Posted inଜାତୀୟ

ପ୍ରବଳ ଗରମରେ ୧୭୦ ଲୋକଙ୍କ ମୃତ୍ୟୁ !

ନୂଆଦିଲ୍ଲୀ, ୧୮।୬: ଦେଶର ବିଭିନ୍ନ ରାଜ୍ୟରେ ଲୁ ପ୍ରଭାବରୁ ଭୀଷଣ ଗରମ ଅନୁଭୂତ ହେଉଛି । ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ-କଶ୍ମୀର ସମେତ ଅନ୍ୟ ପାହାଡ଼ିଆ ରାଜ୍ୟଗୁଡ଼ିକରେ ଲୁର ପ୍ରଭାବ ପ୍ରବଳ ମାତ୍ରାରେ ପଡ଼ିଛି । ପାଣିପାଗ ବିଭାଗ ଅନୁସାରେ ୧୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଆଉ ଦୁଇଦିନ ଖରା ହେବ । ତେଣୁ ସେଠାରେ ଅତ୍ୟଧିକ ଗରମ ଅନୁଭୂତ ହେବ । ଏହାପରେ ଉତ୍ତର-ପଶ୍ଚିମ ଆଡ଼କୁ ମୁହାଁଇଥିବା ମୌସୁମୀ ବାୟୁ ପ୍ରଭାବରୁ ୧୮ ଜୁନ୍‌ରୁ ୨୦ ଜୁନ୍‌ ମଧ୍ୟରେ କିଛି ରାଜ୍ୟରେ ହଲ୍କା ବର୍ଷା ହେବ । ଫଳରେ ଗରମରୁ ସାମାନ୍ୟ ଆସ଼୍ବସ୍ତି ମିଳିବ ।

ତେବେ ଏହି ଗରମରେ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୯ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବାଞ୍ଚଳର ଚାରୋଟି ଜିଲ୍ଲାରେ ୫୦ ଜଣ ପ୍ରାଣ ହରାଇଛନ୍ତି । ଯେଉଁଥିରେ କେବଳ ବାରାଣାସୀରୁ ୩୩ ଜଣ ମୃତ୍ୟୁ ଘଟିଛି। ଏଥି ସହ ଗାଜିପୁର, ର୍ମିଜାପୁର ଏବଂ ଚାନ୍ଦୌଲିରେ ୧୭ ଜଣ ପ୍ରାଣ ହରାଇଛନ୍ତି। ବୁନ୍ଦେଲଖଣ୍ଡ ଏବଂ କାନପୁର ଅଞ୍ଚଳରୁ ୧୦୦ ଲୋକ ପ୍ରାଣ ଯାଇଛି । କାନପୁରରେ ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହମିରପୁରରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଚିତ୍ରକୋଟରେ ୧୪ ଜଣ, ଫତେହପୁରରେ ୧୩ ଜଣ, ମହୋବାରେ ୧୨ ଜଣ, ବୃନ୍ଦା ଏବଂ ଆରୟାରେ ୬ ଜଣ, ଜାଲୁନରେ ୩ ଜଣ ଏବଂ ଫାରୁଖବାଦରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଫିରୋଜାବାଦରେ ଅତ୍ୟଧିକ ଉତ୍ତାପ କାରଣରୁ ଜଣେ ବୃଦ୍ଧ ଓ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଶିକୋହାବାଦ ଏବଂ ଟୁଣ୍ଡଲାରେ ମଧ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଲୁ ପ୍ରଭାବରୁ ପ୍ରୟାଗରାଜରେ ୮ ଜଣ, କୌଶମ୍ବୀରେ ୫ ଜଣ, ପ୍ରତାପଗଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟରେ ବୁନ୍ଦେଲଖଣ୍ଡରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri