Posted inଜାତୀୟ

କିଏ ସେ ରାମ ମୋହନ ନାଇଡୁ? ମୋଦି ସରକାର ୩.୦ରେ ହେବାକୁ ଯାଉଛନ୍ତି ସବୁଠାରୁ କମ୍‌ ବୟସର କ୍ୟାବିନେଟ୍‌ ମନ୍ତ୍ରୀ 

ନୂଆଦିଲ୍ଲୀ,୯।୬: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ କିଏ କିଏ ସାମିଲ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶିବରାଜ ସିଂ ଚୌହ୍ବାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୀତିନ ଗଡକରୀ, ଲଲନ ସିଂଙ୍କ ପ୍ରମୁଖ କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଏସବୁ ମଧ୍ୟରେ ନିର୍ବାଚନରେ ଭାଜପା ସହଯୋଗୀ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ୨ଜଣଙ୍କ ଉପରେ ମୋହର ବାଜିଛି। ଦଳର କୋଟାରୁ ଦୁଇ ଏମ୍‌ପି ରାମ ମୋହନ ନାଇଡୁ, ଚନ୍ଦ୍ରଶେଖର ପେମ୍ମାସାନୀ ମନ୍ତ୍ରୀ ହେବେ।
ସୂଚନାନୁଯାୟୀ, ୩୬ ବର୍ଷୀୟ ରାମ ମୋହନ କ୍ୟାବିନେଟ  ମନ୍ତ୍ରୀ ଭାବେ ଶପଥ ନେବେ। ସେ ଏଯାବତ ସବୁଠାରୁ କମ୍‌ ବୟସର କ୍ୟାବିନେଟ ମନ୍ତ୍ରୀ ହେବେ। ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସବିଶେଷ…
ରାମ ମୋହନ ନାଇଡୁ କିଏ?
ରାମ ମୋହନ ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା ଟିଡିପି ନେତା ୟେରନ ନାଇଡୁଙ୍କ ପୁଅ। ନିମ୍ମାଡାରେ ୧୯୮୭ ଡିସେମ୍ବର ୧୮ରେ ତାଙ୍କର ଜନ୍ମ। ସେ ଆର୍‌କେପୁରମ୍‌ର ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା  ଗ୍ରହଣ କରିଥିଲେ। ଏହାପରେ ସେ ଆମେରିକାରେ ଇଲେକ୍ଟ୍ରିକ୍‌ ଇଞ୍ଜିନିୟରିଂ ଏବଂ ଲଙ୍ଗ ଆଇଲାଣ୍ଡରୁ ଏମ୍‌ବିଏ କରିଛନ୍ତି। ୨୦୧୨ କାର୍‌ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେବା ପରେ ସେ ଭାରତ ଆସି ରାଜନୀତିରେ ସକ୍ରିୟ ହୋଇଥିଲେ।
୨୦୧୪ ନିର୍ବାଚନରେ ସେ ଶ୍ରିକାକୁଲମରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ତାଙ୍କୁ ୨୬ ବର୍ଷ ହୋଇଥିଲା। ୧୬ତମ ଲୋକ ସଭାରେ ସେ ଦ୍ୱିତୀୟ ସବୁଠାରୁ କମ୍‌ ବୟସ୍କ ଏମ୍‌ପି ହୋଇଥିଲେ। ଏହାପରେ ୨୦୧୯ରେ ବି ସେ ଏମ୍‌ପି ହୋଇଥିଲେ। ୨୦୨୪ରେ ମଧ୍ୟ ସେ ଲଗାତାର ତୃତୀୟ ଥର ଲାଗି ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି।
ରାମ ମୋହନଙ୍କୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନିକଟତର ନେତା ବୋଲି କୁହାଯାଏ। ଏବେ ସେ ଟିଡିପିର ରାଷ୍ଟ୍ରୀୟ ମହାସଚିବ ଅଛନ୍ତି। ୨୦୨୦ରେ ତାଙ୍କୁ ସଂସଦ ରତ୍ନ ପୁରସ୍କାର ମିଳିଛି। ସେ ପାର୍ଲାମେଣ୍ଟର କୃଷି, ପଶୁପାଳନ, ରେଳ, ଗୃହ, ପର୍ଯ୍ୟଟନ ଏବଂ ସଂସ୍କୃତି ସମେତ ଅନେକ ସମିତିରେ ସାମିଲ ହୋଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?