ଶିଳରେ ବାଟୁଥିଲେ ମା’; କଷ୍ଟ ଦେଖି କୁମ୍ପି ଭାଙ୍ଗି ଧନତେରସରେ ଗ୍ରାଇଣ୍ଡର ଉପହାର ଦେଲେ କୁନି ଝିଅ

ପ୍ରେମଚନ୍ଦଙ୍କ କାହାଣୀ ‘ଇଦ୍‌ଗାହ’ ନିଜର ସାରକଥାକୁ ନେଇ ଆଜିବି ଜନମାନସରେ ଲୋକପ୍ରିୟ ହୋଇ ରହିଛି। ଯେବେ ବି କେହି ଏହି କାହାଣୀ ପଢ଼େ, ହୃଦୟକୁ ଛୁଇଁଯାଏ। ଏହି କାହାଣୀରେ ଜଣେ ପୁଅ ନିଜ ମା’ଙ୍କୁ ଉପହାର ଦେବାକୁ ଏକ ଚିମୁଟା ଦେଇଥିଲେ। ଆପଣ ଭାବୁଥିବେ କ’ଣ ପାଇଁ। କାରଣ ରୁଟି କରିବା ସମୟରେ ତାଙ୍କ ମା’ଙ୍କ ହାତ ପୋଡ଼ି ଯାଉଥିଲା। ସେ ତାଙ୍କୁ କଷ୍ଟରେ ଦେଖିପାରୁ ନ ଥିଲେ।

ଠିକ ଏଭଳି ଏକ ବାସ୍ତବ ଘଟଣା ବିହାରର ଦରଭଙ୍ଗାରେ ଦେଖିବାକୁ ମିଳିଛି। ଧନତେରସ ଅବସରରେ ଲାଡ଼ଲୀ କୁମାରୀ ନାମକ ଏକ ଛୋଟ ଝିଅ ମା’ଙ୍କୁ ଏଭଳି ଏକ ଉପହାର ଦେଇଛନ୍ତି, ଯାହା ସମସ୍ତଙ୍କ ହୃଦୟକୁ ଛୁଉଁଛି। ତାଙ୍କ ମା’ ଶିଳରେ ମସଲା ସହ ଅନ୍ୟାନ୍ୟ ଖାଦ୍ୟପେୟର ସାମଗ୍ରୀ ବାଟୁଥିବା ସେ ଦେଖୁଥିଲେ। ଏଥିଲାଗି ବହୁତ ସମୟ ଲାଗୁଥିଲା। କେବଳ ସେତିକି ନୁହେଁ ବହୁତ ପରିଶ୍ରମ କରିବାକୁ ମଧ୍ୟ ପଡ଼ୁଥିଲା। ଏଥିଯୋଗୁ ସେ ନିଜର ‘କୁମ୍ପି’ରେ ରଖିଥିବା ଟଙ୍କାକୁ ଧନତେରସରେ ଭାଙ୍ଗି ଏକ ଗ୍ରାଇଣ୍ଡର କିଣିବାକୁ ମନ ବଳାଇଥିଲେ। ତେବେ ସେ ରଖିଥିବା ଟଙ୍କା ନିଅଣ୍ଟ ପଡ଼ିଥିଲା। ହେଲେ ପିଲା ଭାବେ ତାଙ୍କ ଚିନ୍ତାଧାରାକୁ ଦେଖି ଦୋକାନୀଙ୍କ ହୃଦୟ ତରଳି ଯାଇଥିଲା। ସେ ଝିଅଟିକୁ ଗ୍ରାଇଣ୍ଡରର ଦାମ୍‌ କମ୍‌ କରି ଦେଇଥିଲେ।

ପିଲାଟି ଅନୁଯାୟୀ, ତାଙ୍କୁ ବାପା ଖର୍ଚ୍ଚ କରିବାକୁ କିଛି ଟଙ୍କା ଦେଉଥିଲେ। ସେ ତାକୁ ନିଜର କୁମ୍ପିରେ ପକାଇ ରଖୁଥିଲେ। ଧନତେରସରେ ସେ ମା’ଙ୍କୁ ଉପହାର ଦେବାକୁ ଭାବିଥିଲେ। ସେ ଭାଇଙ୍କ ସହ ଦୋକାନ ଯାଇଥିଲେ। ଦୋକାନୀ ତାଙ୍କର ଭଲପାଇବା ଦେଖି ୧୮୦୦ ଟଙ୍କାରେ ଗ୍ରାଇଣ୍ଡର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପରିବାର ଲୋକ ବେସାହାରା

ଖଡ଼ିଆଳ,୧୦ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କୁଲିଗାଁ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ଏକ ପରିବାର ବେସାହାରା…

ଦାଦନ ଖଟିବାକୁ ଯାଇ କେରଳରେ ଯୁବକ ମୃତ; ମୃତଦେହ ଗାଁକୁ ଆଣିବାକୁ ଜିଲାପାଳଙ୍କୁ ନିବେଦନ

ଜି.ଉଦୟଗିରି,୧୦।୮(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା…

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ…

ଝାରସୁଗୁଡାରେ ଅଜବ ଘଟଣା: ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ, ପୂରା ଘଟଣା ଜାଣିଲେ…

ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ…

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri