁ ଯାତ୍ରା ସମୟରେ ପ୍ରତିଦିନ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ପରିସର ସଫେଇ କରାଯିବ। ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ରଙ୍ଗ ଦେବା ଦାୟିତ୍ୱ ଦିଆଯାଇଛି। ଯାତ୍ରା ଦିନ ଦମକଳ ଗାଡି ସଜାଗ ରହିବ ଏବଂ ପାନୀୟ ଜଳ ସୁବିଧା ପାଇଁ ଜନସ୍ବାସ୍ଥ୍ୟ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଗାଡି ଓ ଆମ୍ବୁଲାନ୍ସ ନିୟୋଜିତ କରିବା ଦାୟିତ୍ୱ ସିଡିଏମ୍‌ଓ କାଳୀ ପ୍ରସାଦ ବେହେରାଙ୍କୁ ଦିଆଯାଇଛି। ୭ଦିନ ପର୍ଯ୍ୟନ୍ତ ଯାତ୍ରା ସମୟରେ ପ୍ରତିଦିନ ଅନ୍ନଭୋଗ ଓ ଶୁଖିଲା ଭୋଗ ବିକ୍ରି କରାଯିବ। ବୈଠକରେ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ ରାଉତ, ନବରଙ୍ଗପୁର ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ , ନବରଙ୍ଗପୁର ତହସିଲଦାର ତଥା ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦ ରଥ ଆଚାର୍ଯ୍ୟ, ରାଜପୁରୋହିତ ନରସିଂହ ତ୍ରିପାଠୀ, ଆଇନଜୀବୀ ଉମାଶଙ୍କର ତ୍ରିପାଠୀ, ସମାଜିକ କର୍ମୀ ଜଗନ୍ନାଥ ମହାପାତ୍ର, ଆର୍‌ଆଇ ସାଗର ଖୁଣ୍ଟିଆ, ଦେବୋତ୍ତର ମୁଖ୍ୟ କିରାଣୀ ଗଗନ ସୌରା, ସୁବାସ ଚନ୍ଦ୍ର ସୁର, ନରସିଂହ ତ୍ରିପାଠୀ, ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ ତ୍ରିପାଠୀ, ଉପ ସଭାପତି ଭବାନୀ ଶଙ୍କର ଶତପଥୀ, ନିଯୋଗ ସମ୍ପାଦକ କୁନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?