ଠିକା କାମକୁ ନେଇ ବ୍ୟବସାୟ, ଆୱାର୍ଡ କାମ ନାମରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ

ତେନ୍ତୁଳିଖୁଣ୍ଟି,୨୪ା୮(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ଡ୍ୟାମ ସର୍କଲରେ ଠିକା କାର୍ଯ୍ୟକୁ ହାତାହାତି ବଣ୍ଟନ କରି କିଛି କର୍ମଚାରୀ ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ସରକାରୀ କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବା ବ୍ୟବସ୍ଥା ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ୭୦ହଜାର, ୫୦ ହଜାର ଟଙ୍କାର କାମକୁ ଟେଣ୍ଡର ମାଧ୍ୟମରେ କରୁଥିବା ବେଳେ ଇନ୍ଦ୍ରାବତୀ ଡ୍ୟାମ ସର୍କଲରେ ସରକାରୀ ନିୟମର ଉଲ୍ଲଂଘନ କରାଯାଉଛି। ସବୁ ନୀତିନିୟମକୁ ଆଖି ବୁଜିଦେଇ ଆୱାର୍ଡ ନାମରେ ଭାଗଭାଗ କରି ବ୍ୟବସାୟ କରାଯାଉଥିବା ଅଭିଯୋଗ ହେଉଛି ।

ଏହା ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଆୱାର୍ଡ ନାମରେ ୪୯ଟି କାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସବୁ କାମ ଏପରି ଚତୁରତାର ସହ କରାଯାଇଛି ଏନେଇ କେହି ସୁରାକ ପାଇଲେନି। ବିଲ୍‌ ହେଲାବେଳେ ଲୋକେ ଜାଣିଲେ। ଇତିମଧ୍ୟରେ ୨କୋଟି ୫୦ଲକ୍ଷ ଟଙ୍କାର ବିଲ ହୋଇଥିବା ଜଣାପଡିଛି। ଏହି ପ୍ରକଳ୍ପରେ ଯେଉଁଠି ନିଜ ଅଧୀନରେ ଥିବା ବିଦ୍ୟାଳୟ ଓ ସ୍ବାସ୍ଥ୍ୟକେନ୍ଦ୍ର ଦୈନିକ ପରିଚାଳନା ପାଇଁ ଟଙ୍କାଟିଏ ଦେବାକୁ ଅଧିକାରୀ ଅକ୍ଷମତା ପ୍ରକାଶ କରୁଛନ୍ତି ସେଠାରେ ଆୱାର୍ଡ ନାମରେ ଗାର୍ଡୱାଲ ଓ ଡ୍ରେନ ନିର୍ମାଣ ହେଉଛି। ମାତ୍ର ଡ୍ୟାମକୁ ଯିବା ଲାଗି ରାସ୍ତା ହୋଇପାରୁନି। ବର୍ତ୍ତମାନ ପୁଣି ୫୦ରୁ ଅଧିକ କାର୍ଯ୍ୟ ହେବାକୁ ଏଷ୍ଟିମେଟ ହୋଇଛି। ପ୍ରତି କାର୍ଯ୍ୟକୁ ୪ ଲକ୍ଷ ୯୯ ହଜାର ୯ ଶହ ଟଙ୍କାରେ ସୀମିତ ରଖାଯାଇଛି । ସବୁ ଭାଗ ଭାଗ କରି ନିଜକୁ ସୁହାଇଲା ଭଳି ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରାଯାଉଛି । ପ୍ରତି କାର୍ଯ୍ୟ ପିଛା ଇନିସିଆଲ ପ୍ରୋସେସିଂ(ଅଫିସ ଖର୍ଚ୍ଚ) ନାମରେ ପ୍ରାୟ ୭୦ହଜାର ଟଙ୍କା ଆଗୁଆ ମଗାଯାଉଛି। ଏହା ଠିକାଦାରଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ଏଥିରେ ସତ୍ୟତା ଥିବାରୁ କାର୍ଯ୍ୟର ମାନ ହ୍ରାସ ହେବା ସହ କାର୍ଯ୍ୟରେ ସ୍ବଛତା ରହୁନାହିଁ ବୋଲି କେତେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

ଦୀର୍ଘ ଦିନ ଧରି ପ୍ରକଳ୍ପ ପ୍ରଶାସନ ଇନ୍ଦ୍ରାବତୀ ପାରିପାର୍ଶ୍ୱିକ ବିକାଶ ଦିଗରେ ମଧ୍ୟ ଆଖି ବୁଜିଦେଇଛି। ଏହା ଏବେ ଜଳସମ୍ପଦ ବିଭାଗକୁ ହସ୍ତାନ୍ତର ପରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଉଭୟ ଜଳସେଚନ ଓ ଶକ୍ତି ବିଭାଗ ୫୦-୫୦ ଅନୁପାତରେ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବାକୁ ଯୋଜନା କରିଥିବା ବେଳେ ପାରିପାଶ୍ବିକ ବିକାଶକୁ ପ୍ରକଳ୍ପ କର୍ତ୍ତୃପକ୍ଷ ନଜର ଆଢୁଆଳରେ ରଖିଛନ୍ତି। ଠିକାଦାରଙ୍କ ତୁଷ୍ଟିକରଣରେ ପ୍ରଶାସନର ଏଭଳି ଭିତିରିଆ କାରବାର ପଦାକୁ ଆସିବା ପରେ ଆରମ୍ଭରୁ ଅସନ୍ତୋଷ ଦେଖିବାକୁ ମିଳିଲାଣି । ଠିକା କାର୍ଯ୍ୟଗୁଡିକୁ ଟେଣ୍ଡର ନ କରି ଏଭଳି ବେନିୟମ ଭାବେ କାର୍ଯ୍ୟ ବଣ୍ଟନ ପଛରେ ପ୍ରଶାସନର ତତ୍ପରତା ପ୍ରତି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଞ୍ଜୀବ ଭତ୍ରାଙ୍କୁ ପଚାରିବାରୁ ସେ ସବୁ ଅଭିଯୋଗକୁ ଖଣ୍ଡନ କରି ଯଦି ଏପରି ହୋଇଥିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏ ଦିଗରେ ୫୩ଟି କାର୍ଯ୍ୟ ବଣ୍ଟନ କରାଯାଇଥିବା ନେଇ ସୂଚନା ମିଳିଥିବା ବେଳେ ଏହି ସଂଖ୍ୟାକୁ ପ୍ରଶାସନିକ ସ୍ତରରେ ଖଣ୍ଡନ କରାଯାଇଛି। ଏଭଳି କାର୍ଯ୍ୟ ବଣ୍ଟନ କାହା ନିର୍ଦ୍ଦେଶରେ ହେଉଛି ଏବଂ ଏନେଇ ଉପରିସ୍ଥ ଅଧିକାରୀ ଅବଗତ ଅଛନ୍ତି କି ନାହିଁ ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି । ସୂଚନାଯୋଗ୍ୟ, ଏହି ପ୍ରକଳ୍ପରେ ଆୱାର୍ଡ କାମ ନାମରେ କିଛି ଅଧିକାରୀ ଓ କର୍ମଚାରୀ ଉପକୃତ ହେଉଥିବା ଏବଂ ବାହାର ଅଞ୍ଚଳର ଠିକାଦାର ନ ଆସି ଏଗ୍ରିମେଣ୍ଟ ଅନ୍ୟ କେହି କରିବା, ଗୋଟିଏ କାମକୁ ୨ଥର କରାଯାଉଥିବା ଅଭିଯୋଗ ପରେ ତତ୍କାଳୀନ ପ୍ରକଳ୍ପ ମୁଖ୍ୟ ଓ ଓଡିଶା ଜଳବିଦ୍ୟୁତ ପ୍ରକଳ୍ପ ଆୱାର୍ଡ ବ୍ୟବସ୍ଥା ବନ୍ଦ କରିଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri