Home Left

ମୌଳିକ ସୁବିଧାରୁ ବଞ୍ଚିତ ନଗଡ଼ା ତୁମୁଣି ଆଦିବାସୀ

କଟକ,୨୮।୬ (କାର୍ତ୍ତିକ ସାହୁ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ତୁମୁଣି ଅଞ୍ଚଳର ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଜଳଯୋଗାଣ ଆଦି ମୌଳିକ ସୁବିଧା ନ ମିଳିବା ନେଇ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।…

ବେସରକାରୀ ଅଧ୍ୟାପକ – ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର,୨୮।୬(ଅଭିଜିତ ଦାସ): ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମଙ୍ଗଳବାର ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆନ୍ଦୋଳନ ବେଳେ ଅଧ୍ୟାପିକା ଅଧ୍ୟାପକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି। ଧସ୍ତାଧସ୍ତିରେ ଉଭୟ ପକ୍ଷରୁ କେତେଜଣ ଅଧ୍ୟାପିକା ଅଧ୍ୟାପକ ଓ ପୋଲିସ କର୍ମଚାରୀ…

ହ୍ବିଲ ଚେୟାରରେ ନଜର ଆସିଲେ ମମତା: ହେଲିକପ୍ଟର ଜରୁରୀ ଅବତରଣ କରିବା ବେଳେ ହୋଇଥିଲେ ଆହାତ

ନୂଆଦିଲ୍ଲୀ,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିବା ବେଳେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁ ଓ ହିପ୍‌ରେ ଆଘାତ ଲାଗିଛି। ଏଥିପାଇଁ ସେ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଥିଲେ। ସୂଚନାଯୋଗ୍ୟ, ବିମାନବନ୍ଦରରେ ହେଲିକପ୍ଟରରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା…

ଭିଜିଲାନ୍ସ ଜାଲରେ ବନାଞ୍ଚଳ ଅଧିକାରୀ

ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ବ୍ରହ୍ମପୁରରୁ ଏକ ବୋଲେରୋ ଗାଡ଼ିରେ ସୋମବାର ରାତିରେ ଦିଗପହଣ୍ଡି ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ରାସ୍ତାରେ ଅଟକାଇ…

କେନ୍ଦ୍ର କହିଲା ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର, ୨୮।୬(ସୁନିତ୍‌ ମିଶ୍ର): କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ଅଧୀନ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ପକ୍ଷରୁ ସୋମବାର ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଏକ ଚିଠି ଲେଖାଯାଇ ଓଡ଼ିଶା କ୍ୟାଡରର ଜଣେ…

୨୯ରେ ‘ଇଦ୍‌-ଉଲ୍‌-ଜୁହା’ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର, ୨୮।୬(ସୁନିତ୍‌ ମିଶ୍ର): ଚଳିତ ଜୁନ୍‌ ୨୯ ତାରିଖ(ଗୁରୁବାର) ‘ଇଦ୍‌-ଉଲ୍‌-ଜୁହା’ ପର୍ବ ପଡ଼ୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩୦ (ଶୁକ୍ରବାର) ଦିନଟିକୁ ‘ଇଦ୍‌-ଉଲ୍‌-ଜୁହା’ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା।…

‘ନିର୍ବାଚନମଣ୍ଡଳୀ ସମସ୍ୟା ସମାଧାନରେ ଅପରାଜିତା ବିଫଳ’

ଭୁବନେଶ୍ୱର,୨୮ା୬(ଅନିଲ ଦାସ): ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡି ପୁଣି ଟାର୍ଗେଟ କରିଛି। ଗତ ୪ ବର୍ଷ ମଧ୍ୟରେ ଏମ୍‌ପି ଅପରାଜିତା ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର…

ଓଡ଼ିଶାରେ ଦୁର୍ନୀତି ନୀତି ହୋଇଛି: ଧର୍ମେନ୍ଦ୍ର

ଢେଙ୍କାନାଳ, ୨୮।୬(ରତନ ନାୟାର): ରାଜ୍ୟ ଆଜି ଓଡ଼ିଆଙ୍କ ଅସ୍ମିତା ଓ ଭାବାବେଗକୁ ବୁଝୁ ନ ଥିବା ଦୁର୍ନୀତିଖୋରଙ୍କ ହାବୁଡ଼ରେ ପଡ଼ିଛି। ଏଠି ବାବୁମାନେ ପ୍ରତିନିଧି। ବାବୁଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଠାରେ ଦୁର୍ନୀତି ନୀତି ହୋଇଛି…

ଏମ୍‌ପି ବିଦେଶ ଗସ୍ତରେ ଥିବାବେଳେ ବିଜେଡି ଗୁଜବ ସୃଷ୍ଟି କରିବା ହାସ୍ପ୍ୟାସ୍ପଦ: ଭାଜପା

ଭୁବନେଶ୍ୱର,୨୮ା୬(ଅନିଲଦାସ): ଭୁବନେଶ୍ୱର ଏମ୍‌ପି ଗତ ୧୭ ତାରିଖ କରିଥିବା ଖବରଦାତା ସମ୍ମିଳନୀର ୧୦ଦିନ ପରେ ବିଜେଡି ମୁଖପାତ୍ର ମଙ୍ଗଳବାର ଯେଉଁ ତଥ୍ୟ ରଖିଛନ୍ତି ତାହା ତଥ୍ୟ ଆଧାରିତ ନୁହେଁ। ବିର୍ତ୍ତମାନ ଏମ୍‌ପି ଅପରାଜିତା ଷଡଙ୍ଗୀ ଅନ୍ତର୍ଜାତୀୟ ସଂସଦୀୟ ସଂଘ (ଆଇପିୟୁ)ରେ ଯୋଗ…

ଟାଟା ପାଓ୍ବାର ଅଫିସ୍‌ ଉପରକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ବର, ୨୮ା୬(ସୁନିତ୍‌ ମିଶ୍ର): ଟାଟା ପାଓ୍ବାରର ମନମୁଖି କାର୍ଯ୍ୟକଳାପ ନେଇ ଏବେ ସାଧାରଣରେ ଦିନକୁ ଦିନ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଉଛି। ବିଜୁଳିି ସେବା ଯୋଗାଣରେ ଏହି କମ୍ପାନୀ ଏବେ ଭିନ୍ନଭିନ୍ନ ତରିକାରେ ଓଡ଼ିଶାବାସୀଙ୍କୁ ଠକୁଥିବା ନେଇ ବାରମ୍ବାର ନୂଆ…

ଖାଣ୍ଡକର ଜୁନିୟର ମହିଳା ହକି ଦଳର ନୂଆ କୋଚ୍‌

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ହକି ଇଣ୍ଡିଆ ମଙ୍ଗଳବାର ପୂର୍ବତନ ଅଧିନାୟକ ତୁଷାର ଖାଣ୍ଡକରଙ୍କୁ ଜୁନିୟର ମହିଳା ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ଏହି ଦଳ ବର୍ତ୍ତମାନ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଉଛି। ଏହା ନଭେମ୍ବର ୨୯ରୁ ଡିସେମ୍ବର…

ନୂଆ ମିଟ୍‌ ରେକର୍ଡରେ ରେକର୍ଡ

ଭୁବନେଶ୍ୱର, ୨୮।୬(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଆଥ୍‌ଲେଟିକ୍ସ ମିଟ୍‌ର ୬୯ତମ ସଂସ୍କରଣ ଗତ ରବିବାର ଶେଷ ହୋଇଛି। କିଟ୍‌ ଓ କିସ୍‌ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍‌ଲେଟିକ୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୭୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri