ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨।୧୨: ଆପଲ୍‌ର ଅଧିକୃତ ରିସେଲର ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ପଟିଆସ୍ଥିତ ୟୁଡି ସିଟି ମଲ୍‌ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆଇଡେଷ୍ଟିନିର ନିର୍ଦ୍ଦେଶକ ବିଜୟ ଦୁଗର କହିଛନ୍ତି, ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ସହିତ ବିକ୍ରି ପରିବର୍ତ୍ତୀ ସେବା ଓ ସୁଲଭତା ସହ ପୁରୁଣା ମଡେଲ ବଦଳାଇବାର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଏପରିକି ସେବା ଯୋଗାଣରେ ଅତୁଳନୀୟ ଅଭିଜ୍ଞତା ଲାଗି ଗ୍ରାହକଙ୍କ ଭଲ ପାଇବା ସହ ଗ୍ରହଣୀୟତା ବଢ଼ିଛି ବୋଲ ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଆଇଡେଷ୍ଟିନିର ବିଜ୍‌ନେସ୍‌ ହେଡ୍‌ ଶୌନକ ରୟ କହିଛନ୍ତି, ଏଠାରେ ଆପଲ୍‌ର ବିସ୍ତୃତ ବର୍ଗ ଏବଂ ତୃତୀୟ ପକ୍ଷ ଆସେସୋରିଜ ଉପଲବ୍ଧ ହେବ। ଏପରିକି ଅଧିକାଂଶ ଆସେସୋରିଜ ଉକ୍ତ ଆଉଟ୍‌ଲେଟ୍‌ରେ ମିଳିପାରିବ। ବିଶେଷକରି ମ୍ୟାକ୍‌ ବୁକ୍‌ ସ୍ଲିବ୍‌ କିମ୍ବା ଆଇପ୍ୟାଡ୍‌, ସଦ୍ୟତମ ମ୍ୟାକ ଆସେସରିଜ ଏବଂ ମ୍ୟାକ୍‌, ଆଇ ପ୍ୟାଡ୍‌ ଓ ଆଇଫୋନର ବ୍ୟାପକ ରେଞ୍ଜ ଆସେସୋରିଜ ଆଦିକୁ ଗ୍ରାହକମାନେ ସୁଲଭ ମୂଲ୍ୟରେ ପାଇପାରିବେ। ଏପରିକି ଆପଲ୍‌ର ଡେସ୍କଟପ୍‌, ଲାପ୍‌ଟପ୍‌, ମୋବାଇଲ ଏବଂ ଆଇ ପ୍ୟାଡ୍‌ ଭଳି ଉତ୍ପାଦ ଆଉଟ୍‌ଲେଟ୍‌ରେ ପ୍ରଦର୍ଶନ କରାଯାଇଥିବା ରୟ ମତବ୍ୟକ୍ତ କରିଛନ୍ତି। ସେହିପରି ଆଇଡେଷ୍ଟିନିର ମାର୍କେଟିଂ ମୁଖ୍ୟ ଶଶୀ ଶର୍ମା କହିଛନ୍ତି, ଏଠାରେ ଥିବା ପ୍ରଶିକ୍ଷିତ କର୍ମଚାରୀ ଆପଲ୍‌ର ସଦ୍ୟତମ ଉତ୍ପାଦ ଏବଂ ଆସେସରିଜ ସମ୍ପର୍କରେ ଗ୍ରାହକଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିବେ। ଏପରିକି ସର୍ବୋତ୍ତମ ଗ୍ରାହକ ସେବା ଯୋଗାଣ ଉପରେ ଉକ୍ତ ଷ୍ଟୋର କାମ କରିବ ବୋଲି ଶର୍ମା ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଆଇଡେଷ୍ଟିନିର ଅପରେଶନ ମ୍ୟାନେଜର ସୋମନାଥ ଦତ୍ତ କହିଛନ୍ତି, ଏଠାରେ ଗ୍ରାହକଙ୍କୁ ସହଜ ଇଏମଆଇ ଏବଂ ବାଏ ବ୍ୟାକ୍‌ ସୁବିଧା ମିଳିବ। ଏପରିକି ଗ୍ରାହକ ୩ ମାସରୁ ୨ବର୍ଷ ପର୍ଯ୍ୟନ୍ତ କିସ୍ତି ଚୟନ କରିପାରିବେ। ଛାତ୍ରୀଛାତ୍ର ଏବଂ ବାଣିଜି୍ୟକ ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ଅଫର ରହିଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ ୍‌ ଏବଂ ଜନପଥ (ଶହୀଦନଗର)ରେ କମ୍ପାନୀ ଆଉଟ୍‌ଲେଟ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?