ସରକାରଙ୍କ ନାଁରେ ପୁଞ୍ଜିପତି ଅର୍ଥ ବ୍ୟବସ୍ଥାକୁ ଅକ୍ତିଆର କରିନେଉଛନ୍ତି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଭାରତର ଅର୍ଥ ବ୍ୟବସ୍ଥାକୁ ସରକାରଙ୍କ ନଁାରେ ପୁଞ୍ଜିପତିମାନେ ଅକ୍ତିଆର କରିନେଉଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ସରକାରଙ୍କ ଉପରେ ନିିର୍ଭର କରୁଛି। ଏହାଛଡ଼ା ଜନସାଧାରଣଙ୍କ ମଧ୍ୟ ଏ କ୍ଷେତ୍ରରେ ଦାୟିତ୍ୱ ରହିଛି। ଯଦି ଆମେ ନୀରବ ରହିବା ଏବଂ ଭୁଲ୍‌ କାମ୍‌ ପାଇଁ ପ୍ରତିବାଦ ନ କରିବା ତା’ହେଲେ ସରକାରଙ୍କ ଯାହା ଇଚ୍ଛାହେବ ତାହା କରିବେ ବୋଲି ଲେଖକ ତଥା ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍‌ତା ପ୍ରକାଶ କରିଛନ୍ତି। ଶୁକ୍ରବାର ସୂଚନା ଭବନଠାରେ ଓଡ଼ିଶା ସ୍ବରାଜ ଅଭିଯାନ ପକ୍ଷରୁ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସ୍ମାରକୀ ବକ୍ତୃତା ପ୍ରତିଯୋଗିତାରେ ଠାକୁର୍‌ତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘କ୍ରୋନି ପୁଞ୍ଜିବାଦ’ ଶୀର୍ଷକରେ ଆଲୋଚନା କରିଛନ୍ତି। ଭାରତରେ ଖାଇବା ତେଲଠୁ ନେଇ ବଡ଼ ବଡ ଜିନିଷ କିଭଳି ଘରୋଇକରଣ ହୋଇଯାଉଛି ସେନେଇ ସେ ବିସ୍ତୃତ ଆଲୋଚନା କରିଛନ୍ତି। ହିଣ୍ଡେନବର୍ଗ ରିପୋର୍ଟ ବିଷୟରେ ସେ ଉଲ୍ଲେଖ କରିବା ସହ ଗୌତମ ଆଦାନୀ, ମୁକେଶ ଅମ୍ବାନୀ ଭଳି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ହାତରେ କିଭଳି ଅର୍ଥ ବ୍ୟବସ୍ଥା ପରିଚାଳିତ ହେଉଛି ସେନେଇ ସେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଅନ୍ୟତମ ବକ୍ତା ଭାବେ କଂଗ୍ରେସ ନେତା ଭକ୍ତ ଚରଣ ଦାସ ରାଜ୍ୟ ଓ କେନ୍ଦ୍ରରେ ଗଣତନ୍ତ୍ରର ଅବସ୍ଥା ଶୀର୍ଷକରେ କହିଛନ୍ତି, ନାରୀ ସମାଜ ପାଇଁ ମୁଖ୍ୟମନ୍ତ୍ରୀ ଶତପଥୀ ପ୍ରେରଣାର ସ୍ରୋତ। କ୍ଷମତାରେ ଥାଇ କେବେ ବି ରାଜନୀତିକୁ କଳୁଷିତ କରିନାହାନ୍ତି ନନ୍ଦିନୀ ଶତପଥୀ। ତାଙ୍କ ସମୟରେ ସୁପରିଚାଳନାର ଏକ ଅନନ୍ୟ ବାତାବରଣ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ରାଜ୍ୟ ଆଉ ଗଣତନ୍ତ୍ରଭିତ୍ତିକ ହୋଇନାହିଁ। ଲୋକତନ୍ତ୍ରରେ ସ୍ବାଧୀନତା ଅଛି କି ନାହିଁ ତାହା ସନ୍ଦେହରେ। ଏଠାରେ ରାଜନେତା ଦରମା ପାଇଁ ରାଜନୀତିରେ ଯୋଗଦେଉଛନ୍ତି। ସେମାନଙ୍କ ଭିତରୁ କିଛି ରାଜନେତା ରାଜନୀତିରେ ଅସ୍ତିତ୍ୱ ହରାଇଛନ୍ତି, ଆଉ କିଛି ଦୂରେଇ ଯାଇଛନ୍ତି। ରାଜନୀତିର ଦୃଶ୍ୟପଟ୍ଟ ବଦଳାଇବାକୁ ହେବ। ଓଡ଼ିଶାରେ ଏବେ ରାଜନୀତି ନାହିଁ। କେବଳ ମ୍ୟାନେଜ୍‌ରେ ଚାଲିଛି। ସେ କେନ୍ଦ୍ର ହେଉ କି ରାଜ୍ୟ। ନିର୍ବାଚିତ ହେଉଥିବା ନେତା ଜୁନିୟର ଅଫିସରଙ୍କୁ ଡରୁଛନ୍ତି ଏବଂ ସାର ବୋଲି କହି ସମ୍ବୋଧନ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଆବାହକ ସୁଧାଂଶୁ ଶେଖର ଦେଓ ସ୍ବାଗତ ଭାଷଣ ଦେଇ ନନ୍ଦିନୀ ଶତପଥୀ କିଭଳି ଜନମାନସରେ ରହିଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଛନ୍ତି। ଓଡ଼ିଶା ସ୍ବରାଜ ଅଭିଯାନର ସିଦ୍ଧାର୍ଥ ସ୍ବରୂପ ଦାସ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?