Home Left

ପୁରୁଣା ଜେଲ ଜମିରେ ପୋତାଯାଉଛି ଖୁଣ୍ଟ, ବୁଲାଯିବ ବାଡ଼

ନୟାଗଡ,୨୫।୮(ଲୋକନାଥ ମିଶ୍ର): ଜବରଦଖଲକୁ ଏଡ଼ାଇବା ପାଇଁ ନୟାଗଡ଼ର ହାର୍ଟ କୁହାଯାଉଥିବା ପୁରୁଣା ଜେଲ ଜମିକୁ ମ୍ୟୁନିସିପାଲିଟି ପକ୍ଷରୁ ସିମେଣ୍ଟ ଖୁଣ୍ଟ ପୋତା ଯାଉଥିବାବେଳେ ତାର ବାଡ ବୁଲାଇବାର ବ୍ୟବସ୍ଥା ରହିଛି। ତେବେ ପୁରୁଣା ଜେଲ ଜମିର କିଛି ଅଂଶରେ ପରିବା ମାର୍କେଟ…

ପାଣି ନାହିଁ: ଜମି ପଡ଼ିଆ, ମରୁଡ଼ି ଆଶଙ୍କା

ରଣପୁର,୨୫ା୮(ସୁକାନ୍ତ କିଶୋର ଡ଼ାକୁଆ): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ସହ ବ୍ଲକର ୩୭ଟି ପଞ୍ଚାୟତରେ ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣର ବର୍ଷା ନ ହେବାରୁ ଜମି ପଡ଼ିଆ ପଡ଼ିଥିବା ବେଳେ ମରୁଡ଼ି ହେବା ନେଇ ଚାଷୀ ଆଶା ଆଶଙ୍କାରେ ରହିଛନ୍ତି। ଜୁନଠାରୁ ରାଜ୍ୟରେ…

ଦିଲ୍ଲୀ ନୁହେଁ, ବେଙ୍ଗାଲୁରୁରେ ଅବତରଣ କରିବ ମୋଦିଙ୍କ ବିମାନ: ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଦେବେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାଙ୍କର ଦୁଇ ଦେଶ ଗସ୍ତ ସମାପ୍ତ କରିବା ପରେ ଗ୍ରୀସରୁ ଦିଲ୍ଲୀ ନୁହେଁ, କର୍ନାଟକର ବେଙ୍ଗାଲୁରୁରେ ଅବତରଣ କରିବେ। ସେ ଚନ୍ଦ୍ରୟାନ-୩ ମିଶନରେ ଜଡିତ ଇସ୍ରୋ ଟିମ୍‌ର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇବେ।…

‘ଦର୍ଶକଙ୍କ ବିନା ଏସବୁ ସମ୍ଭବ ନୁହେଁ’

‘ଗଙ୍ଗୁବାଈ କାଠିଆୱାଡି’ରେ ଅଭିନୟ ପାଇଁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଆଲିଆ ଭଟ୍ଟଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। କ୍ରିତି ସାନନଙ୍କୁ ସହ ମିଳିତ ଭାବେ ଆଲିଆଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆନନ୍ଦିତ ଅଭିନେତ୍ରୀ…

ମରୁଡି ପରିବେଶକୁ ସହ୍ୟ କରିପାରିବ କୋରାପୁଟର ଦେଶୀ ମାଣ୍ଡିଆ

କୋରାପୁଟ,୨୫ା୮( ଅମିତାଭ ବେହେରା ): କୋରାପୁଟ ଅଞ୍ଚଳର ଆଦିବାସୀମାନେ ପାରମ୍ପରିକ ଭାବେ ଚାଷ କରୁଥିବା ମାଣ୍ଡିଆ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରଖିଛି ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ ଦେବବ୍ରତ ପଣ୍ଡା କହିଛନ୍ତି। ଦୀର୍ଘ ୧୦…

୩ ଶିଶୁଙ୍କ ନାମ ଚନ୍ଦ୍ରୟାନ

କେନ୍ଦ୍ରାପଡ଼ା, ୨୫ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ନବଜନ୍ମିତ ୩ ଶିଶୁଙ୍କ ନାମ ଚନ୍ଦ୍ରୟାନ ରଖାଯାଇଛି। ଏହାକୁ ନେଇ ଶିଶୁଙ୍କ ମାତାପିତା ଗର୍ବ ଅନୁଭବ କରିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆନନ୍ଦ ପ୍ରକାଶ ପାଇଛି। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ…

ୱାଗନର୍‌ ଗ୍ରୁପ୍‌ର ମୁଖ୍ୟଙ୍କ ମୃତ୍ୟୁକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ପୁଟିନ

ମସ୍କୋ,୨୫।୮: ବିମାନ ଦୁର୍ଘଟଣାରେ ୱାଗନର୍‌ ଗ୍ରୁପ୍‌ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଃଖ ପ୍ରକାଶ କରିଛନ୍ତି। ପୁଟିନ କହିଛନ୍ତି ଯେ, ସର୍ବପ୍ରଥମେ ମୁଁ ବିମାନ ଦୁର୍ଘଟଣାରେ ମୃତ ସମସ୍ତ ପରିବାର ପ୍ରତି ମୋର ଆନ୍ତରିକ…

ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟକୁ ରାସ୍ତାନାହିଁ

ବରୀ,୨୫ା୮(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍‌ ଅଧୀନ ବରୀ ପଞ୍ଚାୟତ ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟକୁ ରାସ୍ତା ନାହିଁ। ଫଳରେ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ ବର୍ଷା ଋତୁରେ ଏହି ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାଟି ଜଳମଗ୍ନ…

ସରକାରୀ ବିହନ: ଭରସା ତୁଟିଛି

ଯାଜପୁର,୨୫।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଅଗଷ୍ଟରେ ଏଯାଏ ଆବଶ୍ୟକ ବର୍ଷା ହୋଇ ନ ଥିଲେ ହେଁ ଚାଷୀ ଆଗ୍ରହର ସହିତ ଧାନବୁଣା, ତଳିପକା, କ୍ଷେତ୍ର ପ୍ରସ୍ତୁତ ଆଦିରେ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଚଳିତ ବର୍ଷ ଧାନ ବିହନର ଅଭାବ ପରିଲକ୍ଷିତ…

ନୂଆ କାର୍ଟୁନର ସମୟ

ନୂଆଦିଲ୍ଲୀ,୨୫ା୮:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ସୂକ୍ଷ୍ମାବତରଣ କରାଇ ଇତିହାସ ରଚିଛି। ପୂର୍ବରୁ ରୁଷିଆ, ଆମେରିକା ଓ ଚାଇନାର ମୁନ୍‌ ମିଶନ ସଫଳ ହୋଇଥିବାବେଳେ ଏଭଳି ସଫଳତା ହାସଲ କରିବାରେ ଭାରତ…

ବାଇଗଣ ଖାଇବାରୁ ଛେଳିକୁ ମାରିଦେଲେ

ପୁରୁଣା ଭୁବନେଶ୍ୱର,୨୫ା୮(ସୁବାସ ଚନ୍ଦ୍ର ପ୍ରଧାନ): ବାଇଗଣ କିଆରିରେ ଏକ ଛେଳି ପଶି ବାଇଗଣ ଖାଇବାରୁ ଜମି ମାଲିକ ଛେଳିଟିକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଧଉଳି ଥାନା ଅଧୀନ ପଳାଶପୁର ଶାସନ ଗ୍ରାମରେ ଏଭଳି ଘଟଣା ଘଟିଛି। ଏ ସମ୍ପର୍କରେ ପୋଲିସ ଏକ…

ଏନର୍ଜି ଅଡିଟର ନିଯୁକ୍ତ କରିବ ବିଏମ୍‌ସି

ଭୁବନେଶ୍ୱର, ୨୫।୮(ବନ୍ଦନା ସେଠୀ): ଶକ୍ତି ସଞ୍ଚୟ ନାମରେ ବିଏମ୍‌ସିରେ ହରିଲୁଟ୍‌ ଚାଲିଛି। ଏନେଇ ନିୟୋଜିତ ସଂସ୍ଥାକୁ କେହି ଜଗିବାକୁ ନ ଥିବାରୁ ସେମାନେ ମନଇଚ୍ଛା କାମ କରୁଛନ୍ତି। ଦୀର୍ଘ ୧୦ବର୍ଷ ଧରି ବିଏମ୍‌ସିରେ ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର ନିଯୁକ୍ତ ନ ଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri