Posted inଜାତୀୟ

କିଏ ସେ ରାମ ମୋହନ ନାଇଡୁ? ମୋଦି ସରକାର ୩.୦ରେ ହେବାକୁ ଯାଉଛନ୍ତି ସବୁଠାରୁ କମ୍‌ ବୟସର କ୍ୟାବିନେଟ୍‌ ମନ୍ତ୍ରୀ 

ନୂଆଦିଲ୍ଲୀ,୯।୬: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ କିଏ କିଏ ସାମିଲ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶିବରାଜ ସିଂ ଚୌହ୍ବାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୀତିନ ଗଡକରୀ, ଲଲନ ସିଂଙ୍କ ପ୍ରମୁଖ କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଏସବୁ ମଧ୍ୟରେ ନିର୍ବାଚନରେ ଭାଜପା ସହଯୋଗୀ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ୨ଜଣଙ୍କ ଉପରେ ମୋହର ବାଜିଛି। ଦଳର କୋଟାରୁ ଦୁଇ ଏମ୍‌ପି ରାମ ମୋହନ ନାଇଡୁ, ଚନ୍ଦ୍ରଶେଖର ପେମ୍ମାସାନୀ ମନ୍ତ୍ରୀ ହେବେ।
ସୂଚନାନୁଯାୟୀ, ୩୬ ବର୍ଷୀୟ ରାମ ମୋହନ କ୍ୟାବିନେଟ  ମନ୍ତ୍ରୀ ଭାବେ ଶପଥ ନେବେ। ସେ ଏଯାବତ ସବୁଠାରୁ କମ୍‌ ବୟସର କ୍ୟାବିନେଟ ମନ୍ତ୍ରୀ ହେବେ। ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସବିଶେଷ…
ରାମ ମୋହନ ନାଇଡୁ କିଏ?
ରାମ ମୋହନ ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା ଟିଡିପି ନେତା ୟେରନ ନାଇଡୁଙ୍କ ପୁଅ। ନିମ୍ମାଡାରେ ୧୯୮୭ ଡିସେମ୍ବର ୧୮ରେ ତାଙ୍କର ଜନ୍ମ। ସେ ଆର୍‌କେପୁରମ୍‌ର ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା  ଗ୍ରହଣ କରିଥିଲେ। ଏହାପରେ ସେ ଆମେରିକାରେ ଇଲେକ୍ଟ୍ରିକ୍‌ ଇଞ୍ଜିନିୟରିଂ ଏବଂ ଲଙ୍ଗ ଆଇଲାଣ୍ଡରୁ ଏମ୍‌ବିଏ କରିଛନ୍ତି। ୨୦୧୨ କାର୍‌ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେବା ପରେ ସେ ଭାରତ ଆସି ରାଜନୀତିରେ ସକ୍ରିୟ ହୋଇଥିଲେ।
୨୦୧୪ ନିର୍ବାଚନରେ ସେ ଶ୍ରିକାକୁଲମରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ତାଙ୍କୁ ୨୬ ବର୍ଷ ହୋଇଥିଲା। ୧୬ତମ ଲୋକ ସଭାରେ ସେ ଦ୍ୱିତୀୟ ସବୁଠାରୁ କମ୍‌ ବୟସ୍କ ଏମ୍‌ପି ହୋଇଥିଲେ। ଏହାପରେ ୨୦୧୯ରେ ବି ସେ ଏମ୍‌ପି ହୋଇଥିଲେ। ୨୦୨୪ରେ ମଧ୍ୟ ସେ ଲଗାତାର ତୃତୀୟ ଥର ଲାଗି ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି।
ରାମ ମୋହନଙ୍କୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନିକଟତର ନେତା ବୋଲି କୁହାଯାଏ। ଏବେ ସେ ଟିଡିପିର ରାଷ୍ଟ୍ରୀୟ ମହାସଚିବ ଅଛନ୍ତି। ୨୦୨୦ରେ ତାଙ୍କୁ ସଂସଦ ରତ୍ନ ପୁରସ୍କାର ମିଳିଛି। ସେ ପାର୍ଲାମେଣ୍ଟର କୃଷି, ପଶୁପାଳନ, ରେଳ, ଗୃହ, ପର୍ଯ୍ୟଟନ ଏବଂ ସଂସ୍କୃତି ସମେତ ଅନେକ ସମିତିରେ ସାମିଲ ହୋଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri