ଭୁବନେଶ୍ୱର,୨।୧୨: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲ ଗ୍ରୁପ୍ ପକ୍ଷରୁ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ‘ସାଇବର ନାଇଫ୍’ ଟେକ୍ନୋଲୋଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦକ୍ଷିଣ ଏସିଆର ପ୍ରଥମ ସାଇବର ନାଇଫ୍ ‘ସାଇବର ନାଇଫ୍ ଏସ୍ ୭ଟିଏମ୍ (7 ଏଫ୍ଆଇଏମ୍ ରୋବୋଟିକ୍ ରେଡିଓ ସର୍ଜରି ସିଷ୍ଟମ୍ (ଟେକ୍ନୋଲୋଜି) ହସ୍ପିଟାଲର ଚେନ୍ନାଇ ଆପୋଲୋ କ୍ୟାନ୍ସର ସେଣ୍ଟର (ଏସିସି)ଠାରେ ଆରମ୍ଭ କରାଯାଇଛି। ଏପରିକି ସାଇବର ନାଇଫ୍ ଟେକ୍ନୋଲୋଜିର ପ୍ରଚଳନ କ୍ୟାନ୍ସର ଚିକିତ୍ସା ଏବଂ ପ୍ରଯୁକ୍ତି ବିଦ୍ୟା ପାଇଁ ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ ପାଲଟିଛି। ଏ ସମ୍ପର୍କରେ ଆପୋଲୋ ହସ୍ପିଟାଲର ରେଡିଏସନ୍ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡା. ମହାଦେବ ପୋଥାରାଜୁ କହିଛନ୍ତି, ସାଇବର ନାଇଫ୍ ଚିକିତ୍ସା ସାଧାରଣତଃ ୧ରୁ ୫ଟି ସେସନରେ କରାଯାଇଥାଏ। ଏହାର ଚିକିତ୍ସା ଅବଧି ସାଧାରଣତଃ ୩୦ରୁ ୯୦ମିନିଟ୍ ପର୍ଯ୍ୟନ୍ତ ରହିଥିବାବେଳେ ଉକ୍ତ ସମୟ ମଧ୍ୟରେ ବିଭିନ୍ନ କୋଣରୁ ୧୦୦ରୁ ୨୦୦ ରାଡିଏସନ ବିମ୍ ଦିଆଯାଏ। ପ୍ରତ୍ୟେକ ବିମ୍ ପ୍ରାୟ ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ସେହିଭଳି ରେଡିଏସନ୍ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡା. ରତ୍ନାଦେବୀ ଆର୍. କହିଛନ୍ତି, ମସ୍ତିଷ୍କର ସାଧାରଣ କ୍ଷତ ଯଥା ଶ୍ୱାନୋମା, ମେନିଞ୍ଜିଓମା ଏବଂ ଏଭିଏମ୍କୁ ଅଣ-ଆକ୍ରମଣାତ୍ମକ ଉପାୟରେ ଚିକିତ୍ସା କରିବା ସହିତ ସାଇବର ନାଇଫ୍ ଏସ୍୭ ଫିମ୍ ସବୁଠାରୁ ପ୍ରଭାବଶାଳୀ ହୋଇଥାଏ। ସେହିପରି ରେଡିଏସନ୍ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡ.ଶଙ୍କର ଭାଙ୍ଗିପୁରମ୍ କହିଛନ୍ତି, ସାଇବର ନାଇଫ୍ ଏସ୍ ୭ଟିମ୍ ଫିମ୍ ସିଷ୍ଟମ୍ ରେଡିଏସନ୍ ଥେରାପିର ଭବିଷ୍ୟତକୁ ପୁନଃ ନିର୍ଦ୍ଧାରଣ କରିଥାଏ।
ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍…
ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…
ଅଦ୍ଭୁତ ସ୍ଥିତି
ହ୍ୱାଟ୍ସଆପ୍ରେ ଏସ୍ଆଇଆର୍ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…
ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ
ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫ରୁ ଏନ୍ଏଫ୍ଏଚ୍ଏସ୍-୬)ର ଏକ ତୁଳନାତ୍ମକ ରିପୋର୍ଟ…
୧୭ ଯାଏ ବର୍ଷା
ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…
ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍ମାର ଦେଇ ଅଣାଯାଇଥିଲା
ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫକୁ…
ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ
ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…
ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ
ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…
ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ
ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

