ମୁଖ୍ୟମନ୍ତ୍ରୀ ଧାମିଙ୍କ ଐତିହାସିକ ନିଷ୍ପତ୍ତି: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କୁ ୫୦% ସଂରକ୍ଷଣ
ଡେରାଡୁନ୍,୨୦ା୭ : ଉତ୍ତରାଖଣ୍ଡର ସମସ୍ତ ସରକାରୀ ତଥା ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗଗତ ସମାନତା ଆଣିବା ସହ ଛାତ୍ରୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟର…
ଭାଜପା କାର୍ଯ୍ୟକାରିଣୀର ବୈଠକର ଆଜି ଅନ୍ତିମ ଦିନ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା
ପୁରୀ,୨୦।୭: ରାଜ୍ୟରେ ଭାଜପା ସରକାର ଗଠନ ପରେ ପୁରୀରେ ଆୟୋଜିତ ୨ ଦିନିଆ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ପ୍ରଥମ ଦିନରେ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାଉନସେଲିଂ କରିଥିଲେ। ବିଜୟର ଶ୍ରେୟ ଦେବା…
ଭିଏଟ୍ନାମ ନେତା ଟ୍ରୋଙ୍ଗ୍ଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ହନୋଇ, ୨୦।୭: କମ୍ୟୁନିଷ୍ଟ ପାର୍ଟି ଅଫ୍ ଭିଏଟ୍ନାମର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଗୁୟେନ୍ ଫୁ ଟ୍ରୋଙ୍ଗ୍ଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ଗୁରୁତର ଭାବେ ଅସୁସ୍ଥ ହୋଇ ହନୋଇର ଏକ ମିଲିଟାରି ହସ୍ପିଟାଲରେ…
ପୋଲ ତଳକୁ ଖସିଲା ନାଇଟ୍ କୋଚ ଯାତ୍ରୀବାହୀ ବସ୍: ୪୦ ଆହତ
ଭୁବନେଶ୍ୱର,୨୦।୭: ବୌଦ୍ଧରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ବାମୁଣ୍ଡା ସୁନାଖାଇ ପୋଲ ତଳକୁ ଏକ ନାଇଟ୍ କୋଚ ବସ୍ ଖସିପଡିଛି। ଏଥିରେ ୪୦ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ବୌଦ୍ଧ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ…
ରତ୍ନଭଣ୍ଡାରରେ ରହିଛି କେତୋଟି ମୁକୁଟ: ଏମିତି କହିଲେ ଜଷ୍ଟିସ ରଥ
ପୁରୀ,୨୦।୭: ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ, ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ ଗଚ୍ଛିତ ଅଛି । ଭିତର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପରେ ଏମିତି କିଛି ଆଶ୍ଚର୍ଯ୍ୟକ ତଥ୍ୟ ଦେଇଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ…
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଯୌନ ଶୋଷଣ ମାମଲା: ଉଭୟ କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ, ୨୦।୭: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିବା ରାଜଭବନର ମହିଳା କର୍ମଚାରୀଙ୍କ ଆବେଦନକୁ ଭିତ୍ତିକରି ସୁପ୍ରିମକୋର୍ଟ ଶୁକ୍ରବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଭାରତୀୟ ସମ୍ବିଧାନର ଅନୁ୍ଚ୍ଛେଦ…
ପାକିସ୍ତାନକୁ ହରାଇଲା ଭାରତ
ଦାମ୍ବୁଲା, ୨୦।୭: ଏସିଆ କପ୍ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ୟୁଏଇକୁ ନେପାଳ ଓ ପାକିସ୍ତାନକୁ ହରାଇ ଭାରତ ଏହାର ଅଭିଯାନ ଆରମ୍ଭ କରିଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ସ୍ମୃତି…
ବିଡିଏ ଅଧ୍ୟକ୍ଷଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ନାହିଁ
ଭୁବନେଶ୍ୱର, ୨୦ା୭ (ବନ୍ଦନା ସେଠୀ): ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କାର୍ଯ୍ୟାଳୟରେ ଅଧ୍ୟକ୍ଷ ବସିବାକୁ ସ୍ଥାନ ନାହିଁ। ୨୦୧୯ ପରଠାରୁ ଅଧ୍ୟକ୍ଷଙ୍କ ଲାଗି ସ୍ବତନ୍ତ୍ର କକ୍ଷ ନ ଥିବାବେଳେ ନିକଟରେ ବିଭାଗୀୟ ମନ୍ତ୍ରୀ ତଥା ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଡିଏ…
ସ୍ମାର୍ଟ ଜନପଥ ହୋର୍ଡିଂ ରାଜସ୍ବରେ କେଳେଙ୍କାରୀ
ଭୁବନେଶ୍ୱର, ୨୦ା୭(ବନ୍ଦନା ସେଠୀ): ସ୍ମାର୍ଟ ଜନପଥରେ ହୋର୍ଡିଂ ଲଗାଇବାକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ମଧ୍ୟରେ ବିବାଦ ଲାଗିରହିଛି। ଏବେ ଏଥିରେ କେଳେଙ୍କାରୀ ହୋଇଥିବା ସାମ୍ନାକୁ ଆସିଛି। ନୂଆ ସରକାର ଆସିବା ପରେ…
ମାଛ ଧରୁଥିବାବେଳେ ସ୍ତ୍ରୀ ସମ୍ମୁଖରେ ବୁଡ଼ିଗଲେ ସ୍ବାମୀ
ମହାକାଳପଡ଼ା,୨୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଶୁକ୍ରବାର ମହାନଦୀର ବନ୍ତନାଶିଠାରେ ମାଛ ଧରୁଥିବା ବେଳେ ଜଣେ ଯୁବକ ବୁଡିଯାଇଛନ୍ତି। ସ୍ତ୍ରୀ ଓ ଶାଳକଙ୍କ ଆଖି ସମ୍ମୁଖରେ ଏହି ଘଟଣା ଶୁକ୍ରବାର ମଧ୍ୟାହ୍ନରେ ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚତ୍ ଉଦ୍ଧାର…
ଓଡ଼ିଶା-ଆନ୍ଧ୍ର ସହ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି/କାଲିମେଳା/ ଏମ୍ଭି-୭୯,୨୦ା୭ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/ ଭି.କି ବାରିକ): ମାଲକାନଗିରି ଜିଲାରେ ଶୁକ୍ରବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା ଲାଗିରହିଛି। ଜିଲାରେ ମୋଟ ୮୩.୮ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମାଲକାନଗିରି ବ୍ଲକ୍ରେ ୬.୨ମି.ମି., ମାଥିଲି ବ୍ଲକ୍ ୩.୦…
ଅକ୍ଟୋବରରୁ ମୃତ ରାଶନକାର୍ଡ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,୨୦ା୭(ଅନିଲ ଦାସ): ଆସନ୍ତା ଅକ୍ଟୋବରରୁ ରାଜ୍ୟରେ ମୃତ ଓ ନିଖୋଜ ରାଶନକାର୍ଡ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାସ୍ତବରେ କେତେ ହିତାଧିକାରୀ ରାଶନ ନେଉଛନ୍ତି ତାହା ଜଣାପଡ଼ିବ।…
Archives


