Posted inଖେଳ

କ୍ରିକେଟକୁ ବିଦାୟ ଦେଲେ ପାକିସ୍ତାନର ଏହି କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ,୧୧।୧୨: ପାକିସ୍ତାନ ଖେଳାଳି ଅସଦ ଶଫିକ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଅସଦ ଦୀର୍ଘ ସମୟ ଧରି ପାକିସ୍ତାନ କ୍ରିକେଟ ଦଳରୁ ବାହାରେ ଥିଲେ। ଅବସର ସମ୍ପର୍କରେ ସେ କହିଛନ୍ତି, କ୍ରିକେଟ ପ୍ରତି ତାଙ୍କର ଆଉ ଉତ୍ସାହ ନାହିଁ। ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ତାଙ୍କର ଫିଟ୍‌ନେସ ସାଥ୍‌ ଦେଉନାହିଁ।

ଶଫିକ କହିଛନ୍ତି, ମୋର କ୍ରିକେଟ ଖେଳିବାକୁ ଉତ୍ସାହ ନାହିଁ। ତେଣୁ ମୁଁ ସମସ୍ତ କ୍ରିକେଟକୁ ବିଦାୟ ଦେବାକୁ ସ୍ଥିର କଲି। ମୋତେ ପିସିବିରୁ ଏକ ଚୁକ୍ତିନାମା ମିଳିଛି ଏବଂ ମୁଁ ଏହା ଉପରେ ଧ୍ୟାନ ଦେଉଛି ଏବଂ ଆଶା କରୁଛି ଏହା ଶୀଘ୍ର ପ୍ରକ୍ରିୟାକରଣ କରାଯିବ।

୨୦୧୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିଥିବା ଅସଦ ଶଫିକ ତାଙ୍କ କ୍ୟାରିୟରରେ ୭୭ ଟି ଟେଷ୍ଟ, ୬୦ଟି ଦିନିକିଆ ଏବଂ ୧୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୧୨୮ ଟେଷ୍ଟ ଇନିଂସରେ ସେ ହାରାହାରି ୩୮.୧୯ ରେ ୪୬୬୦ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୧୨ ଶତକ ଏବଂ ୨୭ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ରହିଛି। ଦିନିକିଆର ୫୮ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୨୪.୭୪ରେ ୧୩୩୬ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ୯ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଟି -୨୦ ଇଣ୍ଟରନ୍ୟାଶନାଲରେ ୧୦ଇନିଂସରେ ତାଙ୍କ ବ୍ୟାଟରୁ ୧୯୨ ରନ ସ୍କୋର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri