ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ପିଇଓ
କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡାକରାରେ ଶୁକ୍ରବାର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ( ପିଇଓ)ମାନେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇରୁ ଗ୍ରାଜୁଏସନକୁ ବୃଦ୍ଧି…
୩ଡି ପ୍ରିଣ୍ଟେଡ ଡାକଘର ଉଦ୍ଘାଟନ କଲେ ଅଶ୍ୱିନୀ ବୈଷ୍ଣବ
ବେଙ୍ଗାଲୁରୁ,୧୮।୮: କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ୩ଡି ପ୍ରିଣ୍ଟେଡ ଟେକନିକରେ ନିର୍ମିତ ଦେଶର ପ୍ରଥମ ଡାକଘରର ଉଦଘାଟନ କରିଛନ୍ତି। ୧୧୦୦ ବର୍ଗଫୁଟର ଡାକଘରର ଉଦଘାଟନ ବେଙ୍ଗାଲୁରୁର ଉଲ୍ସୁର ବଜାର ନିକଟ କେମ୍ବ୍ରିଜ ଲେଆଉଟରେ ଆୟୋଜିତ କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀ…
ଦୂତି ଚାନ୍ଦଙ୍କୁ ଝଟକା, ଡୋପିଂ କାରଣରୁ ୪ ବର୍ଷ ପାଇଁ ହେଲେ ବାସନ୍ଦ
ନୂଆଦିଲ୍ଲୀ,୧୮।୮: ଭାରତୀୟ ଆଥଲେଟ ଦୂତି ଚାନ୍ଦଙ୍କ ଉପରେ ୪ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପିଂ କାରଣରୁ ତାଙ୍କୁ ବାସନ୍ଦ କରାଯାଇଥିବା ଜଣାପଡିଛି। ଦୂତିିଙ୍କ ଟେଷ୍ଟ କରାଯାଇଥିଲା। ଏଥିରେ ସିଲେକ୍ଟିଭ ଆଣ୍ଡ୍ରୋଜେନ ରିସେପ୍ଟର ମଡ୍ୟୁଲେଟର (ଏସ୍ଏଆରଏମ୍) ମିଳିଥିଲା। ଦୂତିଙ୍କ ଉପରେ ଲଗାଯାଇଥିବା ୪ବର୍ଷର…
ହନି ଟ୍ରାପ: ଅଶ୍ଳିଳ ଭିଡିଓ କରି ୫୦ରୁ ଅଧୁକ ପୁରୁଷଙ୍କୁ କରିଛନ୍ତି ବ୍ଲାକମେଲ
ବେଙ୍ଗାଲୁରୁ,୧୮।୮: କର୍ନାଟକ ପୋଲିସ ବାଙ୍ଗାଲୋରରେ ଅଶ୍ଳୀଳତା ସହ ଜଡିତ ଏକ ର଼୍ୟାକେଟର ଗୁମର ଖୋଲିଛି। ଜଣେ ମହିଳା ହନିଟ୍ରାପ କରି ପୁରୁଷମାନଙ୍କୁ ଫସାଉ ଥିଲେ ଏବଂ ସେମାନଙ୍କଠାରୁ ବହୁ ପରିମାଣର ଟଙ୍କା ସଂଗ୍ରହ କରୁଥିଲେ। ଏହି ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ପୋଲିସ…
ଡେଙ୍ଗୁ ରୋଗୀ ଚିହ୍ନଟ, ପୌର ପ୍ରଶାସନ ବେଫିକର
ସୋନପୁର,୧୮।୮(ମୃତ୍ୟୁଞ୍ଜୟ ଶତପଥୀ): ନଦୀକୂଳିଆ ସହର ସୁବର୍ଣ୍ଣପୁରରେ ଏଡିସ୍ ମଶାଙ୍କ ବଂଶ ବୃଦ୍ଧି ପାଇଛି। ଗତ ୯ ତାରିଖରେ ସହରର ଗ୍ରୀଡକୋ ଅଞ୍ଚଳରେ ଜଣେ ୯ ବର୍ଷୀୟା ବାଳିକାଙ୍କୁ ଡେଙ୍ଗୁ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେହିପରି ଜୁଲାଇ ମାସରେ ସୁବର୍ଣ୍ଣପୁର ସହରରେ…
ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ
ନୂଆଦିଲ୍ଲୀ,୧୮।୮: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଦିଲ୍ଲୀ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ଦିଲ୍ଲୀ-ପୁଣେ ବିମାନକୁ ବୋମା ଧମକ ଦିଆଯାଇଛି। ବିମାନ ପହଞ୍ଚିବା ମାତ୍ରେ ଏଥିରେ କୌଣସି ବୋମା ଅଛି କି ନାହିଁ ତଦନ୍ତ ଆରମ୍ଭ…
ଆହତ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ଘରୋଇ ଟୁର୍ନାମେଣ୍ଟରେ ଖେଳିବା କଷ୍ଟକର
ନୂଆଦିଲ୍ଲୀ,୧୮।୮: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଆଗାମୀ ଘରୋଇ ସିଜନରେ କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରେ ଖେଳିବା କଷ୍ଟକର ହୋଇପଡିଛି। ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ନାମେଣ୍ଟରେ ନର୍ଥହେମ୍ପଟନଶାୟର୍ ଦଳ ପାଇଁ ଖେଳୁଥିବା ପୃଥ୍ବୀ ଶ’ ୧୩ ଅଗଷ୍ଟରେ ମ୍ୟାଚ…
୭ଦିନରେ ଭାଙ୍ଗିଲେଣି ୫ରୁ ଅଧିକ ଘର
ନୂଆଗାଁ ,୧୮ା୮(ବିଜୟ ତ୍ରିପାଠୀ): ସୁନ୍ଦରଗଡ ଜିଲା ନୂଆଗାଁ ଅଞ୍ଚଳରେ ଗତ କିଛିଦିନ ହେବ ହାତୀ ଉପଦ୍ରବ୍ୟ ଥମିବାର ନଁା ଧରୁନାହିଁ। ୨ ଝାଡ଼ଖଣ୍ଡୀ ହାତୀ ଉଭୟ ବିଶ୍ରା ଓ ବୀରମିତ୍ରପୁର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ସାଧାରଣରେ…
ଚାଇନାକୁ ପାକିସ୍ତାନ କହିଲା ଭାରତଠାରୁ ଶିଖ
ବେଜିଂ,୧୮।୮: ଚାଇନା ସବୁବେଳେ ଦାବି କରିଥାଏ କି ସେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରି ନ ଥାଏ, ହେଲେ ତା’ର ‘ଆୟରନ ବ୍ରଦର’ କୁହାଯାଉଥିବା ପାକିସ୍ତାନକୁ ସେ ସମୟ ସମୟରେ ଉପଦେଶ ନିଶ୍ଚିତ ଭାବେ ଦେଇଥାଏ। ବର୍ତ୍ତମାନ ଜଣେ…
୧୧ ଦିନ ପରେ ବର୍ଷା, ଚାଷୀ ସାମାନ୍ୟ ଆଶ୍ୱସ୍ତ
ଉମରକୋଟ,୧୮।୮(ସନ୍ତୋଷ ଶତପଥୀ) : ଶ୍ରାବଣ ମାସରେ ପ୍ରବଳ ବର୍ଷା ହେବା କଥା। କିନ୍ତୁ ଚଳିତ ବର୍ଷ ବର୍ଷା ଉଭାନ ପ୍ରାୟ। ଦୀର୍ଘ ୧୧ ଦିନ ପରେ ନବରଙ୍ଗପୁର ଜିଲା ଉମରକୋଟରେ ଗୁରୁବାର ବର୍ଷା ହୋଇଛି। ବର୍ଷା ନ ଥିବାରୁ ଧାନଜମିଗୁଡ଼ିକ ଫାଟି…
ମଣିପୁର ହିଂସା: ଉଗ୍ରବାଦୀଙ୍କ ଆକ୍ରମଣରେ ଗଲା ୩ ଜଣଙ୍କର ଜୀବନ
ଇମ୍ଫାଲ,୧୮।୮: ମଣିପୁରରେ ହୋଇଥିବା ହିଂସା ମାମଲାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମର ଖବର ଅନୁଯାୟୀ ମଣିପୁରର ଉଖରୁଲ ଜିଲାରେ ଉଗ୍ରବାଦୀଙ୍କ ଆକ୍ରମଣରେ ତିନି ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଉଖରୁଲ ଜିଲାର ଥୋୱାଇ କୁକି ଗ୍ରାମରେ ଗାଁର ସୁରକ୍ଷାଥିବା ଲୋକ…
ଗାୟତ୍ରୀ ସରାଫ ପାଇବେ ସରଳା ଦେବୀ ସ୍ମୃତି ସମ୍ମାନ
କଟକ,୧୮ା୮(କାର୍ତ୍ତିକ ସାହୁ): ଓଡ଼ିଆ ଲେଖିକା ଗାୟତ୍ରୀ ସରାଫଙ୍କୁ ଚଳିତ ବର୍ଷର ସରଳା ଦେବୀ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଏଥିସହ ପଦ୍ମଶ୍ରୀ ସାବରମତୀ ଓ ନାରୀନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ସରଳା ଦେବୀ ସେବା ସମ୍ମାନ ପ୍ରଦାନ କରାଯିବ। ସରଳା ଦେବୀ ସ୍ମୃତି…
Archives


