ଟିବିଡବ୍ଲ୍ୟୁଇଏସ୍‌କୁ ପ୍ଲେଟ୍‌ ଯୋଗାଇବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଗୁଣାତ୍ମକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପ୍ଲେଟ୍‌ର ଚାହିଦା ଉଭୟ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ରହିଛି। ଏପରିକି ଅଗ୍ରଣୀ ବଏଲର ଉତ୍ପାଦକ ଥର୍ମାକ୍ସ ବାବ୍‌କକ ଆଣ୍ଡ ୱିଲକକ୍ସ ଏନର୍ଜି ସଲ୍ୟୁସନ୍‌ (ଟିବିଡବ୍ଲ୍ୟୁଇଏସ୍‌) ଲିମିଟେଡ୍‌କୁ ଜେଏସ୍‌ଏଲ୍‌ ଆବଶ୍ୟକ ପରିମାଣର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପ୍ଲେଟ୍‌ ଯୋଗାଇବ ବୋଲି ଉଭୟ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଛି। ବିଶେଷକରି ଜେଏସ୍‌ଏଲ୍‌ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ଲେଟ୍‌ଗୁଡିକ ୟୁରୋପର ଏକ ପ୍ରତିଷ୍ଠିତ ପ୍ରକଳ୍ପ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା।

ଏପରିକି ଥର୍ମାକ୍ସ ଲିମିଟେଡ୍‌ର ସମ୍ପୂର୍ଣ୍ଣ ମାଲିକାନା ଥିବା ଟିବିଡବ୍ଲ୍ୟୁଇଏସ୍‌ ଜିନ୍ଦଲ ଷ୍ଟେନ୍‌ଲେସ୍‌ ପାଇଁ ଦେଇଥିବା ପ୍ରଶଂସାପତ୍ର ଅନୁଯାୟୀ ୟୁରୋପର ଏକ ପ୍ରତିଷ୍ଠିତ ପ୍ରକଳ୍ପ ପାଇଁ ଉକ୍ତ ପ୍ଲେଟ୍‌ଗୁଡିକ ବ୍ୟବହାର କରାଯାଇଥିଲା। ଏ ସମ୍ପର୍କରେ ଟିବିଡବ୍ଲ୍ୟୁଇଏସ୍‌ର ହେଡ୍‌ ପ୍ରୋକ୍ୟୁରିମେଣ୍ଟ ଏସ୍‌.କେ.ରାଇଚୁର କହିଛନ୍ତି, ଆମଦାନୀ ବିକଳ୍ପ ଭାବେ କାର୍ଯ୍ୟ କରିଥିବା ତଥା ଶ୍ରେଷ୍ଠ ଶ୍ରେଣୀର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପ୍ଲେଟ୍‌ ଯୋଗାଇ ଦେଇଥିବାରୁ ଆମେ ଜିନ୍ଦଲ ଷ୍ଟେନ୍‌ଲେସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛୁ।

ସେହିଭଳି ହିସାରର ବରିଷ୍ଠ ଉପସଭାପତି ତଥା ୟୁନିଟ୍‌ ହେଡ୍‌ ବିଜୟ କୁମାର ବିନ୍ଦଲିଶ କହିଛନ୍ତି, ଜିନ୍ଦଲ ଷ୍ଟେନ୍‌ଲେସ୍‌ ବିଶ୍ୱରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ସେମାନଙ୍କର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସମାଧାନର କ୍ଷମତା ପାଇଁ ଗର୍ବିତ ଥିଲାବେଳେ କମ୍ପାନୀ ଭାରତରେ ଘରୋଇ ଷ୍ଟେନ୍‌ଲେସ ଷ୍ଟିଲ୍‌ର ବ୍ୟବହାର ବୃଦ୍ଧି କରିବା ସହିତ ଆମଦାନୀକୁ କମ୍‌ କରିବା ପାଇଁ ଏକ ଦୂରଦୃଷ୍ଟି ସହିତ ପ୍ରତିଷ୍ଠିତ ହୋଇଥିଲା। ଏପରିକି ବିଗତ ୫ଦଶନ୍ଧି ମଧ୍ୟରେ ୧୦୦% ଆମଦାନୀ ନିର୍ଭରଶୀଳତା ଥିବା ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଦେଖିଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri