୮ ମାସର ଗର୍ଭବତୀଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକେ

ବିଷମ କଟକ,୬।୧ (ବିଭୂତି ଭୂଷଣ ନାୟକ): ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତର ଘୋଡାବାଙ୍ଗିରି ଗ୍ରାମରେ ଜଣେ ୮ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଘାଡାବାଙ୍ଗିରି ଗ୍ରାମର ଲକ୍ଷ୍ମଣ ମାଣ୍ଡିକାଙ୍କ ସ୍ତ୍ରୀ ରୀତା କୁଲସିକା। ରୀତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦାଗ ଓ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଶାଶୁଘର ଲୋକେ ଯୋଜନାବନ୍ଧ ଭାବେ ହତ୍ୟା କରିଥିବା ରୀତାଙ୍କ ବାପଘର ଲୋକେ ବିଷମକଟକ ଥାନାରେ ଅଭିଯୋଗ କରିଛନ୍ତି।

ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରିଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବିଷମକଟକ ଥାନା ଅଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ କହିଛନ୍ତି। ପୋଲିସ ମୃତକଙ୍କ ସ୍ବାମୀ ଲକ୍ଷ୍ମଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୋଲିସ ସାଇଟିଫିକ ଟିମ ସହ ଘୋଡବାଙ୍ଗିରି ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଛନ୍ତି।

ଗତ ୨ବର୍ଷ ତଳେ ଘାଡାବାଙ୍ଗିରି ଗ୍ରାମର ଲକ୍ଷ୍ମଣ ମାଣ୍ଡିକା ଡୁକୁମୁ ପଞ୍ଚାୟତର ଲାକବେଟା ଗ୍ରାମର ମାଳତୀ କୁଲୁଶିକାଙ୍କ ଝିଅ ରୀତାଙ୍କୁ ପ୍ରେମ ବିବାହ କରିଥିଲେ। ରୀତା ୮ମାସର ଗର୍ଭବତୀ ଥିଲେ। ଗୁରୁବାର ରାତିରେ ରୀତା ଅସୁସ୍ଥ ଥିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଅନୁଧ୍ୟାନ କରବା ସମୟରେ ବେକରେ ଚିହ୍ନ ଦେଖି ସନ୍ଦେହ ହେବାରୁ ବିଷମକଟକ ଥାନାକୁ ଖବର ଦିଆଯାଇଥିଲା। ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଥିଲା । ରୀତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାପାଘର ଲୋକେ ମେଡିକାଲରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମୃତ ରୀତାଙ୍କ ସ୍ବାମୀ ଲକ୍ଷ୍ମଣ, ଦିଅର ଏବଂ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ରାୟଗଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?