ଡାକ୍ତରଙ୍କ ଘରୋଇ କ୍ଲିନିକ୍‌ ମୋହ

ଖୋର୍ଦ୍ଧା,୨୪ା୮(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କେତେଜଣ ଡାକ୍ତର ନିର୍ଦ୍ଧରିତ ସମୟରେ ମେଡିକାଲରେ ରୋଗୀଙ୍କୁ ଦେଖିବା ପରିବର୍ତ୍ତେ ନିକଟସ୍ଥ ଘରୋଇ କ୍ଲିନିକ୍‌ରେ ସମୟ ଦେଉଛନ୍ତି। ସରକାରୀ ମେଡିକାଲରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ତେବେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଡାକ୍ତରମାନେ ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ରୋଗୀ ଦେଖୁଥିବା ଅଭିଯୋଗ ହେଉଛି। ଏପଟେ ରୋଗୀ ଦୂରଦୂରାନ୍ତରୁ ମେଡିକାଲକୁ ଆସି ଡାକ୍ତରଙ୍କ ପରାମର୍ଶ ଲାଗି ଘଣ୍ଟା ଘଣ୍ଟା ଲମ୍ବାଧାଡ଼ିରେ ଠିଆ ହୋଇ ରହୁଛନ୍ତି। ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଛି ବୋଲି କେତେଜଣ ରୋଗୀ ଗଣମାଧ୍ୟମ ଆଗରେ କହିଛନ୍ତି। ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବହିଃ ବିଭାଗ(ଓପିଡି) ସମୟ ରହିଛି। ତେବେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ପରାମର୍ଶ ଲାଗି ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହୋଇ ରହୁଛନ୍ତି। ଅନ୍ୟପଟେ ଡାକ୍ତରମାନେ ଏହି ସମୟରେ ସକାଳ ୮ଟାରୁ ୯.୩୦ଟା ପର୍ଯ୍ୟନ୍ତ ନିକଟ ଘରୋଇ କ୍ଲିନିକ୍‌ରେ ରୋଗୀଙ୍କୁ ଦେଖୁଥିବା ଅଭିଯୋଗ ହେଉଛି। ଅଧିକାଂଶ ଡାକ୍ତର ବିଳମ୍ବିତ ସମୟରେ ଆସୁଥିବା କେତେଜଣ ରୋଗୀ ଗଣମାଧ୍ୟମ ଆଗରେ କହିଛନ୍ତି। ଡିଏଚ୍‌ଏଚ୍‌କୁ ଲାଗି ଏକାଧିକ ଘରୋଇ କ୍ଲିନିକ୍‌ ଛତୁ ଫୁଟିବା ଭଳି ରହିଛି। ମେଡିକାଲରେ ଘରୋଇ କ୍ଲିନିକ୍‌ ଦଲାଲାଙ୍କ ପାର୍ଦୁଭାବ ବଢିବାରେ ଲାଗିଛି। ଏମାନେ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରି ଘରୋଇ କ୍ଲିନିକ୍‌କୁ ପ୍ରୋତ୍ସାହିତ କରୁଛନ୍ତି। ଉତ୍ତମ ସେବା ଆଳରେ ରୋଗୀଙ୍କୁ ଘରୋଇ କ୍ଲିନିକ୍‌ରେ ଶୋଷଣ କରାଯାଉଛି।
ମାତୃ ଓ ଶିଶୁ ଯତ୍ନ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହେଉଛି। ବିଳମ୍ବିତ ରାତିରେ ପ୍ରସବ ଯନ୍ତ୍ରଣାଜନିତ ସମସ୍ୟା ନେଇ ଆସୁଥିବା ମହିଳାଙ୍କ ଚିକିତ୍ସା ପରିବର୍ତ୍ତେ ସେମାନଙ୍କୁ ଅବସ୍ଥା ଭଲ ନ ଥିବା କହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ଅନ୍ୟପଟେ ସେହି ମହିଳା ଦଲାଲଙ୍କ ଜରିଆରେ ଘରୋଇ କ୍ଲିନିକ୍‌ରେ ପ୍ରସବ ହେବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଘରୋଇ କ୍ଲିନିକ୍‌ରେ ବିନା କୌଣସି ବାଧାରେ ପ୍ରସବ ହୋଇପାରୁଛି, ତେବେ ସରକାରୀ ମେଡିକାଲ କଣ ପାଇଁ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏକାଧିକ ଘଟଣାରେ ଏହାର ନଜିର ରହିଛି। ଗୋଟିଏ ପଟେ ସୁରକ୍ଷିତ ମାତୃତ୍ୱ ଉପରେ ସରକାର ଗୁରୁତ୍ୱରୋପ କରୁଛନ୍ତି। ଗର୍ଭବତୀ ମହିଳା ଓ ଶିଶୁଙ୍କ ଯତ୍ନ ଲାଗି ସରକାର ସରକାରୀ ମେଡିକାଲରେ ସମସ୍ତ ବ୍ୟବସ୍ଥା ଉପଲବ୍ଧ କରିଛନ୍ତି। ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ଗର୍ଭବତୀଙ୍କୁ ବିଭିନ୍ନ ଆଳ ଦେଖାଇ, ରୋଗୀଙ୍କ ଅବସ୍ଥା ଗୁରୁତର ରହିଥିବା ଦର୍ଶାଇ କ୍ୟାପିଟାଲ ମେଡିକାଲ ଅଥବା କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରୁଛନ୍ତି। ଅନ୍ୟପଟେ ଆର୍ଥତ୍କ ସ୍ବଚ୍ଛଳତା ଓ ସୁରକ୍ଷିତ ମାତୃତ୍ୱ ଭୟରେ ବହୁ ଗରିବ ଶ୍ରେଣୀର ଲୋକେ ଘରୋଇ କ୍ଳିନିକ୍‌ରେ ପ୍ରସବ କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ସିଡିଏମ୍‌ଓ ଆର୍ତ୍ତବନ୍ଧୁ ନାୟକ କହିଛନ୍ତି, କୌଣସି ଡାକ୍ତର ଡ୍ୟୁଟି ସମୟରେ ଘରୋଇ କ୍ଲିନିକ୍‌ରେ ସେବା ଦେଉଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ସୁରକ୍ଷିତ ମାତୃତ୍ୱ, ପ୍ରସବ ଉପରେ ଗୁରୁତ୍ୱ ଦିଆଯାଉଛି। ଅତ୍ୟଧିକ ଗୁରୁତର ଥିଲେ ରୋଗୀଙ୍କୁ କଟକ ଏସ୍‌ସିବି ଅଥବା କ୍ୟାପିଟାଲ ହସ୍ପିଟାଲକୁ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?