Home Left

ଦଶହରାରେ ରାଜ୍‌ କରିବ ୩ ଓଡ଼ିଆ ସିନେମା

ପୂଜାପର୍ବାଣୀ ଆସିଲେ ଭରପୁର ମନୋରଞ୍ଜନର ମାଧ୍ୟମ ସାଜେ ଚଳଚ୍ଚିତ୍ର। ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର ପୂରା ସେହି ଦମ୍‌ରେ ଆଗେଇ ଚାଲିଛି। ପ୍ରତ୍ୟେକ ସପ୍ତାହରେ ଦର୍ଶକଙ୍କୁ ନୂଆ ନୂଆ ଚଳଚ୍ଚିତ୍ର ଭେଟି ଦେଉଛି ଓଡ଼ିଆ ସିନେ ଜଗତ। ଦଶହରା ପାଖେଇ ଆସୁଥିବାବେଳେ…

ବାଇପାସ୍‌ ଏନ୍‌ଏଚ୍‌ ରାସ୍ତାକୁ ଗ୍ରାମବାସୀଙ୍କ ବିରୋଧ

ଖଜୁରିପଡ଼ା,୧୭ା୧୦(ବିଦୁର ବେହେରା): ବାଇପାସ୍‌ ଏନ୍‌ଏଚ୍‌ ରାସ୍ତାକୁ ତିଳକପଡା ଗ୍ରାମବାସୀ ତରଫରୁ ବିରୋଧ କରାଯାଉଛି। ଟିଟ୍ରାପଙ୍ଗା ସରପଞ୍ଚଙ୍କ କହିବା ଅନୁଯାୟୀ ଖଜୁରିପଡ଼ା ତହସିଲ ଅନ୍ତର୍ଭୁକ୍ତ ତିଳକପଡା ଗ୍ରାମ ଦେଇ ଏକ ବାଇପାସ୍‌ ଏନ୍‌ଏଚ ରାସ୍ତା ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାସ୍ତା…

ଆମେରିକା, ରୁଷିଆ, ଜର୍ମାନୀ ଭଳି ଦେଶରେ ସମଲିଙ୍ଗୀ ବିବାହର ନିୟମ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୧୦: ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କ ଏକ ବେଞ୍ଚ ମଙ୍ଗଳବାର ସମଲିଙ୍ଗୀ ବିବାହ ଉପରେ ରାୟ ଦେବାକୁ ଯାଉଛନ୍ତି। ଯଦି ଏହି ନିଷ୍ପତ୍ତି ଆବେଦନକାରୀଙ୍କ ସପକ୍ଷରେ ଆସେ, ତେବେ ଭାରତରେ ପୁରୁଷ-ପୁରୁଷ ଏବଂ ମହିଳା-ମହିଳା କିମ୍ବା ଟ୍ରାନ୍ସଜେଣ୍ଡର ଲୋକ ପରସ୍ପରକୁ ବିବାହ କରିବାକୁ…

ଓଡିଏମ୍‌ ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ

ଭୁବନେଶ୍ୱର,୧୭।୧୦(ଅନୁରାଧା ମହାରଣା):ଏଜୁକେଶନ ଓ୍ବାଲର୍‌ଡ ଗ୍ରାଣ୍ଡ ଜ୍ୟୁରୀ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗସ୍‌ ୨୦୨୩-୨୪ ରେ ଓଡିଏମ ପବ୍ଲିକ୍‌ ସ୍କୁଲକୁ ସଫଳତା ମିଳିଛି। କୋ-ଏଡ୍‌ ଡେ ବୋର୍ଡିଙ୍ଗ ସ୍କୁଲ ବର୍ଗରେ ସାରା ଦେଶରେ ଏହି ସ୍କୁଲ ୯ମ ସ୍ଥାନରେ ରହିଛି। ସେହିପରି କ୍ୟାରିଅର କାଉନସେଲିଂ…

ରାଜଧାନୀରେ ଉପୁଜିପାରେ କଞ୍ଚା ପରିବା ସଙ୍କଟ

ଭୁବନେଶ୍ୱର, ୧୭।୧୦ (ବନ୍ଦନା ସେଠୀ):ଆସନ୍ତା ୨୦ ତାରିଖରୁ ରାଜଧାନୀରେ କଞ୍ଚା ପରିବା ସଙ୍କଟ ଦେଖାଦେଇପାରେ। କାରଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ୟୁନିଟ-୧ ପରିବା ହାଟ। ଏନେଇ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ଏଥିରେ ରାଜଧାନୀବାସୀଙ୍କ…

୬ ସରପଞ୍ଚଙ୍କୁ ହତ୍ୟା ଧମକ: ଗୋଟିଏ ନମ୍ବରରୁ ଆସୁଛି ଫୋନ କଲ୍‌

ଫୁଲବାଣୀ,୧୭ା୧୦(ରାକେଶ କୁମାର ରାଉତ): କିଛି ଦିନ ହେବ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ୬ ଜଣ ସରପଞ୍ଚଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଲାଲ ବାହିନୀରୁ କହୁଛି କହି ବହୁ ପରିମାଣର ଅର୍ଥ ଦାବି କରାଯାଇଛି। ଏହା ନ…

ଅଟେଇ, କାଳିମାଟିରେ ପାଦଚିହ୍ନ ମିଳିଲା

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ବନଖଣ୍ଡର ୭ ରେଞ୍ଜରେ ସୋମବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଗଣନା କାର୍ଯ୍ୟ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ। ଗଣନାରେ ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ସମେତ ବନ କର୍ମଚାରୀ ସାମିଲ ହୋଇଛନ୍ତି। ବିଶେଷକରି…

୧୮ରୁ ଶିମିଳିପାଳରେ ବାଘଗଣନା

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଆସନ୍ତା ୧୮ ତାରିଖରୁ ମହାବଳ ବାଘଗଣନା ଆରମ୍ଭ ହେବ। ଏହା ୭ଦିନ ଧରି ଚାଲିବ। ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ବିଦାୟ ନେଲେ ପିଲା ଗଣେଶ

ଭଦ୍ରକ,୧୭ା୧୦(ସନାତନ ରାଉତ): ଭଦ୍ରକ ପୌରାଞ୍ଚଳର କୁଆଁସଠାରେ ଏକମାସ ଧରି ପୂଜା ପାଇ ଆସୁଥିବା ପିଲା ଗଣେଶଙ୍କୁ ଧୁମ୍‌ଧାମରେ ବିଦାୟ ଦିଆଯାଇଛି। ପୂଜା ମଣ୍ଡପଠାରୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ସହର ପରିକ୍ରମା କରିବା ପରେ ସାଳନ୍ଦୀ କୁଆଁସ ଘାଟରେ ବିସର୍ଜନ କରାଯାଇଛି।…

ଲୋହିଆ ନଗରରେ ବିସ୍ଫୋରଣ

ମେରଠ,୧୭।୧୦: ମେରଠର ଲୋହିଆ ନଗରରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏକ କାରଖାନାରେ ହୋଇଥିବା ଏହି ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସୂଚନାଯୋଗ୍ୟ, ଏଠାରେ ଥିବା ଏକ ଘରେ କାର୍ଯ୍ୟ କରୁଥିବା କାରଖାନାରେ…

ଆଶ୍ୱାସନାରେ ଝୁଲିଲା ବୈଶିଙ୍ଗା ଡାକ୍ତରଖାନାର ଭାଗ୍ୟ

ବୈଶିଙ୍ଗା,୧୬ା୧୦(ରତନ ଦାଶ) ମୟୂରଭଞ୍ଜ ଜିଲା ବୈଶିଙ୍ଗା ଡାକ୍ତରଖାନାର ଭାଗ୍ୟ ଆଶ୍ୱାସନାରେ ଝୁଲି ରହିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବଦଳରେ ୩୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ହେବା ନେଇ ପ୍ରତିଶ୍ରୁତି ମିଳିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି। ଡାକ୍ତରଖାନାକୁ…

କିନ୍ନରଙ୍କୁ ସ୍ବତନ୍ତ୍ର ଜାତି ବିବେଚନା କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୦:କିନ୍ନରମାନଙ୍କୁ ଅଲଗା ଜାତି ଭାବେ ବିବେଚନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ବିହାର ସରକାର କିନ୍ନର ସମ୍ପ୍ରଦାୟଙ୍କୁ ସ୍ବତନ୍ତ୍ର ଜାତି ନୁହେଁ ବରଂ ଜାତି ତାଲିକାରେ ଏକ ସ୍ବତନ୍ତ୍ର ବର୍ଗ ଭାବେ ସାମିଲ କରିବାକୁ ନେଇଥିବା ନିଷ୍ପତ୍ତି ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri