ଭିଆର୍‌ପି ପରୀକ୍ଷା ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ରସୁଲପୁର,୨ା୧୨(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ୧୮ ପଞ୍ଚାୟତରେ ନାହାନ୍ତି ଭିଆର୍‌ପି(ଭିଲେଜ ରିସୋର୍ସ ପର୍ସନ ଅର୍ଥାତ ଗ୍ରାମ ସମ୍ବଳ ବ୍ୟକ୍ତି)। ତେଣୁ ଏହି ପଦବୀ ପୂରଣ ପାଇଁ ଲିଖିତ ପରୀକ୍ଷା ଆସନ୍ତା ୩ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୧୭ ପଞ୍ଚାୟତରୁ ୨୧୦ଜଣ ଆବେଦନ କରିଛନ୍ତି। ମହେଶ୍ୱରପୁର ପଞ୍ଚାୟତରେ ଆଭ୍ୟନ୍ତରୀୟ ସମସ୍ୟାକୁ ନେଇ କେହି ଆବେଦନ କରିନାହାନ୍ତି। ଯୋଗ୍ୟ ଆବେଦନକାରୀଙ୍କୁ ନେଇ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ପ୍ରାର୍ଥୀଙ୍କୁ ନେଇ ଏକ ମୌଖିକ ପରୀକ୍ଷା ହେବ। ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସେମାନେ ପଞ୍ଚାୟତରେ ଗ୍ରାମ ସମ୍ବଳ ବ୍ୟକ୍ତି ଭାବରେ ନିଯୁକ୍ତି ପାଇବେ ବୋଲି ଏହି ପ୍ରକ୍ରିୟାକୁ ପରିଚାଳନା କରିବା ପାଇଁ ଗଠିତ ବୋର୍ଡ ପକ୍ଷରୁ ସ୍ଥିର କରାଯାଇଛି।
ସମ୍ବଳ ବ୍ୟକ୍ତିମାନଙ୍କୁ ଚୟନ ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରୀକ୍ଷାକୁ ପ୍ରଭାବିତକରି ସମ୍ପର୍କୀୟମାନଙ୍କୁ ଥଇଥାନ କରିବାକୁ ରାଜନୈତିକସ୍ତରରେ କସରତ ଚାଲିଛି। ପୂରାପୂରି ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଭିତ୍ତିରି ଯୋଜନା କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଏପରି କି ପରୀକ୍ଷାରେ କ’ଣ ସବୁ ପ୍ରଶ୍ନପତ୍ର ଆସିବ ଓ ତା’ର ଉତ୍ତର କ’ଣ ହେବ, ସେ ଦିଗରେ ପସନ୍ଦର ଆବେଦନକାରୀଙ୍କୁ ପରୀକ୍ଷା ପୂର୍ବଦିନ ଜଣାଇ ଦିଆଯିବାକୁ ଯୋଜନା କରାଯାଉଛି। ତେଣୁ ପରୀକ୍ଷାରେ ସ୍ବଚ୍ଛତା ଅଣାଯାଇ ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯିବାକୁ ସାଧାରଣରେ ଦାବି ହେଉଛି।
ଭିଆରପିମାନଙ୍କୁ ନିଯୁକ୍ତି ଦିଆଯାଉଛି। ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସଦସ୍ୟା ଭାବେ କାର୍ଯ୍ୟ କରୁଥିବା ମାଟ୍ରିକ ପାସ୍‌ ମହିଳା ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତା’ଠାରୁ ଅଧିକ ଯୋଗ୍ୟତା ଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ଚୟନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ବ୍ଲକରେ ୧୦ଜଣ ଭିଆରପିଙ୍କୁ ନିଯୁକ୍ତି ଦିଆଯାଇଛି। ବାକି ପଞ୍ଚାୟତର ଭିଆରପିମାନଙ୍କୁ ଚୟନ ପାଇଁ ଲିଖିତ ପରୀକ୍ଷା କରାଯିବ। ୫୦ ପ୍ରଶ୍ନର ଉତ୍ତର ପାଇଁ ୧ ଘଣ୍ଟା ଅବଧି ରହିଛି। ପରୀକ୍ଷା ପରିଚାଳନା ପାଇଁ ଜାବରା ଉଚ୍ଚ ବିଦ୍ୟାଳୟକୁ କେନ୍ଦ୍ର ଭାବରେ ଚୟନ କରାଯାଇଛି। ଏନେଇ ବ୍ଲକ ସାମାଜିକ ସମୀକ୍ଷକ ରିଙ୍କୁନ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ପରୀକ୍ଷାରେ ସ୍ବଚ୍ଛତା ବଜାଇ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଶ୍ନପତ୍ର ପ୍ରଘଟ ହେବା ସମ୍ଭାବନାକୁ ସେ ଅସ୍ବୀକାର କରିଛନ୍ତି। ପରୀକ୍ଷା ଦିନ ସକାଳୁ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚତ୍ବ। କୌଣସି ଅନିୟମିତା ଯେପରି ନ ଘଟିବ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଲିଖିତ ପରୀକ୍ଷା ସରିବାର କମ୍‌ ଦିନ ବ୍ୟବଧାନରେ ମୌଖିକ ପରୀକ୍ଷା ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?