ଅଷ୍ଟସିଦ୍ଧ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୬ା୨: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବ୍ରାଣ୍ଡ୍ର ପ୍ରଥମ ରିଟେଲ ଅଳଙ୍କାର ଶୋ’ରୁମ୍ ଅଷ୍ଟସିଦ୍ଧି ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ପରଭିନ୍ ଖାନ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ…
ଗ୍ରାମବାସୀଙ୍କ ଭରସା ଖୋଲା କୂଅ
କାଏମା,୧୬ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିପୁଳ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିପରି ଯେଉଁଠାରେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ତାହା ମଧ୍ୟ ଗୋଟିଏ ପରେ ଗୋଟିଏ ଅଚଳ ହେବାରେ…
କ୍ୟାନ୍ସର ରୋଗୀଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା: ନବୀନ
ଭୁବନେଶ୍ୱର,୧୬ା୨ (ଅଭୟ ଦାଶ): ବୈଷୟିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିରେ ସଜ୍ଜିତ ଭୁବନେଶ୍ୱରର ବାଗ୍ଚୀ ଶ୍ରୀ ଶଙ୍କରା କ୍ୟାନ୍ସର ସେଣ୍ଟର ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ (ବିଏସ୍ଏସ୍ସିସିଆର୍ଆଇ) ବିଶ୍ୱସ୍ତରୀୟ ମାନର ଚିକିତ୍ସା ସୁବିଧା କ୍ୟାନ୍ସର ରୋଗୀଙ୍କୁ ଯୋଗାଇଦେବ ବୋଲି ଏହାର ଉଦ୍ଘାଟନୀ ଉତ୍ସବରେ…
ଭାରତୀୟ ଛାତ୍ରଙ୍କୁ ଆକ୍ରମଣକୁ ନେଇ ଆମେରିକା ଚିନ୍ତିତ
ୱାଶିଂଟନ୍,୧୬।୨: ଆମେରିକାର ଭାରତୀୟ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ହ୍ବାଇଟ ହାଉସ ପ୍ରତିକ୍ରିୟା ରଖିଛି। ୱାଶିଂଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ହ୍ବାଇଟହାଉସର ମୁଖପାତ୍ର ଜନ କିର୍ବି କହିଛନ୍ତି, ଜାତି, ଲିଙ୍ଗ, ଧର୍ମ କିମ୍ବା ଅନ୍ୟ କୌଣସି କାରଣରୁ…
କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍ପି ହେବାକୁ ମନ
ଭବାନୀପାଟଣା,୧୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି। ଚା’ ଦୋକାନଠୁ ହାଟବଜାର ସବୁଠି ଚର୍ଚ୍ଚା ଏଥର କିଏ ବିଧାନସଭା ଓ ଲୋକ ସଭା ପାଇଁ…
ଏହି କ୍ଷେତ୍ରରେ ଅନ୍ୟ ରାଜ୍ୟଠୁ ଆଗରେ ଓଡ଼ିଶା
ଭୁବନେଶ୍ୱର,୧୬ା୨(ଅନିଲ ଦାସ) ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ଓଡ଼ିଶାରେ ଗତ ୭ ବର୍ଷ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଇଭି ଯାନ, ପ୍ଲାଷ୍ଟିକ ଓ କେମିକାଲ, ପର୍ଯ୍ୟଟନ ତଥା ମେଟାଲ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ…
ବିଜେଡି-ଭାଜପାର ବୁଝାମଣା ଭିତରେ ଇଡି ଚଢ଼ାଉ କରିଛି: କଂଗ୍ରେସ
ଭୁବନେଶ୍ୱର,୧୬ା୨(ସୁନିତ୍ ମିଶ୍ର): ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିବା ଜଣାପଡ଼ିଛି। ଏହି କଥାକୁ କଂଗ୍ରେସ ପାଲଟା ଟାର୍ଗେଟ କରିଛି। ବିଜେଡି-ଭାଜପା ସହଭାଗିତାରେ ଏହି ଚଢ଼ାଉ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଭାଜପା…
ଦୁନିଆର ସବୁଠୁ ଖୁସି ଦେଶ, ଜାଣନ୍ତୁ ଏହାର ରହସ୍ୟ…
ମୁଦ୍ରାସ୍ଫୀତି, ବେକାରୀ ଏବଂ ସମସ୍ତ ପ୍ରକାର ସମସ୍ୟା ସମଗ୍ର ବିଶ୍ୱରେ ଲୋକଙ୍କୁ ଅସୁବିଧାରେ ପକାଉଛି। ତାଙ୍କ ମୁହଁରେ ଥିବା ହସ ଦୂର ହୋଇଯାଇଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯିଏ କି ସବୁଠାରୁ ଖୁସିର ଦେଶ ଭାବେ ପରିଗଣିତ।…
ମୋ ଦ୍ୱାରା ରାଜନୀତି ହେବ ନାହିଁ: ମିମି
କୋଲକାତା, ୧୬ା୨: ପଶ୍ଚିମବଙ୍ଗରୁ ଲୋକ ସଭା ସଦସ୍ୟ ଥିବା ମିମି ଚକ୍ରବର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ତୃଣମୂଳ କଂଗ୍ରେସ(ଟିଏମ୍ସି) ଅଧ୍ୟକ୍ଷ ମମତା ବାନାର୍ଜିଙ୍କୁ ପଠାଇଛନ୍ତି। ଯାଦବପୁର ଲୋକ ସଭା ଆସନରୁ ଏମ୍ପି ଥିବା ମିମି…
କୁଏଟ୍ ପାର୍ଲାମେଣ୍ଟ ଭଙ୍ଗ
କୁଏଟ୍ ସିଟି,୧୬ା୨:କୁଏଟ୍ରେ ରାଜନୈତିକ ସଙ୍କଟ ଜାରି ରହିବାରୁ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଗତ ଡିସେମ୍ବରରେ ନୂଆ ଅମିରଙ୍କ ପଦଭାର ଗ୍ରହଣ ସତ୍ତ୍ୱେ କ୍ୟାବିନେଟ ମନ୍ତ୍ରୀ ଓ ଆଇନ ପ୍ରଣେତାମାନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଏବଂ…
ଚମ୍ପୁଆ ବିଧାନସଭା କ୍ଷେତ୍ର: ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ବାଧୀନ ପ୍ରାର୍ଥୀ
ଯୋଡ଼ା,୧୬ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ବିଧାନସଭା କ୍ଷେତ୍ର ୨୦୦୯ଠାରୁ ଚର୍ଚ୍ଚାରେ ରହିଆସିଛି। ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତୁ ପଟ୍ଟନାୟକ ୨୦୦୯ରେ ଜିତିଥିବା ବେଳେ ୨୦୧୪ରେ ସନାତନ ମହାକୁଡ଼ ମଧ୍ୟ ସ୍ବାଧୀନ ପ୍ରାର୍ଥୀ…
ଚଢାଉବେଳେ ପୋଲିସକୁ ପିଟିଲେ ଲୋକେ
ନନ୍ଦପୁର,୧୬ା୨(ଶଙ୍କର ପୂଜାରୀ):କୋରାପୁଟ ଜିଲା ନନ୍ଦପୁର ବ୍ଲକ ଟିକରପଡ଼ା ପଞ୍ଚାୟତର ଦେବତାହଞ୍ଜର ଗ୍ରାମରେ ଜୁଆଖେଳ ଓ ମଦ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଟିମ୍ ଉପରେ ଆକ୍ରମଣ ହୋଇଛି। ଫଳରେ ଏସ୍ଡିପିଓ ସମ୍ବିତ କୁମାର ମାଝି ଓ…
Archives


