Posted inଖେଳ

ଟି୨୦ରେ ୩୦୦ ରନ୍‌ କରିବୁ;ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗର୍ଜିଲେ…

ନୂଆଦିଲ୍ଲୀ,୨୧।୧: ଗତ ୨ ସିରିଜରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିଲେ ହେଁ ପରିବର୍ତ୍ତିତ ଫର୍ମାଟ ସହ ଏବେ ଦଳର ପ୍ରତିଟି ଖେଳାଳି ଉତ୍ସାହିତ ଅଛନ୍ତି। ଏଣୁ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଟି୨୦ ସିରିଜରେ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। କାରଣ ଉଭୟ ଦଳ ନିକଟରେ ପ୍ରଭାବୀ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ଏମିତିରେ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ଼ ବୟାନ ଦେଇଛନ୍ତି। ଟିମ୍‌ ଇଣ୍ଡିଆ ଟି୨୦ରେ ୩୦୦ ରନ୍‌ କରିପାରେ ବୋଲି ସେ କହିଛନ୍ତି।

ଷ୍ଟାର ସ୍ପୋଟ୍ସର ଏକ କାର୍ଯ୍ୟକ୍ରମରେ ପଚରାଯାଇଥିଲା ଯେ, କ’ଣ ଟି୨୦ରେ ୩୦୦ ରନ୍‌ ସ୍କୋର କରିବା ସହଜ। ଏହାକୁ ନେଇ ସୂର୍ଯ୍ୟକୁମାର କହିଥିଲେ ଯେ ୨୯୭ ରନ୍‌ ଦଳ କରିସାରିଛି। ଏମିତିରେ ୩୦୦ ରନ୍‌ ବେଶି ଦୂର ନୁହେଁ। ଏହାପରେ କେଉଁ ଟିମ୍‌ ପ୍ରଥମେ ଏହି ଉପଲବ୍ଧି ହାସଲ କରିବ ବୋଲି ପଚରାଯାଇଥିଲା। ଏଥିରେ ସୂର୍ଯ୍ୟକୁମାର ଭାରତୀୟ ଟିମ୍‌ ବୋଲି ଉତ୍ତର ଦେଇଥିଲେ। ଏବେ ତାଙ୍କର ଏହି ବୟାନ ଚର୍ଚ୍ଚାରେ ରହିଛି।

କହିରଖୁଛୁ, ଗତ ବର୍ଷ ଅକ୍ଟୋବରରେ ବାଲାଂଦେଶ ବିପକ୍ଷ ୩ୟ ଟି୨୦ରେ ଟିମ୍‌ ଇଣ୍ଡିଆ ୨୯୭ ରନ୍‌ କରିଥିଲା। ଏହି ମୁକାବିଲା ହାଇଦ୍ରାବାଦରେ ଖେଳାଯାଇଥିଲା, ଯେଉଁଠାରେ ସଞ୍ଜୁ ସାମସନ ୪୭ ବଲ୍‌ରେ ୧୧୧ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଦଳିଲା ରାଜନୈତିକ ମାନଚିତ୍ର: ପ୍ରଥମ ଥର ପାଇଁ ୨୧ ରାଜ୍ୟରେ ଗେରୁଆ, ୯୨ କୋଟି ଲୋକଙ୍କ ଉପରେ ଏନ୍‌ଡିଏର ଶାସନ

ନୂଆଦିଲ୍ଲୀ,୮।୨: ଦିଲ୍ଲୀରେ ବିଜୟ ପରେ, ଦେଶର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଏବେ ଦେଶର ୧୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ NDA...

ହଠାତ୍‌ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରି ଚମକାଇଲେ ଏହି ଖେଳାଳି, ଏବେ ଏହି ଟୁର୍ନାମେଣ୍ଟରେ ଖେଳିବେ

ନୂଆଦିଲ୍ଲୀ,୮।୨: ଭାରତରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ । ଦେଶରେ ଏହି ଖେଳକୁ ଏକ ଧର୍ମ ଭାବରେ ଦେଖାଯାଏ। ଭାରତୀୟମାମାନେ ଖେଳାଳିମାନଙ୍କୁ ବହୁତ ପ୍ରେମ...

କେବଳ ଟୁର୍ନାମେଣ୍ଟ ନୁହେଁ, ଭାରତକୁ ହରାଇବା ପ୍ରକୃତ ଚ୍ୟାଲେଞ୍ଜ; ପାକିସ୍ତାନ ଟିମ୍‌କୁ ଶେହବାଜଙ୍କ ପରାମର୍ଶ…

ନୂଆଦିଲ୍ଲୀ/ଇସଲାମାବାଦ, ୮।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ କିଛି ଦିନ ବାକି। ଏହାକୁ ନେଇ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ। ଏମିତିରେ ପାକିସ୍ତାନ...

ବାରବାଟୀରେ ଅଭ୍ୟାସ କଲା ଟିମ୍‌ ଇଣ୍ଡିଆ

କଟକ,୮।୨: ଜାରି ରହିଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ। ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରାଇ ଭାରତ ୧-୦ରେ ଆଗୁଆ ରହିଛି। ଫେବୃଆରୀ ୯ରେ କଟକର ବାରବାଟୀ...

ପିଲାଦିନର କୋଚଙ୍କୁ ନିଜ ଘର ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଆଜିକାଲି ଜଣେ କୋଚ ଭାବରେ ସମୟ ବିତାଉଛନ୍ତି। ସେ ଆଇପିଏଲ ଫ୍ରାଞ୍ଚାଇଜ ଗୁଜରାଟ...

ରୋହିତ ଶର୍ମାଙ୍କ ପାଇଁ ଶୁଭ ବାରବାଟୀ ଷ୍ଟାଡିୟମ: ମାତ୍ର ୨୪ ରନ୍‌ କଲେ ଭାଙ୍ଗିବେ ରେକର୍ଡ

କଟକ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସମସ୍ତ ପ୍ରଶଂସକଙ୍କ ନଜର ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ...

ବିଶ୍ୱବିଜେତା ଟିମ୍‌ଇଣ୍ଡିଆର ଖେଳାଳିଙ୍କୁ ବିସିସିଆଇ ଦେଲା ‘ଡାଏମଣ୍ଡ ରିଙ୍ଗ’: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୮।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଟିମ ଇଣ୍ଡିଆର ବିଜୟ ପରେ, ଏକ ବିଜୟ ପରେଡ ମଧ୍ୟ ଆୟୋଜନ...

ମହାପ୍ରଭୁଙ୍କ ଶରଣରେ ଭାରତୀୟ କ୍ରିକେଟର: ସକାଳୁ ସକାଳୁ କଲେ ଦର୍ଶନ

ପୁରୀ, ୭।୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri