Posted inଜାତୀୟ

ପ୍ରଧାନମନ୍ତ୍ରୀ ଭୋଟ ପାଇଁ ତାମିଲଙ୍କୁ ବଦନାମ କରନ୍ତୁ ନାହିଁ: ଷ୍ଟାଲିନ୍‌

ଚେନ୍ନାଇ,୨୨ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଓଡ଼ିଶାକୁ ପ୍ରଚାରରେ ଆସିବାବେଳେ ପ୍ରତିଥର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ରାଜ୍ୟର ଶାସକ ବିଜୁ ଜନତା ଦଳ (ବିଜେଡି)କୁ ଟାର୍ଗେଟ କରୁଛନ୍ତି। ଏହିକ୍ରମରେ ମୋଦି ସୋମବାର କଟକରେ ଭାଜପାର ଏକ ସଭାକୁ ସମ୍ବୋଧିତ କରି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁକୁ ଚାଲିଯାଇଥିବା କହିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଏହାର କଡ଼ା ଜବାବ ଦେଇଛନ୍ତି। ମୋଦି ଭୋଟ ହାସଲ ପାଇଁ ତାମିଲନାଡୁକୁ ବଦନାମ କରୁଛନ୍ତି। ସେ ଘୃଣା ମନ୍ତବ୍ୟ ଦେଇ ରାଜ୍ୟ-ରାଜ୍ୟ ଓ ଲୋକଙ୍କ ମଧ୍ୟରେ ଶତ୍ରୁଭାବ ସୃଷ୍ଟି କରୁଛନ୍ତି। ମୋଦି ଏଭଳି ଉଦ୍ୟମରୁ କ୍ଷାନ୍ତ ରୁହନ୍ତୁ ବୋଲି ଦ୍ରାବିଡ ମୁନେତ୍ରା କାଝାଗାମ (ଡିଏମ୍‌କେ) ମୁଖ୍ୟ ଷ୍ଟାଲିନ୍‌ କହିଛନ୍ତି।
ଷ୍ଟାଲିନ୍‌ ଆହୁରି କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଓଡ଼ିଶା ସହ ସୁସମ୍ପର୍କ ଥିବା ତାମିଲଙ୍କୁ ଆଘାତ ଦେଇନାହିଁ, ବରଂ ଏହା ଅନେକ କୋଟି ଭକ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଅପମାନ ସଦୃଶ। ମୋଦି ତାମିଲନାଡୁର ଜନତାଙ୍କୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଚୋର ବୋଲି ନୂ୍ୟନ ଦର୍ଶାଇପାରିବେ କି? ଏହା ତାମିଲନାଡୁ ପ୍ରତି ଅପମାନ ନୁହେଁ କି? ତାମିଲମାନଙ୍କ ପ୍ରତି ଏତେ ନାପସନ୍ଦ ଓ ଘୃଣାଭାବ କାହିଁକି ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ମୋଦି ତାମିଲନାଡୁକୁ ଆସିବାବେଳେ ଏଠାକାର ତାମିଲ ଭାଷା ଓ ଲୋକଙ୍କୁ ପ୍ରଶଂସା କରୁଛନ୍ତି। କିନ୍ତୁ ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ପ୍ରଚାର ବେଳେ ତାମିଲମାନଙ୍କ ସମ୍ପର୍କରେ ଖରାପ କଥା କହୁଛନ୍ତି। ତାଙ୍କ ନକଲି ପ୍ରଶଂସାକୁ ଲୋକେ ବୁଝିପାରୁଛନ୍ତି। ପ୍ରଧାନମନ୍ତ୍ରୀ ଭୋଟ ଲୋଭରେ ତାମିଲନାଡୁ ଓ ତାମିଲମାନଙ୍କୁ କଳଙ୍କିତ କରିବା ବନ୍ଦ କରନ୍ତୁ ବୋଲି ଷ୍ଟାଲିନ୍‌ କହିଛନ୍ତି। ପ୍ରକାଶ ଯେ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚଳିତ ଲୋକ ସଭା ଭୋଟ ବେଳେ ଭାଜପା ଏକ ନିର୍ବାଚନୀ ଇସ୍ୟୁ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ଦଳର କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ପ୍ରଚାରରେ ଆସି ସବୁ ସଭାରେ ଚାବି କଥା ଉଠାଉଛନ୍ତି। ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୫ରେ ହେବ। ଏଥିପାଇଁ ମୋଦି ସୋମବାର ନିର୍ବାଚନ ପ୍ରଚାରରେ ଆସିଥିଲେ। ସେ ପୁରୀରେ ରୋଡ୍‌ ଶୋ’ କରିବା ପରେ କଟକ ସଭାରେ କହିଥିଲେ, ଆମ ଘରର ଚାବି ହଜିଗଲେ ତାକୁ ପାଇବା ପାଇଁ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ତାଙ୍କ ଆଶୀର୍ବାଦ ନେଇଥାଉ। କିନ୍ତୁ ରତ୍ନଭଣ୍ଡାରର ଚାବି ୬ ବର୍ଷ ହେଲା ମିଳୁନାହିଁ। ତଦନ୍ତ କମିଟି ରିପୋର୍ଟରେ କ’ଣ ରହିଛି, ତାହା ସମସ୍ତ ଓଡ଼ିଆ ଜାଣିବାକୁ ଚାହଁାନ୍ତି। କିନ୍ତୁ ବିଜେଡି ଏହାକୁ ଚପାଇଦେଇଛି। ବିଜେଡିର ନୀରବତା ଏହି ପ୍ରସଙ୍ଗରେ ଲୋକଙ୍କ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ଏହି ଚାବି ତାମିଲନାଡୁକୁ ଚାଲିଯାଇଥିବା ଲୋକେ କହୁଛନ୍ତି। ତାମିଲନାଡୁକୁ ଚାବି କିଏ ପଠାଇଛି? ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଚାବି ପଠାଇଥିବା ବ୍ୟକ୍ତିଙ୍କ ଅଣ୍ଟା ଭାଙ୍ଗିଦେବୁ ବୋଲି ମୋଦି କଟକ ସଂସଦୀୟ ଆସନର ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ପାଇଁ ପ୍ରଚାର ବେଳେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ପରୋକ୍ଷରେ ଚେତାବନୀ ଦେଇଥିଲେ। ଏହାର ଦିନକ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର ଘୋର ନିନ୍ଦା କରିବା ସହ ଆଗକୁ ଏପରି ବୟାନ ଦିଅନ୍ତୁ ନାହିଁ ବୋଲି ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?