Home Left

କେନାଲ, ବନ୍ଧ ରାସ୍ତା ଜଙ୍ଗଲରେ ପରିପୂର୍ଣ୍ଣ

ରଘୁନାଥପୁର,୧୭।୫(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ଦେଇ ଯାଇଥିବା ଜଇପୁର- ନୂଆପଡ଼ା ୧୧ ନଂ. କେନାଲର ରକ୍ଷଣାବେକ୍ଷଣ ହେଉନାହିଁ। ଏହାର ନୂଆପଡା ୮ ନଂ.ୱାର୍ଡ ଓମ୍‌ଫେଡ ପ୍ଲାଣ୍ଟ ନିକଟରୁ ପଶ୍ଚିମକୁ ଏକ କି.ମି. ପର୍ଯ୍ୟନ୍ତ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଯାଇଛି। ଏହି କେନାଲର…

୬ମାସ ହେବ ଘରକୁ ଫେରିପାରୁନାହାନ୍ତି ବାଂଲାଦେଶୀ ଧୀବର

ପାରାଦୀପ, ୧୭।୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ଅଠରବାଙ୍କୀ ଆଶ୍ରୟ କେନ୍ଦ୍ରରେ ଅଛନ୍ତି ୩ ଜଣ ବାଂଲାଦେଶୀ ଧୀବର। ୨୦୨୨ ଅକ୍ଟୋବର ୨୮ରୁ ସେମାନେ ଏଠାରେ ରହୁଛନ୍ତି। ପୋଲିସ ସେମାନଙ୍କୁ ଜଗୁଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟ,ପୋଷାକ, ଔଷଧ ଠାରୁ ଆରମ୍ଭ କରି…

ଗୁରୁବାରଠୁ ଗଡିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଗୁରୁବାରଠୁ ଗଡିବ ପୁରୀ-ହାୱଡା  ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ…

ସ୍ବାମୀଙ୍କ ନାମରେ ମିଛ କହି ଧରାପଡ଼ିଲେ ପ୍ରିୟଙ୍କା

ମୁମ୍ବାଇ: ମୋଷ୍ଟ ପପୁଲାର ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ସେ ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ କାମ କରୁଛନ୍ତି। ସେ ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଫିଲ୍ମ ‘ଲଭ୍‌ ଏଗେନ୍‌’ରେ ନଜରକୁ ଆସିଥିଲେ। ନିକ୍‌ ଜଣେ ଅଦ୍ଭୁତ ଅଭିନେତା…

ପୃଥିବୀକୁ ଛୋଟ କରିଛି ଟେଲି ଯୋଗାଯୋଗ

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଟେଲି ଯୋଗାଯୋଗ ଦିବସ ପାଳନ କରାଯାଇଥାଏ। ୨୦୦୬ରେ ତୁର୍କୀର ଆଣ୍ଟାଲିଆରେ ଚାଲିଥିବା ଅନ୍ତର୍ଜାତୀୟ ଟେଲି କମ୍ୟୁନିକେଶନ ୟୁନିୟନର ବିଶ୍ୱସ୍ତରୀୟ ସମ୍ମିଳନୀ ଦ୍ୱାରା ପ୍ରତିବର୍ଷ ଏହି ଦିବସ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏହି ଦିବସ…

ସାଇଲେଣ୍ଟ କିଲର ‘ଉଚ୍ଚ ରକ୍ତଚାପ’

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ଏହି ଦିବସ ୱାଲର୍‌ଡ ହାଇପରଟେନଶନ ଲିଗ ଦ୍ୱାରା ଗଠନ ଏବଂ ଆରମ୍ଭ ହୋଇଥିଲା। ଏହି ଲିଗ୍‌ରେ ୮୫ଟି ଜାତୀୟ ଉଚ୍ଚ ରକ୍ତଚାପ ସୋସାଇଟି ଏବଂ ସଂଗଠନ ରହିଛନ୍ତି। ଉଚ୍ଚ…

ଗୋଷ୍ଠୀ ସଂଘର୍ଷ: ୩୦ ମୃତ, ଅନେକ ଆହତ

ଆବୁଜା,୧୭।୫: କେନ୍ଦ୍ରୀୟ ନାଇଜେରିଆରେ ମଙ୍ଗଳବାର ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନାଇଜେରିଆରେ ଅଧିକାଂଶ ମୁସଲମାନ ଉତ୍ତର ଅଞ୍ଚଳରେ ରହୁଥିବାବେଳେ ଖ୍ରୀଷ୍ଟିଆନମାନେ ଦକ୍ଷିଣରେ ରୁହନ୍ତି। ବିଭାଜନକୁ…

ବାଇଡେନଙ୍କ ଅଷ୍ଟ୍ରେଲିଆ ଗସ୍ତ ବାତିଲ, କେବଳ ଜି-୭ ଶିଖର ସମ୍ମିଳନୀରେ ହେବେ ସାମିଲ

ଓ୍ବାଶିଂଟନ,୧୭।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଷ୍ଟ୍ରେଲିଆ ଏବଂ ପପୁଆ ନ୍ୟୁ ଗିନି ଗସ୍ତକୁ ବାତିଲ କରିଦେଇଛନ୍ତି। ତେବେ ବାଇଡେନ ଏହି ସପ୍ତାହରେ ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡିଛି। ପୂର୍ବରୁ ଏକ ଖବର ଥିଲା…

ମେ’ ୧୯ରେ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି -୭ ଗ୍ରୁପ ଏବଂ କ୍ୱାର୍ଡ ସମେତ ତିନୋଟି ପ୍ରମୁଖ ବହୁପକ୍ଷୀୟ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଶୁକ୍ରବାର ଅର୍ଥାତ୍‌ ୧୯ ମେ’ରେ ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ମଙ୍ଗଳବାର…

ଓଡ଼ିଶା ଏଫ୍‌ସି, ସ୍ପୋର୍ଟସ୍‌ ଓଡ଼ିଶା ପରାସ୍ତ

ଭୁବନେଶ୍ୱର, ୧୭।୫ (କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ର ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଏଫ୍‌ସି ଓ ସ୍ପୋର୍ଟସ୍‌ ଓଡ଼ିଶା ଦଳ ମଙ୍ଗଳବାର କ୍ୱାର୍ଟର ଫାଇନାଲରେ କିନ୍ତୁ ହାରି ଯାଇଛନ୍ତି। ଶାହିବାଗ୍‌ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ…

ଆନ୍ତଃ ଏନ୍‌ସିଏ ଟୁର୍ନାମେଣ୍ଟ ପାଇଁ ଓଡ଼ିଶାରୁ ୨ ମନୋନୀତ

ଭୁବନେଶ୍ୱର, ୧୭।୫ (କ୍ରୀଡ଼ା ପ୍ରତିନିଧି): ୧୯ ବର୍ଷରୁ କମ୍‌ ଆନ୍ତଃ ଏନ୍‌ସିଏ (ଜାତୀୟ କ୍ରିକେଟ ଏକାଡେମୀ) କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଓଡ଼ିଶାର ୨ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ଶ୍ରେୟାଂଶ ଭରଦ୍ୱାଜ ଓ ଆଶୀର୍ବାଦ ସ୍ବାଇଁ। ଶ୍ରେୟାଂଶ ଟିମ୍‌-ବି ଓ…

ପୂର୍ବତନ କ୍ରିକେଟର ସଞ୍ଜୟ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର, ୧୭।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପୂର୍ବତନ କ୍ରିକେଟର ସଞ୍ଜୟ ଶତପଥୀଙ୍କର ସୋମବାର ମଧ୍ୟରାତ୍ରରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ପେସାରେ ଜଣେ ଡାକ୍ତର ଥିବା ସଞ୍ଜୟ ୧୯୬୫-୬୬ରୁ ୧୯୭୫-୭୬ ମଧ୍ୟରେ ଓଡ଼ିଶା ପକ୍ଷରୁ ୨୩ଟି ପ୍ରଥମଶ୍ରେଣୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri