Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୧୮।୬: ରାହୁଲ ଗାନ୍ଧୀ ୱାୟନାଡ ଲୋକ ସଭା ଆସନରୁ ଇସ୍ତଫା ଦେଇଛନ୍ତି। ସେ ରାଏବରେଲିଙ୍କ ଏମ୍‌ପି ରହିବେ। ୱାୟନାଡରୁ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ପ୍ରିୟଙ୍କା ପ୍ରାର୍ଥୀ ହେବା ମାତ୍ରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୱାୟନାଡରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛି। କଂଗ୍ରେସ ନେତା ପୱନ ଖେଡା କହିଛନ୍ତି, ମୋଦି ଜୀ ମଧ୍ୟ ୱାୟନାଡରୁ ନିର୍ବାଚନ ଲଢିବାକୁ ଆସିବା ଉଚିତ, କିଏ ତାଙ୍କୁ ଅଟକାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ରାହୁଲ ଗାନ୍ଧୀଙ୍କ ୱାୟନାଡ ଛାଡି ରାଏବରେଲିରୁ ଏମ୍‌ପି ରହିବାକୁ ନିଷ୍ପତ୍ତି ନେଇ ପୱନ ଖେଡା କହିଛନ୍ତି, ଏହି ନିଷ୍ପତ୍ତିକୁ ଆମେ ସମସ୍ତେ ସ୍ବାଗତ କରିଛୁ। ସମଗ୍ର ଦେଶରେ ଖୁସିର ଲହରି ଅଛି। ୱାୟନାଡରୁ ଭାଜପା ପ୍ରାର୍ଥୀ ଉପରେ ସେ କହିଛନ୍ତି, କୌଣସି ଭାଜପା ନେତା ସେଠାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସିପାରନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ୱାୟନାଡରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସନ୍ତୁ।
ସୂଚନାଯୋଗ୍ୟ, ୨୦୧୯ ଭଳି ଏଥର ମଧ୍ୟ ରାହୁଲ ଗାନ୍ଧୀ ଦୁଇଟି ଆସନରେ ନିର୍ବାଚନ ଲଢିଥିଲେ। ରାହୁଲ ଗାନ୍ଧୀ ଉଭୟ ୱାୟନାଡ ଏବଂ ରାଏବରେଲି ଆସନ ଜିତିଥିଲେ। ତେବେ ୨୦୧୯ରେ ସେ ଆମେଠି ଏବଂ ୱାୟନାଡରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେ ୱାୟନାଡରେ ଜିତିଥିବାବେଳେ ଆମେଠିରେ ସ୍ମୃତି ଇରାନୀଙ୍କଠାରୁ ହାରିଯାଇଥିଲେ। ଏଥର ଆମେଠିରୁ ରାହୁଲଙ୍କ ସ୍ଥାନରେ କଂଗ୍ରେସ କେ.ଏଲ ଶର୍ମାଙ୍କୁ ଟିକେଟ ଦେଇଥିଲା। କେଏଲ ଶର୍ମା ଏଥର ସ୍ମୃତି ଇରାନୀଙ୍କୁ ପ୍ରାୟ ୧.୫ ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ରୋହିତ-ବିରାଟଙ୍କ ପାଖରେ ଶେଷ ସୁଯୋଗ! ବଡ଼ ପ୍ରଦର୍ଶନ ପାଇଁ ଚାପରେ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ନଭେମ୍ବର ୧୩ ତାରିଖ ଅତ୍ୟନ୍ତ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ୨-୦ରେ ଆଗୁଆ…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?