ଜଳାଶୟମୁହାଁ ବନ୍ୟପ୍ରାଣୀଙ୍କୁ ଶିକାର

ନୟାଗଡ଼ ଅଫିସ,୧୦।୬: ଗ୍ରୀଷ୍ମଋତୁରେ ଖାଦ୍ୟ ଓ ପାଣି ଅନ୍ବେଷଣରେ ଗଁା ଓ ସହରମୁହଁା ହେଉଥିବା ବନ୍ୟପ୍ରାଣୀଙ୍କୁ ଶିକାର କରିବା ସୁବିଧା ହେଉଛି। ଏଥିପାଇଁ ଶିକାରୀମାନେ ବନ୍ୟପ୍ରାଣୀ ଆସୁଥିବା ବିଭିନ୍ନ ଜଳାଶୟକୁ ଚିହ୍ନଟ କରୁଛନ୍ତି। ପରେ ଜଳାଶୟ ନିକଟରେ ଲୁଚି ଛପି ଶିକାର କରୁଛନ୍ତି। ଅଧିକାଂଶ ଜଳାଶୟ ନିକଟରେ କୁକୁର ଦ୍ୱାରା ଶିକାରୀମାନେ ଶିକାର କରୁଛନ୍ତି। ଜିଲାରେ ଶିକାର ହେଉଥିବା ବିଭିନ୍ନ ବନ୍ୟପ୍ରାଣୀ ମଧ୍ୟରେ ବାର୍‌ହାର ସଂଖ୍ୟା ଅଧିକ ରହୁଛି। ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆଉ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି। ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇଥିବାବେଳେ ବନ ବିଭାଗ ଏହାର ଟେର ପାଉନାହିଁ। ଅନ୍ୟପକ୍ଷେ ଜିଲାର ବିଭିନ୍ନ ଜଙ୍ଗଲିଆ ଅଞ୍ଚଳରେ ଫାଶ ପକାଇ, ବିଦ୍ୟୁତ୍‌ ତାର ବିଛାଇ ଓ ବନ୍ଧୁକରେ ଶିକାର ଚାଲିଛି। ସେହିପରି କୁକୁର ଲଗାଇ ମଧ୍ୟ ଶିକାର କରାଯାଉଛି। ବିଭନ୍ନ ଗଁାରେ ବନ୍ୟପ୍ରାଣୀ ମାଂସ ସୁବିଧାରେ ମିଳୁଛି।
ପ୍ରାପ୍ତ ସୂଚନା ଅନୁସାରେ, ମାଳ ସଂରକ୍ଷିତ ଜଙ୍ଗଲର ବନ୍ଧମୁଣ୍ଡା, ଶଙ୍ଖଯୋଡ଼ି, ନେଳିପଡ଼ା, ଭେଟବର, ବଜ୍ରକୋଟ ଅଞ୍ଚଳର ପରି ରଣପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ଶମ୍ବର, କୁଟୁରା, ହରିଣ, ବାର୍‌ହା ଶିକାର ଚାଲିଛି। ପ୍ରାୟ ୨ମାସ ମଧ୍ୟରେ ମାଳ ସଂରକ୍ଷିତ ଜଙ୍ଗଲରୁ ୫ ଶମ୍ବର, ୭ କୁଟୁରା, ୧ ହରିଣ, ୨୦୦ ବାର୍‌ହା ଫାଶ, ବିଦ୍ୟୁତ୍‌ ଓ ଗୁଳି ଯୋଗେ ଶିକାର ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଛି। ଖୋର୍ଦ୍ଧା ଜିଲାର ବର୍‌ବରା, ଧୂଅଁାନଳୀ ଜଙ୍ଗଲ ସହ ରଣପୁରର ବିଭିନ୍ନ ଜଙ୍ଗଲରୁ ବନ୍ୟପ୍ରାଣୀ ମାଂସ ଗୋଡ଼ିପଡ଼ାକୁ ଆସୁଛି। ଓଡ଼ଗଁା ରେଞ୍ଜର ଗୋଛା, ଗୟଳସିଂହ ଜଙ୍ଗଲରେ ଅନୁରୂପ ଭାବେ ଶିକାର ହେଉଛି। ଏଠାରେ ବେଶି ବାର୍‌ହା ଶିକାର ହେଉଛି। ପୁଣି ଗଜେନ୍ଦ୍ରାପଲ୍ଲୀ, ଚୋରାଖୋଲ, ହଳଙ୍ଗାପଲ୍ଲୀ, ଚେମେଡ଼ି, ବାଣ୍ଠପୁର, କୁରାଢ଼ିଘଷା ଅଞ୍ଚଳରେ ଅନୁରୂପ ଭାବେ ଶିକାର ଚାଲିଛି। ଓଡ଼ଗଁା ରେଞ୍ଜର ରଙ୍ଗଣୀପାଟଣା ଛକରେ ବନ୍ୟପ୍ରାଣୀଙ୍କ ମାଂସ ସବୁବେଳେ ମିଳୁଛି। ଏଠାରେ ଗୋଟିଏ ଶିକାରୀ ଦଳ ବହୁଦିନ ହେଲା ଅବାଧରେ ବନ୍ୟପ୍ରାଣୀ ମାଂସ ବିକ୍ରି କରି ଆସୁଛନ୍ତି। ବାଘୁଆ ଛକରେ ଅନୁରୂପ ଭାବେ ବନ୍ୟପ୍ରାଣୀ ମାଂସ ବିକ୍ରି ହେଉଛି। ଶରଣକୁଳ ଭଣ୍ଡାର ମୁଣ୍ଡିିଆରୁ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇ ମାଂସ ବିକ୍ରି ହେଉଛି। ଗଞ୍ଜାମରୁ ହରିଣ ମାଂସ ଓଡ଼ଗଁା, ପଞ୍ଚରିଡ଼ା, ବଡ଼ପୁଟ, ଶରଣକୁଳ ଅଞ୍ଚଳରେ ବିକ୍ରି ହେଉଛି। ଗୋଡ଼ିପଡ଼ା ଅଞ୍ଚଳରେ ହରିଣ, ବାର୍‌ହା, ଶମ୍ବର ମାଂସ ବିକ୍ରି ହେଉଛି। ମହିପୁର ରେଞ୍ଜର ହାତୀମୁଣ୍ଡା, ପାଲଭାରେ ଶିକାରକୁ ରୋକିବା କାଠିକର ପାଠ। ପୁଣି ରଗଡ଼ିମଡ଼ା, ମିନା ଗାଡ଼ିଆ, ଗୁମି, ସିଙ୍ଗାରପୁର, କୋଶଳାଙ୍ଗ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ହେଉଛି। ଗଣିଆର ବାଇଶିପଲ୍ଲୀ ଅଭାୟରଣ୍ୟ ଭିତରେ ଶିକାର ଚାଲିଛି। ସେହିଭଳି ମଣିଭଦ୍ରା, ସାତପୁରି ଜଙ୍ଗଲରୁ ହରିଣ ଶିକାର ବଢ଼ି ଚାଲିଛି। କଟକ ଜିଲା ନରସିଂହପୁର ଅଞ୍ଚଳର କେତେଜଣ ଶିକାରୀ ହରିଣ ଶିକାର କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବା ସହ ନରସିଂହପୁର ଅଞ୍ଚଳରେ ବିକ୍ରି କରୁଥିବା ଅଭିଯୋଗ ରହିଛି। କିଛିମାସ ତଳେ ଗଣିଆ ନନ୍ଦନ ହୋଟେଲରେ ବନ୍ୟପ୍ରାଣୀଙ୍କ ମାଂସ ବିକ୍ରି ହେବା ଏହାର ନଜୀର। ହୋଟେଲର ମାଲିକଙ୍କ ଘରୁ ବନ୍ୟପ୍ରାଣୀଙ୍କ ମାଂସ ଜବତ ସହ ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପୁଣି ଗଣିଆର ବିଞ୍ଜଗିରି ଜଙ୍ଗଲରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଛାମୁଣ୍ଡିଆ, ବଡ଼ସିଲିଙ୍ଗା, କରଡ଼ାପଡ଼ା, ବଡ଼ମୂଳରେ ଶିକାର ଚାଲିଛି। ଭାପୁର ବ୍ଲକର ବାଇଗୁଣିଆ, ବାନ୍ଦେରା ଶାଳ ଜଙ୍ଗଲରେ ଚଉସିଙ୍ଗ, ବାର୍‌ହା, ହରିଣ ଶିକାର ଚାଲିଛି। ଖଣ୍ଡପଡ଼ା ଗୋହିରିଆପଡ଼ା, କିଆଝର ଜଙ୍ଗଲରେ ଅନୁରୂପ ଶିକାର ଚାଲିଛି। ଜିଲାରେ ମୋଟାମାଟି ଭାବେ ଶିକାରୀ ସକ୍ରିୟ ହୋଇ ପଡ଼ିଥିବାବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉକୁ ତ୍ୱରାନ୍ବିତ କରାଯାଇ ପାରୁନାହିଁ। ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଧରପଗଡ଼ ହେଉଛି। ଏପରିକି ଶିକାରୀଙ୍କୁ ଗିରଫ ସହ ବନ୍ୟପ୍ରାଣୀଙ୍କ ମାଂସ ଜବତ କରାଯାଇଛି। ହେଲେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଶିକାରୀ ଓ ଶିକାରକୁ ରୋକିପାରୁନାହିଁ ବୋଲି ଅଭିଯୋଗ ହୋଇ ଆସୁଛି। ଏ ନେଇ ଡିଏଫ୍‌ଓ କ୍ଷମା ଷଡଙ୍ଗୀଙ୍କୁ ପଚାରିବାରେ ବନ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରାଯାଇ ଶିକାରୀ ଓ ବନ୍ୟପ୍ରାଣୀ ମାଂସ ଜବତ କରାଯାଉଛି। ପୁଣି ବନ୍ଧୁକ ବି ଜବତ ହେଉଛି। ଶିକାରୀଙ୍କୁ ଧରପଗଡ଼ ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି। ଆଗକୁ ଚଢ଼ାଉକୁ ଅଧିକ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?