ସମ୍ବଲପୁର ଡବଲ ମର୍ଡର: ୩ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ
ସମ୍ବଲପୁର,୭ା୧: ସମ୍ବଲପୁର ଜିଲା ବୁର୍ଲା ଥାନା ଆ.କଟାପାଲିରେ ଗତ ଶନିବାର ବିଳମ୍ବିତ ରାତିରେ ଟ୍ରକ୍ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ କୋର୍ଟ ଚାଲାଣ…
ଅନିତା ଆନନ୍ଦ କିଏ, ଯିଏ ହେବେ କାନାଡାର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଭାରତ ସହ ରହିଛି ସମ୍ପର୍କ
ଓଟାଓ୍ବା,୭।୧: ପ୍ରାୟ ଏକ ଦଶନ୍ଧି ଧରି ଶାସନ ପରେ ସୋମବାର (ଜାନୁଆରୀ ୬) ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇସ୍ତଫା ଦେଇଛନ୍ତି। ଏହି କାରଣରୁ ରାଜନୈତିକ ମହଲରେ ଉତ୍ତେଜନା ତୀବ୍ର ହୋଇଛି। ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଛି।…
ନିବେଶକ ହରାଇଲେ ୯ ଲକ୍ଷ କୋଟି
ମୁମ୍ବାଇ,୭।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଓ ନୂତନ ଚାଇନା ଭୂତାଣୁ ଏଚ୍ଏମ୍ପିଭିର ପ୍ରାଥମିକ ପ୍ରଭାବ ଯୋଗୁ ଭାରତୀୟ ପୁଞ୍ଜି ବଜାର ବେଶ୍ ପ୍ରଭାବିତ ହୋଇଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ…
ରସକିକ୍ ଗ୍ଲୁକୋ ଏନର୍ଜିର ଶୁଭାରମ୍ଭ
ମୁମ୍ବାଇ,୭।୧ (ଅଭୟ ଦାଶ): ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆର୍ସିପିଏଲ୍)ର ବହୁ ପ୍ରତୀକ୍ଷିତ ତଥା ଗୁଣାତ୍ମକ ମୃଦୁପାନୀୟ ବ୍ରାଣ୍ଡ୍ ‘ରସକିକ୍ ଗ୍ଲୁକୋ ଏନର୍ଜି’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ରସକିକ୍ ବର୍ତ୍ତମାନ ଆମ୍ବ, ଆପଲ୍, ମିକ୍ସଡ୍ ଫ୍ରୁଟ୍, ନଡିଆ ପାଣି ଏବଂ…
ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ: ଶାହା
ନୂଆଦିଲ୍ଲୀ,୭।୧: ଛତିଶଗଡ଼ର ବିଜାପୁର ଜିଲାରେ ସୋମବାର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍ଜି)ର ୮ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।…
ଡିସେମ୍ବରରେ ୧୦,୬୩୯ ୟୁନିଟ୍ ଟ୍ରାକ୍ଟର ବିକ୍ରି
ନୂଆଦିଲ୍ଲୀ,୭।୧: ଦେଶର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍ ‘ସୋନାଲିକା ଟ୍ରାକ୍ଟର୍ସ’ର ମାସିକ ଯାନ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଡିସେମ୍ବରରେ ବ୍ରାଣ୍ଡ୍ ମୋଟ ୧୦,୬୩୯ ୟୁନିଟ ଟ୍ରାକ୍ଟର ବିକ୍ରି ରେକର୍ଡ ହୋଇଥିଲାବେଳେ ଗତ ବର୍ଷ ସମାନ…
ସମୁଦ୍ରରେ ୧୫୦ କି.ମି. ପହଁରି ରେକର୍ଡ
ବିଶାଖାପାଟଣା: ବଙ୍ଗୋପସାଗରରେ ମାତ୍ର ୫ ଦିନ ମଧ୍ୟରେ ୧୫୦ କି.ମି ଦୂରତା ପହଁରି ଆନ୍ଧ୍ରପ୍ରଦେଶର ସନ୍ତରଣକାରୀ ଗୋଲି ଶ୍ୟାମଲା(୫୨) ଇତିହାସ ରଚିଛନ୍ତି। ପ୍ରଥମ ଏସୀୟ ମହିଳା ଭାବେ ତାଙ୍କୁ ଏହି ସଫଳତା ମିଳିଛି। ଏହି ଯାତ୍ରାକୁ ଶ୍ୟାମଲା ବିଶାଖାପାଟଣା ଉପକୂଳରୁ ଆରମ୍ଭ କରି…
‘ଏମର୍ଜେନ୍ସି’ ଟ୍ରେଲର ୨ ଜାରି
ମୁମ୍ବାଇ: ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ପ୍ରଥମ ଟ୍ରେଲର ତୁଳନାରେ ଦ୍ୱିତୀୟ ଟ୍ରେଲରରେ ବିରୋଧୀ ନେତାଙ୍କ ସହ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ରାଜନୈତିକ ତିକ୍ତତାକୁ ଅଧିକ ତୀବ୍ରତର ସହ…
ଦେଶ ଖୁବ୍ଶୀଘ୍ର ବୁଲେଟ୍ ଟ୍ରେନ ଦେଖିବ: ମୋଦି
ରାୟଗଡ଼ା,୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଡିଭିଜନ ହେଡକ୍ୱାର୍ଟର୍ସ ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୨୫ ବର୍ଷରେ ଯୋଗାଯୋଗ ଦ୍ରୁତଗତିରେ ହେବ। ବିକଶିତ ଭାରତର ସଂକଳ୍ପ ନେଇ ଆମେ କାର୍ଯ୍ୟ କରୁଛୁ। ୨୦୧୪ ରେ ଅନେକ ସ୍ବପ୍ନ ଦେଖି…
ବଢ଼ିଲା ତାପମାତ୍ରା, କୁହୁଡ଼ି ପାଇଁ ସତର୍କତା: ୬ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୭ା୧(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରି ଜାରି ରହିଥିଲେ ମଧ୍ୟ ୨ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା(ରାତି ତାପମାତ୍ରା) ପ୍ରାୟ ୨ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଆସନ୍ତା ୪ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ୨ରୁ ୪…
ଓଡ଼ିଶା ୩ ବର୍ଷ ପାଇଁ ଭାରତୀୟ ଖୋ ଖୋ ଦଳର ପ୍ରାୟୋଜକ
ଭୁବନେଶ୍ୱର,୭ା୧(ତପନ ସ୍ବାଇଁ): ସ୍ବଦେଶୀ କ୍ରୀଡ଼ାକୁ ପ୍ରୋତ୍ସାହିତ ଦେବା ଲାଗି ଭାରତୀୟ ଜାତୀୟ ଖୋ ଖୋ ଟିମ୍ ପାଇଁ ଓଡ଼ିଶା ୩ ବର୍ଷ ସକାଶେ ପ୍ରାୟୋଜକ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି, ଏ ନେଇ ରାଜ୍ୟ ସରକାର…
୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର: ସୁଧାର ଗୃହକୁ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୬ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଘଟଣାର ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁରସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତା ଓ ଅଭିଯୁଙ୍କ ଡାକ୍ତରୀ…
Archives


