Home Left

ଗଞ୍ଜେଇ ଚାଲାଣବେଳେ ମାଡିବସିଲା ପୋଲିସ: ଦୁଇ ଗିରଫ

ବାଲିଗୁଡା,୨।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବାବେଳେ ଗୋଇବନ୍ଧା ଛକଠାରେ ଏକ ବାଇକ (ନଂ.ଓଡି-୦୩-ୱାଇ- ୪୪୬୪) ଯୋଗେ ଗଞ୍ଜେଇ…

କୋଲକତା ଟ୍ରେନି ଡାକ୍ତରଙ୍କ ବଳାତ୍କାର ମାମଲା: ନାଇଟ୍‌ ଶିଫ୍ଟରେ ଥିବା ଡାକ୍ତର କଲେ ଆଶ୍ଚର୍ଯ୍ୟଜନକ ଖୁଲାସା, କହିଲେ…

କୋଲକାତା,୨।୯: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ୩୧ ବର୍ଷିୟ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାକୁ ନେଇ ଦେଶରେ ଚର୍ଚ୍ଚା ରହିଛି। ୮ ଅଗଷ୍ଟ ଏହି ଘଟଣା ଦିନ ଡକ୍ତର ତାପସ ପ୍ରୋମାନିକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ଥିଲେ। ସେ…

ପୁଅର ଭୁଲ୍‌ ପାଇଁ ବାପାଙ୍କ ଘର ଭାଙ୍ଗିଦେବା ଉଚିତ୍‌ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ବୁଲଡୋଜର ଆକ୍ସନ ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ…

ପ୍ରଥମଥର ନିଜ ଖର୍ଚ୍ଚରେ ମହାକାଶ ଯାଇଥିଲେ ଏହି ଭାରତୀୟ ବ୍ୟକ୍ତି: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୨।୯: ମହାକାଶକୁ ରହସ୍ୟରେ ପରିପୂର୍ଣ୍ଣ ଏକ ବିଶ୍ୱ ବୋଲି କୁହାଯାଏ। କିନ୍ତୁ ଆଜିକାଲି ଟେକ୍ନୋଲୋଜି ଏବଂ ବୈଜ୍ଞାନିକ ହେତୁ ମଣିଷ ମହାକାଶ ଏବଂ ଚନ୍ଦ୍ରରେ ପହଞ୍ଚିଛି। ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ମହାକାଶକୁ ଯାଉଛନ୍ତି। ଗୋପୀଚାନ୍ଦ ଥୋଟାକୁରା ହେଉଛନ୍ତି ଭାରତର ପ୍ରଥମ…

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ଆର୍‌ ବି ଆଇ ଗଭର୍ନର, କହିଲେ …

ଭୁବନେଶ୍ୱର,୨।୯: ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ( ଆର୍‌ ବି ଆଇ) ଗଭର୍ନର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି। ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି। ଉଭୟ ମହାପ୍ରଭୁଙ୍କ…

ତାଳ ନେଲା ଛୁଆହାତୀର ଜୀବନ, ଜାଣନ୍ତୁ କିପରି..

ଭୁବନେଶ୍ବର,୨।୯: ବଲାଙ୍ଗୀର ଜିଲା ଦେଓଗାଁରୁ ଏକ ଅସୁସ୍ଥ ଛୁଆ ହାତୀକୁ ଭୁବନେଶ୍ୱରସ୍ଥିତ ଚନ୍ଦକା ହାତୀ ଅଭୟାରଣ୍ୟକୁ ଆଣାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ହାତୀଛୁଆର ମୃତ୍ୟୁ ଘଟିଥିଲା। ସୋମବାର ହାତୀ ଛୁଆର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ହାତୀ ଛୁଆ…

ଶାହିନବାଗରୁ ତିହାର ଜେଲ, କିଏ ଏହି ଅମାନତୁଲ୍ଲା

ନୂଆଦିଲ୍ଲୀ,୨।୯: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଛି। ସୋମବାର ୬ଘଣ୍ଟାର ଚଢାଉ ପରେ ଇଡି ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଇଡିଙ୍କ କାର୍ଯ୍ୟ ପରେ ଏହା ସ୍ପଷ୍ଟ ଯେ ଅରବିନ୍ଦ କେଜରିୱାଲଙ୍କ ଅନ୍ୟ ଜଣେ ସୈନିକ ଅର୍ଥାତ୍‌…

ପୁରୁଷୋତ୍ତମପୁର ଏନ୍‌ଏସିରେ ଅନାସ୍ଥା ଲାଗି ଉପାଧ୍ୟକ୍ଷଙ୍କ ସମେତ ୮ କାଉନସିଲର ଜିଲାପାଳଙ୍କ ଦ୍ୱାରସ୍ଥ

ପୁରୁଷୋତ୍ତମପୁର,୨ା୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଏକ ପ୍ରକାରର ରାଜନୈତିକ ଉଷ୍ମତା ଆରମ୍ଭ ହୋଇଛି। ଯାହାକି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ଗାଦିଚ୍ୟୁତ ଲାଗି ଅନାସ୍ଥା ପ୍ରସ୍ତାବ ନେଇ ସୋମବାର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଓ ୮ ଜଣ କାଉନସିଲର…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ପଞ୍ଚାୟତବାସୀ

ତିହିଡ଼ି,୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ତାଳପଦା ପଞ୍ଚାୟତର ଅଧୀବାସୀମାନେ ସୋମବାର ତିହିଡ଼ି ତହସିଲ କାର୍ଯ୍ୟାଳୟକୁ ଘେରିଥିଲେ। ସରକାରୀ ରାସ୍ତାକୁ ଜବରଦଖଲ କରି ଜଣେ ପ୍ରଧାନଶିକ୍ଷକ ନିର୍ମାଣ କରିଥିବା କୋଠାଘରକୁ ଉଚ୍ଛେଦ ଦାବିରେ ପଞ୍ଚାୟତବାସୀ ଏହି ପଦକ୍ଷେପ ନେଇଥିବା…

ଟ୍ରାକ୍‌ରୁ ଖସିଲା ମାଲ୍‌ବାହୀ ଟ୍ରେନ୍‌, ଦୁଇ ବଗି ଭାଙ୍ଗିଲା

ପାରାଦୀପ,୨ା୯(ଶରତ ରାଉତ): ପାରାଦୀପ ରଙ୍ଗିଆଗଡ଼ ରେଲଓ୍ବେ ଷ୍ଟେଶନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଗୋଟିଏ ରେଲଓ୍ବେ ଟ୍ରାକ୍‌ରୁ ଖସି ପଡ଼ିଥିବା ବେଳେ ଅନ୍ୟ ବଗି ଭାଙ୍ଗି ଗଳିପଡ଼ିଛି। ଏହି ଘଟଣା…

୩ ବର୍ଷରେ ୧୭ ୭୫୮ ଆତ୍ମହତ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୯: ସୋମବାର ଅନୁଷ୍ଠିତ ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟରେ ଆତ୍ମହତ୍ୟା ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ୩ ବର୍ଷରେ ମୋଟ ୧୭ ହଜାର ୭୫୮ ଆତ୍ମହତ୍ୟା…

ନିଜ ଗୋଡ଼ରେ ନିଜେ କୁରାଢି ମାରୁଛି ବାଂଲାଦେଶ

ଢାକା/ନୂଆଦିଲ୍ଲୀ,୨।୯: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମୀକ୍ଷା କରିପାରିବେ। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାହିଦ ହୁସେନ କହିଛନ୍ତି ଯେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri