୪୦ ହଜାର ଫୁଟ ଉପରେ ରେଳମନ୍ତ୍ରୀଙ୍କୁ ନାପକିନରେ ଲେଖି ଦିଆଗଲା ପ୍ରସ୍ତାବ, ୬ ମିନିଟ ପରେ ମିଳିଲା ସରପ୍ରାଇଜ
ନୂଆଦିଲ୍ଲୀ,୮।୨: ଅକ୍ଷୟ ସତନାଲିୱାଲା କଳ୍ପନା କରି ନଥିବେ ଯେ ବିମାନ ଉଡ଼ାଣ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ କାଗଜ ନାପକିନ ଉପରେ ପ୍ରସ୍ତାବ ଦେବା ପରେ (ଘରୋଇ ବିମାନର ଉଚ୍ଚତା ୩୨ ରୁ ୪୦ହଜାର ଫୁଟ), ରେଳ ପ୍ରଶାସନ ତୁରନ୍ତ…
ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ଇମ୍ରାନ ଖାଁଙ୍କ ସମର୍ଥକ ଆଗରେ, ପିଟିଆଇ ୧୧୧, ପିଏମଏଲ ୪୨, ପିପିପି ୨୪
ଇସଲାମାବାଦ,୮।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଗୁରୁବାର ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହୋଇଛି। ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସରକାର ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିଥିବାରୁ ଏହି ସମୟ ମଧ୍ୟରେ ସଂଯୋଗ ସମସ୍ୟା…
ମଦ ପାଇଁ ଟଙ୍କା ନ ଦେବାରୁ ତାମିଲ ଅଭିନେତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ପୁଅ
ଚେନ୍ନାଇ: ତାମିଲରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାଉଥ ସିନେମାର ଫିଲ୍ମ ‘କାଦାଇସି ଭିଭାସାୟୀ’ରେ ଚମତ୍କାର ଭୂମିକା ଗ୍ରହଣ କରିଥିବା ଅଭିନେତ୍ରୀ କାସିଆମ୍ମଲ (୭୪)ଏହି ଦୁନିଆରେ ଆଉ ନାହାଁନ୍ତି। ଖବର ଅନୁଯାୟୀ, ତାଙ୍କୁ ହତ୍ୟା କରାଯାଇଛି। ଏହି ଖବର ଶୁଣି…
ଭାରତ-ପାକିସ୍ତାନ ସହ ଖେଳିବ ନାହିଁ ଫାଇନାଲ ମ୍ୟାଚ
ନୂଆଦିଲ୍ଲୀ,୮।୨: ହାରିଯାଇଥିବା ଖେଳକୁ ଓଲଟାଇ ଦେଇ ଅଷ୍ଟ୍ରେଲିଆ ଅଣ୍ଡର -୧୯ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ଜିତିଲା। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୧ ୱିକେଟରେ ଜିତିଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ ସଂଗ୍ରହ…
ଉଦ୍ଧବ ଗ୍ରୁପଙ୍କ ନେତାଙ୍କ ଉପରେ ୪ ରାଉଣ୍ଡ ଗୁଳି! ପ୍ରବକ୍ତା ଆନନ୍ଦ କହିଲେ ଏବେ କେହି ନୁହେଁ ସୁରକ୍ଷିତ
ମୁମ୍ବାଇ,୮।୨: ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଥିବା ଗୁଳି ବିନିମୟରେ ଶିବସେନା (ୟୁବିଟି) ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳି କରାଯାଇଥିଲା। ତତକ୍ଷଣାତ୍ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ, ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏଜେନ୍ସି ଅନୁଯାୟୀ, ଦଳର…
କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କ ବିଏମ୍ଡବ୍ଲ୍ୟୁ ହେମନ୍ତଙ୍କ ଦିଲ୍ଲୀ ଘରୁ ଜବତ
ରାଞ୍ଚି/ନୂଆଦିଲ୍ଲୀ,୮।୨: ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଝାଡ଼ଖଣ୍ଡର କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କୁ ସମନ ଜାରି କରିଛି। ଉକ୍ତ ମାମଲାରେ ଇଡି ନିକଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଗତ…
ଗରିବ ଦିନକୁ ଦିନ ଗରିବ ହୋଇଚାଲିଛି: ରାହୁଲ
ବ୍ରଜରାଜନଗର,୮ା୨(ବିଜୟ ବରାଡ଼)- ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିବସରେ ଗୁରୁବାର ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାରସୁଗୁଡ଼ାରେ ରୋଡ୍ ଶୋ କରିଥିଲେ। ସକାଳ ୯ଟାରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଗାନ୍ଧୀ ଛକଠାରେ ନ୍ୟାୟ ଯାତ୍ରା ପହଞ୍ଚତ୍ବା ପରେ ନଗର…
କ୍ଷେତରେ ବୁଲୁ ବୁଲୁ ଏମିତି କ’ଣ ପାଇଲେ ବ୍ୟକ୍ତି, ଯାହାର ଦାମ୍ କୋଟି କୋଟି ଟଙ୍କା, ଜାଣନ୍ତୁ ପୂରା ଘଟଣା
ପୂର୍ବ କାଳରେ ପୋତି ହୋଇଥିବା ଧନ ’ବିଷୟରେ ଆମେ ଶୁଣିଛେ। ପ୍ରାଚୀନ କାଳରେ ଲୋକଙ୍କ ପାଖରେ ବହୁତ ଟଙ୍କା ଥିଲା। ଲୋକଙ୍କ ଶରୀରର ଅଳଙ୍କାରରେ ଭର୍ତ୍ତି ହେଇଯାଉଥିଲା। କେତେକ ଦେଶରେ ସୁନା ମୁଦ୍ରା ମଧ୍ୟ ଚାଲୁଥିଲା। ଏହି ସୁନା ମୁଦ୍ରାଗୁଡ଼ିକର ସୁରକ୍ଷା…
CUET PG 2024: ଏହି ତାରିଖ ଯାଏ ବୃଦ୍ଧି ହେଲା ସିୟୁଇଟି ପିଜି ପାଇଁ ପଞ୍ଜୀକରଣ, ଆବେଦନ କରିନଥିଲେ ଶୀଘ୍ର କରିନିଅନ୍ତୁ
ନୂଆଦିଲ୍ଲୀ,୮।୨: କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ପିଜି ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ ଫେବୃଆରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଅନୁଷ୍ଠାନରୁ ମାଷ୍ଟର୍ସ କରିବାକୁ ଚାହୁଁଥିବା ଛାତ୍ରମାନେ ଏହା ପାଇଁ ଆବେଦନ କରିପାରିବେ। ଆବେଦନ…
ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଦବ୍ଦବା ଶେଷ, ଆଗକୁ ଆସିଲେ ବାବର, ରେକର୍ଡ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବାବର ଆଜାମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଏ। ବାବର ଆଜାମଙ୍କୁ କ୍ରିକେଟ ଜଗତର ପରବର୍ତ୍ତୀ ବଡ ବ୍ୟାଟର୍…
IND Vs ENG: ଟିମ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ଅପଡେଟ୍
ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆର ତାରକା ବ୍ୟାଟର୍ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ ନ ଖେଳିବାର ସମ୍ଭାବନା ବଢିଛି। ପୂର୍ବରୁ ଏଭଳି ରିପୋର୍ଟ ଆସିଥିଲା ଯେ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ…
୨୦୧୮ ଠାରୁ ୬୦ ଜଣ ପ୍ରବାସୀ ଶ୍ରମିକ ଓଡ଼ିଶା ବାହାରେ ମୃତ୍ୟୁ ବରଣ କରିଛନ୍ତି: ମନ୍ତ୍ରୀ
ଭୁବନେଶ୍ୱର,୮ା୨: ଗୁରୁବାର ବିଧାନସଭାରେ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପ୍ରକାଶ କରିଛନ୍ତି ଯେ ୨୦୧୮ ମସିହାରୁ ରାଜ୍ୟ ବାହାରେ କାର୍ୟ୍ୟ କରୁଥିବାବେଳେ ଓଡ଼ିଶାରୁ ଅତି କମରେ ୬୦ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ବାରଣ…
Archives


