Posted inଜାତୀୟ

ମହାକାଶରେ ବିରଳ ଦୃଶ୍ୟ, ପୃଥିବୀ ପାଖକୁ ମାଡି ଆସିଲେ ୪ଟି ଗ୍ରହ

ନୂଆଦିଲ୍ଲୀ,୨୧।୧: ,୨୧।୧: ମହାକାଶରେ ମହାଜାଗତିକ ଦୃଶ୍ୟ । ଗତ କିଛି ଦିନ ହେବ ଆମ ସୌରମଣ୍ଡଳର ୪ଟି ଗ୍ରହ ଶୁକ୍ର, ଶନି, ବୃହସ୍ପତି ଓ ମଙ୍ଗଳ ଗ୍ରହ ରାତି ଆକାଶରେ ଖାଲି ଆଖିରେ ଦୃଶ୍ୟମାନ ହେଉଛି। ଏହି ଗ୍ରହମାନଙ୍କ ସହିତ ୟୁରେନସ ଏବଂ ନେପଚୁନ ମଧ୍ୟ ଦେଖିବାକୁ ମିଳୁଛି। ଏହି ଛଅଟି ଗ୍ରହ ରାତି ଆକାଶରେ ଏକ ର୍ନିଦ୍ଦିଷ୍ଟ ସୀମାରେଖା ମଧ୍ୟରେ ଦୃଶ୍ୟମାନ ହେଉଥିବାରୁ, ତାହାକୁ ପ୍ଲାନେଟ ପ୍ୟାରେଡ କୁହାଯାଏ।

‘ପ୍ଲାନେଟ ପ୍ୟାରେଡ’ ଅର୍ଥ ହେଉଛି ସେହି ପରିସ୍ଥିତି ଯେତେବେଳେ ଆମ ସୌରମଣ୍ଡଳର ଅନେକ ଗ୍ରହ ରାତି ଆକାଶରେ ଏକ ସାଙ୍ଗରେ ଦୃଶ୍ୟମାନ ହୁଅନ୍ତି। ଆକାଶରେ ଗ୍ରହମାନଙ୍କର ଗତି ଭିନ୍ନ ଭିନ୍ନ ହୋଇଥାଏ। ସେମାନେ ଅନ୍ୟ ନକ୍ଷତ୍ରମାନଙ୍କ ତୁଳନାରେ ଭିନ୍ନ ହାରରେ ଗତି କରନ୍ତି। ଏଗୁଡ଼ିକ ସମସ୍ତେ ପ୍ରତିଦିନ ଆକାଶରେ ଦୃଶ୍ୟମାନ ହୁଅନ୍ତି ନାହିଁ, କିନ୍ତୁ ବେଳେବେଳେ ଏପରି ସ୍ଥିତି ଉପୁଜିଥାଏ ଯେ ଅନେକ ବା ସମସ୍ତ ଗ୍ରହ ଏକାସାଙ୍ଗରେ କିମ୍ବା ପରସ୍ପରର କିଛି ଘଣ୍ଟା ମଧ୍ୟରେ ଦୃଶ୍ୟମାନ ହୁଅନ୍ତି।

ନାସା ୱେବସାଇଟ ଅନୁଯାୟୀ, ଏହି ମଲ୍ଟି-ପ୍ଲାନେଟ ଦେଖିବାର ସୁଯୋଗ ଅତ୍ୟନ୍ତ ବିରଳ। ଶେଷ ଥର ପାଇଁ ୨୦୨୪ ମେ-ଜୁନ ମାସରେ ସୌରମଣ୍ଡଳର ସମସ୍ତ ଗ୍ରହ ସକାଳ ଆକାଶରେ ଦୃଶ୍ୟମାନ ହୋଇଥିଲା। ସୂଚନା ଅନୁଯାୟୀ, ଖାଲି ଆଖିରେ ଦୃଶ୍ୟମାନ ହେଉଥିବା ପଞ୍ଚମ ଗ୍ରହ ବୁଧ ଫେବୃଆରୀ ୨୦ ପରେ ସଂଧ୍ୟା ଆକାଶରେ ଦେଖାଯିବ।

ସୌରମଣ୍ଡଳରେ ୮ଟି ଗ୍ରହ ରହିଛି: ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ ଏବଂ ୟୁରେନସ । ସାତଟି ଗ୍ରହ ମଧ୍ୟରୁ ପାଞ୍ଚଟି ଗ୍ରହ ଖାଲି ଆଖିରେ ଦୃଶ୍ୟମାନ ହୁଏ। ସୂର୍ଯ୍ୟ ଓ ପୃଥିବୀଠାରୁ ସେମାନେ ଯେତିକି ଦୂରରେ ଅଛନ୍ତି, ସେଥିପାଇଁ ଅନ୍ୟ ଦୁଇଟିକୁ ଦେଖିବା ପାଇଁ କିଛି ମାତ୍ରାରେ ମାଗ୍ନିଫିକେସନର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (SOTO) ନାମକ ଏକ ସରକାରୀ ପ୍ଲାଟଫର୍ମ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ…

ଦିଗପହଣ୍ଡିରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍ୱପ୍ନାଦେଶ ପରେ ମାଟିତଳୁ ମିଳିଲା ମା’ କାଳୀଙ୍କ ମୂର୍ତ୍ତି, ଗାଁ ଲୋକଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?