Posted inଫୁରସତ

ଟଙ୍କା ସଞ୍ଚୟ କରିବାକୁ ଏମିତି ପଦ୍ଧତି ଆପଣାଇଲେ ଦମ୍ପତି, ଲୋକମାନେ କଲେ ଛି ଛି…

କୁହାଯାଏ ଟଙ୍କା ବିନା ସବୁ କାମ ଅସମ୍ଭବ। କୌଣସି କାମ ଆରମ୍ଭ କରନ୍ତୁ ନା କାହିଁକି, ସବୁଠି ଟଙ୍କାର ଆବଶ୍ୟକତା ପଡେ। ସେଥିପାଇଁ ଟଙ୍କା ସଞ୍ଚୟ କରିବା ଜରୁରୀ। ଏଥିପାଇଁ କିଛି ଲୋକ ନିଜର ଅନେକ ଜିନିଷ କାଟି ଦେଉଥିବା ବେଳେ କିଛି ଲୋକ ଚତୁରତାର ସହ ବିନିଯୋଗ କରି ଟଙ୍କାକୁ ଦ୍ୱିଗୁଣିତ କରିଥାନ୍ତି। କିନ୍ତୁ ଟଙ୍କା ସଞ୍ଚୟ କରିବା ପାଇଁ ଏଭଳି କିଛି ପଦକ୍ଷେପ ନେଇଛନ୍ତି ଜଣେ ଆମେରିକୀୟ ଦମ୍ପତି ଜନ୍‌ ଏବଂ ଫିନ୍‌, ଯାହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ଛି ଛି କରୁଛନ୍ତି।
ଜନ ଏବଂ ଫିନ ପ୍ରକାଶ କରିଛନ୍ତି, ରୋଷେଇ ପାଇଁ ସେମାନଙ୍କର ନିଜ ମଳ ବ୍ୟବହାର କରନ୍ତି, କାରଣ ଏହା ପରିବେଶ ଅନୁକୂଳ ଅଟେ। ଜର୍ଜିଆର ଏକ ଗାଁରେ ରହୁଥିବା ଏହି ଦମ୍ପତି ଟଙ୍କା ସଞ୍ଚୟ କରିବା ପାଇଁ ଏପରି କରୁଛନ୍ତି। ଦମ୍ପତିଙ୍କ କହିବା ଅନୁଯାୟୀ, ସେମାନେ ଘରେ ହୋମବାୟୋଗାସ ଡାଇଜେଷ୍ଟର ନାମକ ଏକ ଡିଭାଇସ ଲଗାଇଛନ୍ତି, ଯାହା ସେମାନଙ୍କ ମଳକୁ ବାୟୋଗ୍ୟାସ ରେ ପରିଣତ କରିଥାଏ। ଏହି ଗ୍ୟାସକୁ ସେ ରୋଷେଇରେ ବ୍ୟବହାର କରନ୍ତି।

ମନୁଷ୍ୟ ମଳକୁ କିପରି ରିସାଇକେଲ୍‌ କରିବେ?
ଦମ୍ପତି ବୁଝାଇଛନ୍ତି ଯେ, ମତ ତ୍ୟାଗ ପରେ ସେମାନେ ଏହାକୁ ଫ୍ଲାସ କରନ୍ତି, ଯାହା ସ୍ବତନ୍ତ୍ର ଉପକରଣ ଦେଇ ଯିବା ପରେ ସ୍ବଚ୍ଛ ଗ୍ୟାସରେ ପରିଣତ ହୁଏ। ଇନ୍‌ଡୋର ପ୍ଲମ୍ବିଂର ମୂଲ୍ୟ ଠାରୁ ଏହା ଶସ୍ତା ଅଟେ। ସେମାନେ ମିଥେନ ବାୟୋଗ୍ୟାସ ତିଆରି କରି ପ୍ରାକୃତିକ ସମ୍ପଦ ସଞ୍ଚୟ କରୁଛନ୍ତି। ଜନ ଏକ ଭିଡିଓ ଶେୟାର କରି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେମାନଙ୍କ ଖାଦ୍ୟରେ କିମ୍ବା ଆଖପାଖରେ ମଳର ଗନ୍ଧ ନାହିଁ।
ଏହି ଦମ୍ପତିଙ୍କି କିଛି ଲୋକ ଛି ଛି କହୁଥିବାବେଳେ ଅନ୍ୟ କିଛି ଲୋକ ତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…

ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା...

କିଏ ଏହି ନାଗିନ ସାଧ୍ୱୀ, କୁମ୍ଭମେଳାରେ ସ୍ନାନ କରିବାବେଳେ ନାଗାସାଧୁଙ୍କ କରନ୍ତି ଅପେକ୍ଷା

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜର ସଙ୍ଗମ ନଗରୀରେ ଆଜି ମହାକୁମ୍ଭର ତୃତୀୟ ଦିନ। ଗୋଟିଏ ଦିନ ପୂର୍ବରୁ, ମକର ସଂକ୍ରାନ୍ତିରେ, ସାଢେ ୩ କୋଟି ଲୋକ ଅମୃତ ସ୍ନାନ କରିଥିଲେ।...

ଋତୁସ୍ରାବ ସମୟରେ ମହାକୁମ୍ଭରେ କେମିତି ସ୍ନାନ କରନ୍ତି ମହିଳା ନାଗାସାଧୁ, ପୁରୁଷ ନାଗାସାଧୁଙ୍କ…

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜରେ ମହାକୁମ୍ଭ ଯୋଗୁ, ମକର ସଂକ୍ରାନ୍ତିରେ ୩.୫ କୋଟି ଭକ୍ତ ପବିତ୍ର ବୁଡ଼ ପକାଇ ରାଜକୀୟ ସ୍ନାନ କରିଛନ୍ତି। ଏହି ସମୟରେ, ୧୩ଟି ଆଖଡ଼ାର ନାଗା...

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri