‘ହିମାଚଳକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କର’
ଶିମ୍ଲା,୧୩ା୯(ପି.ଟି.): ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ନିକଟରେ ଘଟିଥିବା ହିମାଚଳପ୍ରଦେଶ ବିପର୍ଯ୍ୟୟକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ପ୍ରିୟଙ୍କା ବର୍ଷା କ୍ଷତିଗ୍ରସ୍ତ କୁଲ୍ଲୁ ଜିଲାକୁ…
ଆମେରିକା ସେଓ ଉପରୁ ଆମଦାନୀ ଶୁଳ୍କ ହ୍ରାସକୁ କଂଗ୍ରେସର ବିରୋଧ
ନୂଆଦିଲ୍ଲୀ,୧୩ା୯(ପି.ଟି.): ଆମେରିକୀୟ ସେଓ ଉପରୁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ହ୍ରାସ କରିଥିବାରୁ ମଙ୍ଗଳବାର କଂଗ୍ରେସ ଏହାକୁ ବିରୋଧ କରିଛି। ଏଭଳି ନିଷ୍ପତ୍ତି ହିମାଚଳପ୍ରଦେଶ ଓ ଜମ୍ମୁ-କଶ୍ମୀରର ସେଓ ଉତ୍ପାଦନକାରୀଙ୍କ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ କହିଛି। ଶୁଳ୍କ ହ୍ରାସ…
ଅକ୍ଟୋବର ୨ରୁ ତୃତୀୟ ପର୍ଯ୍ୟାୟ ସ୍ବଚ୍ଛତା ଅଭିଯାନ
ନୂଆଦିଲ୍ଲୀ,୧୩।୯: କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଅକ୍ଟୋବର ୨ରେ ଆରମ୍ଭ ହେବ। ଏଥିରୁ ସରକାର ୧ ହଜାର କୋଟି ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଶାସନିକ ସୁଧାର ଓ ସାଧାରଣ ଅଭିଯୋଗ (ଡିଏଆର୍ପିଜି) ବିଭାଗ ସଚିବ ଭି. ଶ୍ରୀନିବାସ…
୫ ହଜାର ମୃତ, ୧୦,୦୦୦ ନିଖୋଜ
ତ୍ରିପୋଲି,୧୩ା୯: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ଏଥିରେ ପ୍ରାୟ ୫,୦୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦,୦୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଛନ୍ତି। ରବିବାର ରାତିରେ ଆସିଥିବା ଭୂମଧ୍ୟସାଗରୀୟ ଝଡ଼ ‘ଡାନିଏଲ୍’ ଲିବ୍ୟାର ପୂର୍ବାଞ୍ଚଳ ସହରଗୁଡ଼ିକୁ ଜଳମଗ୍ନ କରିଦେଇଛି।…
ଫାଇନାଲରେ ସ୍ଥାନ ପକ୍କା କଲା ଭାରତ
କଲମ୍ବୋ,୧୩।୯: ଏସିଆ କପ ୨୦୨୩ରେ ନିଜର ବିଜୟ ଧାରା ଜାରି କରି ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସୁପର ଫୋର୍ରେ ୪୧ ରନ୍ରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିଛି। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୨୧୩ ରନ୍ର ଟାର୍ଗେଟ୍…
ଭାରତ ପାଇଁ ମହଙ୍ଗା ରୁଷିଆ ସାର
ମୁମ୍ବାଇ/ଲଣ୍ଡନ୍/ମସ୍କୋ,୧୩ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତ ଭଳି କୃଷି ପ୍ରଧାନ ଦେଶରେ ଚାଷକାର୍ଯ୍ୟ ପାଇଁ ସାର ଅପରିହାର୍ଯ୍ୟ। କିନ୍ତୁ ଦେଶରେ ଆବଶ୍ୟକ ପରିମାଣର ସାର ଉତ୍ପାଦନ ହେଉ ନ ଥିବାରୁ ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ। ଗତବର୍ଷ ରୁଷିଆରୁ ସର୍ବାଧିକ ସାର…
ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ
କଲମ୍ବୋ,୧୩ା୯: ଭାରତ ବିପକ୍ଷ ଏସିଆ କପ୍ ସୁପର୍-୪ ମ୍ୟାଚ୍ରେ ଶ୍ରୀଲଙ୍କା ସ୍ପିନ ବୋଲର ଆଧିପତ୍ୟ ବିସ୍ତାର କରିଛନ୍ତି। ଶ୍ରୀଲଙ୍କାର ୩ ସ୍ପିନର ମିଳିତ ଭାବରେ ୧୦ ଉଇକେଟ ଅକ୍ତିଆର କରିବାରୁ ଭାରତ ୪୯.୧ ଓଭରରେ ୨୧୩ ରନ୍ରେ ସମସ୍ତ ଉଇକେଟ ହରାଇଥିଲା।…
ଶଳାର ବେକ କାଟି ଭିଣେଇ ଫେରାର୍
କୋରାପୁଟ/ନାରାୟଣପାଟଣା,୧୨।୯(ଅମିତାଭ ବେହେରା, ରାଜକିଶୋର ଜେନା) କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଭିଣେଇ ନିଜ ଶଳାର ବେକକାଟି ଫେରାର୍ ହୋଇଯାଇଛନ୍ତି। ମୃତକ ଶଳା ହେଲେ ବନ୍ଧୁଗାଁ ବ୍ଲକର ମାନିଗି ବାଲସା ଗ୍ରାମର ଧର୍ମା ହିମିରିକା(୩୦)। ସୂଚନାଯୋଗ୍ୟ,…
ଆଦିଲଙ୍କ ସହ ବଲିଉଡ୍ରେ ଡେବ୍ୟୁ କରିବେ ଅଶନୁର
ଡେବ୍ୟୁ କରିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଶନୁର କୌର। ସେ ଆଦିଲ ଖାନ୍ଙ୍କ ସହ ଚଳଚ୍ଚିତ୍ରରେ ନାୟିକା ସାଜିବେ। ଛତିଶଗଡ଼ରେ ଏହି ଫିଲ୍ମର ଶୁଟିଂ ହୋଇଛି। ଫିଲ୍ମକୁ‘ଶାଦି ମେ ଜରୁର୍ ଆନା’ ଫେମ୍ ରତ୍ନା ସିନ୍ହାଙ୍କ ପ୍ରଯୋଜନା ସଂସ୍ଥା ବ୍ୟାନ୍ରରେ…
ସ୍ପିନ୍ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଣ୍ଠେଇ ଥିବା ଦୁନିଥ କିଏ?ଜାଣନ୍ତୁ…
କଲମ୍ବୋ,୧୨।୯: ପାକିସ୍ତାନ ବିପକ୍ଷ ଏସିଆ କପ୍ ସୁପର ୪ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ୨୨୮ ରନ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ପାକିସ୍ତାନ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହେଲେ ୨୪ ଘଣ୍ଟା ପରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ…
ଛାତ୍ରୀନିବାସରେ ପୁତ୍ର ସନ୍ତାନ ଜନ୍ମ କଲେ ନାବାଳିକା
କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଏକ ବାଳିକା ବିଦ୍ୟାଳୟରେ ଜଣେ ଅନ୍ତେବାସୀ ୭ ମାସର ଗର୍ଭବତୀ ହେବା ଘଟଣାରେ ନାବାଳିକା ଜଣଙ୍କ ଶନିବାର ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏହି…
ଆଇରନ ବୋଝେଇ ଟ୍ରକରେ ନିଆଁ
କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ଫଳରେ ଟ୍ରକ ଚାଳକ ସେଠାରୁ ଡେଇଁ ଜୀବନ ବଞ୍ଚାଇଥିଲେ। ମଙ୍ଗଳବାର…
Archives


