ଗୋଷ୍ଠୀ କଲ୍ୟାଣକୁ ଅଗ୍ରାଧିକାର

ଭୁବନେଶ୍ୱର,୨୪।୮: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସହଯୋଗୀ ସଂସ୍ଥା ବେଦାନ୍ତ ଆଇରନ ଓର୍‌ ପକ୍ଷରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓଡ଼ିଶାରେ କରାଯାଉଛି। ଏପରିକି କମ୍ପାନୀର ଓଡ଼ିଶା ବ୍ୟବସାୟ ଏକ ଦାୟିତ୍ୱପୂର୍ଣ୍ଣ ସାର୍ବଜନୀନ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଫଳରେ କମ୍ପାନୀ ରାଜ୍ୟର ଶିଳ୍ପ ପ୍ରଗତି ଉପରେ ଧ୍ୟାନ ଦେଇଥାଏ। କମ୍ପାନୀର ଉତ୍ସର୍ଗ କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ନୁହେଁ। ଏହା ଶ୍ରମିକମାନଙ୍କ କଲ୍ୟାଣ,ସ୍ଥାନୀୟ ସାମାଜିକ-ଅର୍ଥନୈତିକ ଦୃଶ୍ୟପଟର ଅଗ୍ରଗତି ଏବଂ ନିଜର କାର୍ଯ୍ୟକଳାପ ଦ୍ୱାରା ସ୍ଥାନୀୟ ଗୋଷ୍ଠୀଙ୍କର ଉନ୍ନତିକୁ ଆପଣେଇ ନେଇଛି। କମ୍ପାନୀର ବିସ୍ତୃତ ସିଏସ୍‌ଆର୍‌ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବେଦାନ୍ତର ଆଇରନ ଓର୍‌ ଓଡ଼ିଶା ବ୍ୟବସାୟ ଅନେକ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ମାଧ୍ୟମରେ ବହୁ ଗ୍ରାମବାସୀଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବାକୁ ସକ୍ଷମ ହୋଇଛି।

ଏ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଆମେ ସ୍ବଚ୍ଛ ବ୍ୟବସାୟିକ ଔପଚାରିକତା ଏବଂ ପ୍ରକ୍ରିୟା ଅନୁସରଣ କରିଥାଉ। ଆମର କାର୍ଯ୍ୟ ଏବଂ ବ୍ୟବସାୟ ସ୍ଥାନୀୟ ଅଂଶୀଦାରମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହି ସେମାନଙ୍କୁ ବ୍ୟବସାୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପରୋକ୍ଷ ରାଜସ୍ବ ଉପଲବ୍ଧି ଲାଗି ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ନିଶ୍ଚିତ କରିଥାଉ। ଉଭୟ ଖଣିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି କ୍ଷେତ୍ରରେ ୯୦% ରୁ ଅଧିକ ସ୍ଥାନୀୟ ତଥା ଓଡ଼ିଶାର କର୍ମଚାରୀଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। ସେହିଭଳି ସ୍ଥାନୀୟ ନିୟମାବଳୀକୁ କଡାକଡି ପାଳନ କରି କମ୍ପାନୀ କାର୍ଯ୍ୟଧାରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri