ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ
ଅନୁଗୋଳ,୨୨ା୧୨: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟାରେ ଏକ ଅମାନବୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଆଠମଲ୍ଲିକ ଥାନା କନ୍ଧପଡ଼ାର ବୈଜୟନ୍ତୀ ସାହୁ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତ…
ମନୀଷ ସିସୋଡିଆଙ୍କୁ ମିଳିଲାନି ଆଶ୍ୱସ୍ତି
ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାଉସ ଆଭେନ୍ୟୁ କୋର୍ଟ ତାଙ୍କ ହେପାଜତ ସମୟ ବଢାଇ ଦେଇଛନ୍ତି। ତାଙ୍କୁ ଜାନୁୟାରୀ ୧୯, ୨୦୨୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ ପଡିବ। ସିବିଆଇ ମୁଖ୍ୟାଳୟରେ…
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିକ୍ଷୋଭ: ରୋଗୀ ସେବା ବ୍ୟାହତ
ଛତ୍ରପୁର,୨୨।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ସମସ୍ୟାର ସମାଧାନ ନେଇ ବାରମ୍ବାର ସରକାରଙ୍କୁ ଜଣାଇବା ପରେ ଶୁଣୁନାହାନ୍ତି । ଏନେଇ ଗଞ୍ଜାମ ଜିଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କୁ ଦାବି ପୂରଣ କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟ…
ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
କେପଟାଉନ୍,୨୨।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ ଏଲଗାର ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବେ। ସେ ପ୍ରାୟ ୧୨ ବର୍ଷର ଟେଷ୍ଟ କ୍ୟାରିୟରରେ ୮୪ଟି ମ୍ୟାଚ ଖେଳିଛନ୍ତି। ଏଥିରେ,…
ନୂଆବର୍ଷରେ ସରକାରଙ୍କ ନୂଆ ପଦକ୍ଷେପ: ଏହି ଯୋଜନାରେ କରନ୍ତୁ ଆବେଦନ, ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା
ନୂଆଦିଲ୍ଲୀ,୨୨।୧୨: ଦେଶର ଏକ ବୃହତ ଜନସଂଖ୍ୟା ଅସଂଗଠିତ କ୍ଷେତ୍ର ସହିତ ଜଡିତ। ଅନେକ ପ୍ରକାରର ଆର୍ଥିକ ସମସ୍ୟା ଏହି ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରମିକମାନେ କଠିନ ପରିଶ୍ରମ କରି କିଛି ଟଙ୍କା ରୋଜଗାର କରି ନିଜର…
ଟ୍ରେନ୍ରେ ବସିବାକୁ ମିଳିଲାନି ଜାଗା, ଯୁବକ ଆପଣାଇଲେ ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ…
ଏସି କୋଚ୍ କିମ୍ବା ଟ୍ରେନର ସ୍ଲିପର କୋଚ୍ରେ ଯାତ୍ରା କରିବା ସହଜ, କିନ୍ତୁ ସାଧାରଣ କୋଚ୍ରେ ଯାତ୍ରା କରିବା ବହୁତ କଷ୍ଟ। ଜେନେରାଲ କୋଚ୍ର ଯାତ୍ରା ଏକ ଅଭିଜ୍ଞତାଠାରୁ କମ୍ ନୁହେଁ। ଏଠାରୁ ହିଁ ଲୋକମାନେ ଭିଡ଼କୁ ସାମ୍ନା କରୁଥିବା ବେଳେ…
ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍ଲାଇନରେ ଲିକ୍ ହେଲା ‘ସାଲାର’, ଏହି ଓ୍ବେବସାଇଟରୁ ମାଗଣାରେ କରିପାରିବେ ଡାଉନ୍ଲୋଡ
ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମ ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଥିଲା। ‘ସାଲାର’ ବମ୍ପର ଆଡଭାନ୍ସ ବୁକିଂ ମଧ୍ୟ କରିଥଇଲା। ‘ସାଲାର’ ଦର୍ଶକଙ୍କ ଠାରୁ ଚମତ୍କାର ପ୍ରତିକ୍ରିୟା ମଧ୍ୟରେ ନିର୍ମାତାଙ୍କୁ ଏକ ବଡ଼…
ପରଦାକୁ ଆସିଲା ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’, ଫ୍ୟାନ୍ କହିଲେ ‘ବାହୁବଳୀ ଇଜ୍ ବ୍ୟାକ୍’
ମୁମ୍ବାଇ, ୨୨।୧୨: ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର ପାର୍ଟ-୧’। ‘ଆଦିପୁରୁଷ’ ବିଫଳତା ସାଲାର ଫିଲ୍ମରେ ପ୍ରଭାସଙ୍କ ମ୍ୟାଜିକ୍ ଦେଖିବା ପାଇଁ ତାଙ୍କର ପ୍ରଶଂସକମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ‘ସାଲାର’ରେ ପ୍ରଭାସଙ୍କ ଆକ୍ସନ୍ ଏବଂ ଦମଦାର…
ଇସଲାମାବାଦ, ରାୱଲପିଣ୍ଡି ସମେତ ପାକିସ୍ତାନର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା
ଇସଲାମାବାଦ,୨୨।୧୨: ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୫.୩୦ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମାପ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଇସଲାମାବାଦ…
‘ଏହି ଶତକ ତାଙ୍କ କ୍ୟାରିୟରକୁ ବଦଳାଇବ’, ସଞ୍ଜୁ ସାମସନଙ୍କୁ ନେଇ ଏଭଳି ଦାବି କଲେ ଗାଭାସ୍କର
ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକଆରେ ସଞ୍ଜୁ ସାମସନ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ୬ଟି ଚୌକା, ୩ଟି ଛକା ସହାୟତାରେ ସଞ୍ଜୁ ୧୪୪ ବଲରେ ୧୦୮ ରନ ସଂଗ୍ରହ…
ଅଭାବକୁ ପୂରା କରିବ ଖରିଫ୍ ପିଆଜ
ନୂଆପଡ଼ା,୨୨।୧୨(ମକାରୁ ବେମାଲ): ପିଆଜ ଅଭାବକୁ ପୂରା କରିବ ଖରିଫ ପିଆଜ। ଜିଲାର ଉପାନ୍ତ ଅଞ୍ଚଳରେ ଏବେ ଅମଳ ହେଉଛି ଖରିଫ ପିଆଜ। ବର୍ତ୍ତମାନ ବଜାରରେ ପିଆଜ ଚାହିଦା ଥିବା ବେଳେ ଅଭାବକୁ ପୁରା କରିବା ସହ ଭଲ ଦୁଇ ପଇସା ପାଇବ…
ସମସ୍ତ ଜଗନ୍ନାଥ ମନ୍ଦିର ପାଇଁ ଏକକ ନୀତି
ପୁରୀ, ୨୨ା୧୨(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଐତିହ୍ୟ ସ୍ଥାପନା ସଂଯୋଜନା ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଠ ମହନ୍ତ, ଶ୍ରୋତ୍ରୀୟ ବ୍ରାହ୍ମଣ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ…
Archives


