Home Left

ବଡ଼ ରାଜନୈତିକ ହଲଚଲ, ମୋଦିଙ୍କୁ ଭେଟିଲେ ଶାହା: ଚାଲିଛି ଭାଜପାର ମନ୍ଥନ

ନୂଆଦିଲ୍ଲୀ,୧୭।୭: ଉତ୍ତରପ୍ରଦେଶର ରାଜନୈତିକ ପରିସ୍ଥିତିକୁ ନେଇ ରାଜଧାନୀ ଲକ୍ଷ୍ନୌରୁ ଦେଶର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଭାଜପାର ମନ୍ଥନ ଚାଲିଛି। ଉତ୍ତରପ୍ରଦେଶ ଭାଜପା ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାର କିଛି ସମୟ ପରେ ଅମିତ…

ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପନିକିରେ ନିକ ବେକ କାଟି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମୁକୁନା ଗ୍ରାମର ରଣଜିତ କୁମାର ନାଏକ(୩୫)। ସୂଚନାନୁସାରେ, ସେ ମଙ୍ଗଳବାର ରାତିରେ ଘରେ ଥିବା…

ମା’ ତାରିଣୀଙ୍କ ପୀଠରେ ଜିଭ କାଟିଲେ ଜଣେ ଭକ୍ତ, କାରଣ ଜାଣିଲେ…

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଜିଭକୁ ବ୍ଲେଡ୍‌ରେ କାଟି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଭକ୍ତ ଜଣକ ହେଲେ ଗଞ୍ଜାମ ଜିଲାର ବିଜୟ…

କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୧୭।୭: ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱରେ ବିବାଦ ଲାଗିରହିଛି। ଏସବୁ ଭିତରେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଅଖିଳେଶ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ୍‌ କରିଛନ୍ତି। ସୋସିଆଲ ମିଡିଆ…

ଆସାମରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ‘ଜୀବନ ଏବଂ ମୃତ୍ୟୁର ବିଷୟ’: ହିମନ୍ତ ବିସ୍ୱଶର୍ମା

ନୂଆଦିଲ୍ଲୀ,୧୭।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱଶର୍ମା ବୁଧବାର କହିଛନ୍ତି ଯେ ତାଙ୍କ ରାଜ୍ୟରେ ପରିବର୍ତ୍ତିତ ଜନସଂଖ୍ୟା ଏକ ବଡ଼ ଚିନ୍ତାର ବିଷୟ। ଆସାମରେ ମୁସଲମାନ ଜନସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାର ଦର୍ଶାଇ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପାଇଁ…

ସାଙ୍ଗପିଲା ଖାଦ୍ୟ ଖାଇ ଦେବାରୁ ରାଗିଯାଇ ହଷ୍ଟେଲ ଛାଡ଼ି ଚାଲିଆସିଲେ ଛାତ୍ରୀ, ଆଉ ତା’ ପରେ…

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ଜଣେ ନାବାଳିକା ଛାତ୍ରୀ ବିଦ୍ୟାଳୟ ହଷ୍ଟେଲରୁ ରାଗି କି ଚାଲି ଆସିଥିଲେ। ତେବେ ପ୍ରାୟ ୪୦ କିଲୋମିଟରରୁ ଅଧିକ ଚାଲି ଚାଲି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ଥାନା ଅଧୀନ ଦାନ୍ତିଆମୁଁହାରୁ ଉଦ୍ଧାର ହେବା ଘଟଣା…

ଧୋନୀ-କୋହଲି ମୋ କ୍ୟାରିୟର୍‌ ବରବାଦ କରିଦେଇଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୭: ଭାରତର ଭେଟେରାନ ସ୍ପିନର ଅମିତ ମିଶ୍ର ମହେନ୍ଦ୍ର ସିଂ ଧୋନୀ ଏବଂ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ଲେଗ ସ୍ପିନର ଅମିତ ମିଶ୍ର କହିଛନ୍ତି, ଦଳ ଚୟନରେ କେବଳ ଖେଳିବା କ୍ଷମତା ନୁହେଁ…

ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର…

ନୂଆଦିଲ୍ଲୀ,୧୭।୭: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଭାରତୀୟ ଚୟନ କମିଟି ଖୁବ୍‌ଶୀଘ୍ର ଟି୨୦ ଏବଂ ଦିନିକିଆ ଟିମ୍‌ର ଘୋଷଣା କରିପାରେ। ହେଲେ ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଆଗାମୀ ଟି୨୦ ଅଧିନାୟକ କିଏ ହେବ…

ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଜିଉ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ବଡ଼ ଏକାଦଶୀ ତିଥିରେ କେନ୍ଦୁଝରର ଆରାଧ୍ୟଦେବ ଶ୍ରୀଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସର୍ବୋଚ୍ଚ ରଥରେ ଶ୍ରୀଜିଉଙ୍କ ଅଲୌକିକ ସୁନାବେଶକୁ ହଜାର ହଜାର ଭକ୍ତ ଦର୍ଶନ କରିଛନ୍ତି।…

ମୁକେଶ ଅମ୍ବାନୀଙ୍କୁ ଲୁଟେରା କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ,୧୭।୭: ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଅନେକ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନ ଏହି ବିବାହରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସମ୍ପୃକ୍ତିକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଶଙ୍କରାଚାର୍ଯ୍ୟ…

୨୫ ଥର ଆବେଦନ ପରେ ବି ଶୁଣିଲାନି ପ୍ରଶାସନ, ଜିଲାପାଳଙ୍କ ଅଫିସରେ କାନ୍ଦିକାନ୍ଦି ଗଡ଼ିଲେ ଚାଷୀ

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଜଣେ ଚାଷୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ଜଣେ ଚାଷୀ ତାଙ୍କ ଜମି ଫେରାଇବା ପାଇଁ କଲେକ୍ଟରଙ୍କ କାର୍ଯ୍ୟାଳୟରେ ୨୫ଥର ଆବେଦନ କରିଥିଲେ, କିନ୍ତୁ ଯେତେବେଳେ ଶୁଣାଣି ହୋଇ ନ ଥିଲା, ସେ କଲେକ୍ଟରଙ୍କ ଦୃଷ୍ଟି ଆକର୍ଷଣ…

୧୮୦୦ ପଦବୀ ପାଇଁ ୧୫ ହଜାର ଆଶାୟୀ; ମୁମ୍ବାଇ ଏୟାରପୋର୍ଟରେ ଦଳାଚକଟା ସ୍ଥିତି

ନୂଆଦିଲ୍ଲୀ,୧୭।୭: କିଛିଦିନ ତଳେ ଗୁଜରାଟରେ ୧୦ ପଦବୀ ୧୮୦୦ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ ୧୮୦୦ ପଦବୀ ପାଇଁ ସାକ୍ଷାତକାର କରାଯାଉଥିଲା ବେଳେ ପ୍ରାୟ ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?