Posted inଫୁରସତ

ଟଙ୍କା ସଞ୍ଚୟ କରିବାକୁ ଏମିତି ପଦ୍ଧତି ଆପଣାଇଲେ ଦମ୍ପତି, ଲୋକମାନେ କଲେ ଛି ଛି…

କୁହାଯାଏ ଟଙ୍କା ବିନା ସବୁ କାମ ଅସମ୍ଭବ। କୌଣସି କାମ ଆରମ୍ଭ କରନ୍ତୁ ନା କାହିଁକି, ସବୁଠି ଟଙ୍କାର ଆବଶ୍ୟକତା ପଡେ। ସେଥିପାଇଁ ଟଙ୍କା ସଞ୍ଚୟ କରିବା ଜରୁରୀ। ଏଥିପାଇଁ କିଛି ଲୋକ ନିଜର ଅନେକ ଜିନିଷ କାଟି ଦେଉଥିବା ବେଳେ କିଛି ଲୋକ ଚତୁରତାର ସହ ବିନିଯୋଗ କରି ଟଙ୍କାକୁ ଦ୍ୱିଗୁଣିତ କରିଥାନ୍ତି। କିନ୍ତୁ ଟଙ୍କା ସଞ୍ଚୟ କରିବା ପାଇଁ ଏଭଳି କିଛି ପଦକ୍ଷେପ ନେଇଛନ୍ତି ଜଣେ ଆମେରିକୀୟ ଦମ୍ପତି ଜନ୍‌ ଏବଂ ଫିନ୍‌, ଯାହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ଛି ଛି କରୁଛନ୍ତି।
ଜନ ଏବଂ ଫିନ ପ୍ରକାଶ କରିଛନ୍ତି, ରୋଷେଇ ପାଇଁ ସେମାନଙ୍କର ନିଜ ମଳ ବ୍ୟବହାର କରନ୍ତି, କାରଣ ଏହା ପରିବେଶ ଅନୁକୂଳ ଅଟେ। ଜର୍ଜିଆର ଏକ ଗାଁରେ ରହୁଥିବା ଏହି ଦମ୍ପତି ଟଙ୍କା ସଞ୍ଚୟ କରିବା ପାଇଁ ଏପରି କରୁଛନ୍ତି। ଦମ୍ପତିଙ୍କ କହିବା ଅନୁଯାୟୀ, ସେମାନେ ଘରେ ହୋମବାୟୋଗାସ ଡାଇଜେଷ୍ଟର ନାମକ ଏକ ଡିଭାଇସ ଲଗାଇଛନ୍ତି, ଯାହା ସେମାନଙ୍କ ମଳକୁ ବାୟୋଗ୍ୟାସ ରେ ପରିଣତ କରିଥାଏ। ଏହି ଗ୍ୟାସକୁ ସେ ରୋଷେଇରେ ବ୍ୟବହାର କରନ୍ତି।

ମନୁଷ୍ୟ ମଳକୁ କିପରି ରିସାଇକେଲ୍‌ କରିବେ?
ଦମ୍ପତି ବୁଝାଇଛନ୍ତି ଯେ, ମତ ତ୍ୟାଗ ପରେ ସେମାନେ ଏହାକୁ ଫ୍ଲାସ କରନ୍ତି, ଯାହା ସ୍ବତନ୍ତ୍ର ଉପକରଣ ଦେଇ ଯିବା ପରେ ସ୍ବଚ୍ଛ ଗ୍ୟାସରେ ପରିଣତ ହୁଏ। ଇନ୍‌ଡୋର ପ୍ଲମ୍ବିଂର ମୂଲ୍ୟ ଠାରୁ ଏହା ଶସ୍ତା ଅଟେ। ସେମାନେ ମିଥେନ ବାୟୋଗ୍ୟାସ ତିଆରି କରି ପ୍ରାକୃତିକ ସମ୍ପଦ ସଞ୍ଚୟ କରୁଛନ୍ତି। ଜନ ଏକ ଭିଡିଓ ଶେୟାର କରି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେମାନଙ୍କ ଖାଦ୍ୟରେ କିମ୍ବା ଆଖପାଖରେ ମଳର ଗନ୍ଧ ନାହିଁ।
ଏହି ଦମ୍ପତିଙ୍କି କିଛି ଲୋକ ଛି ଛି କହୁଥିବାବେଳେ ଅନ୍ୟ କିଛି ଲୋକ ତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri