Posted inଜାତୀୟ

୨୫୦ ଟଙ୍କା କ୍ଷତି ହେବା ଯୋଗୁ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କଲେ ଯୁବକ, ପୁରା ଘଟଣା ଜାଣିଲେ…

ପାଟନା,୨୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୋଗୁ ବିହାରର ଜଣେ ଯୁବକଙ୍କ ୨୫୦ ଟଙ୍କା କ୍ଷତି ହୋଇଥିଲା। ଏହାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଥିବା ରାହୁଲଙ୍କ ବିରୋଧରେ ଜଣେ ଦୁଗ୍ଧ ବିକ୍ରେତା ଅଜବଗଜବ ମାମଲା ରୁଜୁ କରିଛନ୍ତି। ନେତାଙ୍କ ଏକ ବୟାନ ଶୁଣି ତାଙ୍କୁ ଏଭଳି ଝଟ୍‌କା ଲାଗିଲା ଯେ ତାଙ୍କ ହାତରୁ ଦୁଗ୍ଧ ଭର୍ତ୍ତି ବାଲ୍ଟି ଖସି ପଡ଼ିଥିବା ସେ ଅଭିଯୋଗ ଆଣିଛନ୍ତି।

ଯୁବକଜଣଙ୍କ ହେଲେ ବିହାରର ସମସ୍ତିପୁର ଜିଲା ବାସିନ୍ଦା ମୁକେଶ କୁମାର। ସେ ରୋସଡା କୋର୍ଟରେ ରାହୁଲଙ୍କ ବିରୋଧରେ ଯାଚିକା ଦାଖଲ କରିଛନ୍ତି। ଗତ ସପ୍ତାହରେ ରାହୁଲଙ୍କ ‘ଭାରତୀୟ ରାଜ୍ୟ ବିରୋଧରେ ଲଢ଼େଇ’ନେଇ ମନ୍ତବ୍ୟ ଶୁଣି ତାଙ୍କୁ ଝଟ୍‌କା ଲାଗିଥିଲା। ସେ ଏଭଳି ଚମକି ପଡ଼ିଥିଲେ ଯେ ତାଙ୍କ ହାତରୁ ୫ ଲିଟର ଦୁଗ୍ଧ ଭର୍ତ୍ତି ବାଲ୍‌ଟି ଖସି ପଡ଼ିଥିଲା, ଯାହାର ମୂଲ୍ୟ ଲିଟର ପ୍ରତି ୫୦ ଟଙ୍କା ଥିଲା। ଏମିତିରେ ତାଙ୍କୁ ମୋଟ ୨୫୦ ଟଙ୍କା କ୍ଷତି ହୋଇଥିବା ସେ ଦାବି କରିିଛନ୍ତି।

ମୁକେଶ ଏହାକୁ ନେଇ ସମସ୍ତିପୁରରେ ଥିବା ସିଭିଲ୍‌ କୋର୍ଟରେ ଯାଚିକା ଦାୟର କରିଛନ୍ତି। ସେଥିରେ ରାହୁଲ ଗାନ୍ଧୀଙ୍କ ଉପରେ ଦେଶଦ୍ରୋହ ଏବଂ ଅନ୍ୟ ଅପରାଧିକ ଧାରା ଅନୁଯାୟୀ ମୋକଦ୍ଦମା ଚଳାଇବାକୁ ସେ ଦାବି କରିଛନ୍ତି। ରାହୁଲଙ୍କ ବୟାନ ଭାରତର ସାର୍ବଭୌମତ୍ୱକୁ ବିପଦରେ ପକାଇପାରେ। କୋର୍ଟ ଏହି ମାମଲାର ଫେବୃଆରୀ ୧୭, ୨୦୨୫ରେ ଶୁଣାଣି କରିବେ।

ମୁକେଶ କହିଛନ୍ତି ଯେ ରାହୁଲଙ୍କ ଭାଷଣ ଶୁଣି ତାଙ୍କ ଭାବନା ଆହତ ହୋଇଛନ୍ତି। ସମ୍ପୂର୍ଣ୍ଣ ମାମଲାରେ କୋର୍ଟକୁ ଦୃଷ୍ଟି ଦେବା ଉଚିତ। ଦେଶ ବିରୋଧରେ କେହି ଭୁଲ୍‌ ବୟାନ ଦେଲେ ନିଶ୍ଚିତ ଭାବେ ମନକୁ କଷ୍ଟ ହେବ। ଦେଶର ଜଣେ ସୁନାଗରିକ ଭାବେ ସେ ବୟାନକୁ ଅଗ୍ରହଣୀୟ ମନେ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

କହିରଖୁଛୁ, ଜାନୁଆରୀ ୨୫ରେ ଦିଲ୍ଲୀର ଇନ୍ଦିରା ଭବନ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ କର୍ମୀଙ୍କ ବୈଠକରେ ରାହୁଲ ସମ୍ବୋଧିତ କରିଥିଲେ। ସେ ନିଜର ଭାଷଣରେ କହିଥିଲେ, ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଆମ ଦେଶର ସମସ୍ତ ସଂଗଠନ ଉପରେ ନିୟନ୍ତ୍ରଣ ସ୍ଥାପନ କରିନେଇଛନ୍ତି । ଏବେ ଆମ ଲଢ଼େଇ ଭାଜପା ଏବଂ ଆର୍‌ଏସ୍‌ଏସ୍‌ ବିପକ୍ଷରେ ନୁହେଁ ବରଂ ‘ଭାରତୀୟ ରାଜ୍ୟ’ ବିରୋଧରେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?