ଏସିସିରେ ‘ସାଇବର ନାଇଫ୍‌’ଟେକ୍ନୋଲୋଜି

ଭୁବନେଶ୍ୱର,୨।୧୨: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲ ଗ୍ରୁପ୍‌ ପକ୍ଷରୁ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ‘ସାଇବର ନାଇଫ୍‌’ ଟେକ୍ନୋଲୋଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦକ୍ଷିଣ ଏସିଆର ପ୍ରଥମ ସାଇବର ନାଇଫ୍‌ ‘ସାଇବର ନାଇଫ୍‌ ଏସ୍‌ ୭ଟିଏମ୍‌ (7 ଏଫ୍‌ଆଇଏମ୍‌ ରୋବୋଟିକ୍‌ ରେଡିଓ ସର୍ଜରି ସିଷ୍ଟମ୍‌ (ଟେକ୍ନୋଲୋଜି) ହସ୍ପିଟାଲର ଚେନ୍ନାଇ ଆପୋଲୋ କ୍ୟାନ୍‌ସର ସେଣ୍ଟର (ଏସିସି)ଠାରେ ଆରମ୍ଭ କରାଯାଇଛି। ଏପରିକି ସାଇବର ନାଇଫ୍‌ ଟେକ୍ନୋଲୋଜିର ପ୍ରଚଳନ କ୍ୟାନ୍‌ସର ଚିକିତ୍ସା ଏବଂ ପ୍ରଯୁକ୍ତି ବିଦ୍ୟା ପାଇଁ ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ ପାଲଟିଛି। ଏ ସମ୍ପର୍କରେ ଆପୋଲୋ ହସ୍ପିଟାଲର ରେଡିଏସନ୍‌ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡା. ମହାଦେବ ପୋଥାରାଜୁ କହିଛନ୍ତି, ସାଇବର ନାଇଫ୍‌ ଚିକିତ୍ସା ସାଧାରଣତଃ ୧ରୁ ୫ଟି ସେସନରେ କରାଯାଇଥାଏ। ଏହାର ଚିକିତ୍ସା ଅବଧି ସାଧାରଣତଃ ୩୦ରୁ ୯୦ମିନିଟ୍‌ ପର୍ଯ୍ୟନ୍ତ ରହିଥିବାବେଳେ ଉକ୍ତ ସମୟ ମଧ୍ୟରେ ବିଭିନ୍ନ କୋଣରୁ ୧୦୦ରୁ ୨୦୦ ରାଡିଏସନ ବିମ୍‌ ଦିଆଯାଏ। ପ୍ରତ୍ୟେକ ବିମ୍‌ ପ୍ରାୟ ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ସେହିଭଳି ରେଡିଏସନ୍‌ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡା. ରତ୍ନାଦେବୀ ଆର୍‌. କହିଛନ୍ତି, ମସ୍ତିଷ୍କର ସାଧାରଣ କ୍ଷତ ଯଥା ଶ୍ୱାନୋମା, ମେନିଞ୍ଜିଓମା ଏବଂ ଏଭିଏମ୍‌କୁ ଅଣ-ଆକ୍ରମଣାତ୍ମକ ଉପାୟରେ ଚିକିତ୍ସା କରିବା ସହିତ ସାଇବର ନାଇଫ୍‌ ଏସ୍‌୭ ଫିମ୍‌ ସବୁଠାରୁ ପ୍ରଭାବଶାଳୀ ହୋଇଥାଏ। ସେହିପରି ରେଡିଏସନ୍‌ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡ.ଶଙ୍କର ଭାଙ୍ଗିପୁରମ୍‌ କହିଛନ୍ତି, ସାଇବର ନାଇଫ୍‌ ଏସ୍‌ ୭ଟିମ୍‌ ଫିମ୍‌ ସିଷ୍ଟମ୍‌ ରେଡିଏସନ୍‌ ଥେରାପିର ଭବିଷ୍ୟତକୁ ପୁନଃ ନିର୍ଦ୍ଧାରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri