ଖାଲି ପଦବୀରେ ବିଶ୍ୱବିଦ୍ୟାଳୟ ସ୍ବପ୍ନ

ଖୋର୍ଦ୍ଧା,୨୪ା୮ (ପ୍ରଭାତ ପାଣିଗ୍ରାହୀ)ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରେ ଶିକ୍ଷାର ପ୍ରଗତି ପାଇଁ ଏକ ମହାବିଦ୍ୟାଳୟ ଗଢିଥିଲେ। ତାଙ୍କ ନାମ ଅନୁସାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ନାମକରଣ କରାଯାଇଛି। ୧୯୫୮ରେ ସ୍ଥାପିତ ଏହି ମହାବିଦ୍ୟାଳୟ ୨୦୦୬ରେ ସ୍ବୟଂଶାସିତ ମାନ୍ୟତା ପାଇଛି। ଯୁକ୍ତ୨ ଏବଂ ଯୁକ୍ତ ୩ ସ୍ତରରେ ୭ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଏଠାରେ ବିଭିନ୍ନ ବିଭାଗରେ ସ୍ନାତକୋତ୍ତର ରହିଛି। ଏଥିସହିତ ସେଲ୍ଫ ଫାଇନାନ୍ସ କୋର୍ସ ମଧ୍ୟ ଚାଲିଛି। କଲେଜ ୭୫ଏକର ପରିମିତ ଅଞ୍ଚଳ ରହିଛି। ରାଜ୍ୟ ତଥା ଜାତୀୟସ୍ତରୀୟ କ୍ରୀଡ଼ା ଏବଂ ଅନ୍ୟ ବିଷୟରେ ଏଠାରେ ଛାତ୍ରୀଛାତ୍ରମାନେ ସୁନାମ ଆଣିଛନ୍ତି। ହେଲେ ଦୀପ ତଳ ଅନ୍ଧାର ଭଳି ରାଜଧାନୀଠାରୁ ମାତ୍ର ୨୫ କିମି ଦୂରତାରେ ଥାଇ ସୁଦ୍ଧା ଏହି ମହାବିଦ୍ୟାଳୟର ବିକାଶ ପ୍ରତି କୌଣସି ଗୁରୁତ୍ୱ ଦିଆଯାଉ ନାହିଁ। ଆବଶ୍ୟକ ଅଧ୍ୟାପକଙ୍କଠାରୁ ୫୦ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି। ଫଳରେ ଶିକ୍ଷାଦାନ ଏକପ୍ରକାର ବାଧାପ୍ରାପ୍ତ ହେଉଛି। ଅଧ୍ୟାପକ ଅଭାବରୁ ଏବେ ଛାତ୍ରୀଛାତ୍ର ମଧ୍ୟ ନାମଲେଖାରୁ ମୁହଁ ଫେରାଉଛନ୍ତି। ସେହିଭଳି ପିଲାଙ୍କ ପାଇଁ ଏକ ଉନ୍ନତମାନର ଖେଳପଡିଆ ନ ଥିବାବେଳେ ଇନ୍‌ଡୋର ଷ୍ଟାଡିୟମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଅତିତରେ କ୍ରୀଡ଼ା ବିଭାଗରେ ବିଶ୍ୱବିଦ୍ୟାଳୟ ସ୍ତରରେ ସୁନାମ ରହିଥିବା ସତ୍ତ୍ୱେ ଛାତ୍ରୀଛାତ୍ରମାନେ ଖେଳ ଅଭ୍ୟାସରୁ ବଞ୍ଚତ୍ତ ହେଉଛନ୍ତି। ଉଚ୍ଚ ଶିକ୍ଷାର ବିଭାଗର ଚରମ ଅବହେଳାରୁ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି।
ସରକାର ଶିକ୍ଷାର ବିକାଶ ଉପରେ ଡିଣ୍ଡିମ ପିଟୁଥିବା ବେଳେ ପ୍ରାଣନାଥ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପୂରଣ ଦିଗରେ କୌଣସି ଗୁରୁତ୍ୱାରୋପ ଦେଉ ନାହାନ୍ତି। ଏପରି କି ମହାବିଦ୍ୟାଳୟଟି ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଛି। ସବୁ ସମୟରେ ପିଲାମାନେ ରାଜପଥ ଉପର ଦେଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ମହାବିଦ୍ୟାଳୟ ଆଗରେ ଅଣ୍ଡରପାସ ଏବଂ ବସ୍‌ଷ୍ଟପ ବ୍ୟବସ୍ଥା କରିବାକୁ ଜିଲା ପ୍ରଶାସନଠାରୁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗସତ୍ତ୍ୱେ କୌଣସି ଗୁରୁତ୍ୱ ଦିଆଯାଉ ନାହଁି ବୋଲି ଛାତ୍ରୀଛାତ୍ରମାାନେ ଅଭିଯୋଗ କରିଛନ୍ତି। ସେହିଭଳି ମହାବିଦ୍ୟାଳୟ ଚତୁଃପାର୍ଶ୍ୱ ପାଚେରି ନଥିବା ଏବଂ ରାଜପଥ ପ୍ରବେଶ ପଥ ପାଚେରି ଦୀର୍ଘ ଦିନ ଭାଙ୍ଗିଯାଇଥିବା ବେଳେ ଏହା ମରାମତି ପାଇଁ ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। ଫଳରେ ସନ୍ଧ୍ୟା ହେଲେ କଲେଜର କ୍ୟାମ୍ପସ ପଡ଼ିଆରେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?