Posted inଜାତୀୟ

ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ

ଇସଲାମାବାଦ,୪।୫: ପହଲଗାମ୍‌ ଆକ୍ରମଣ ପରେ ସୀମାରେ ଉତ୍ତେଜନା ବଢ଼ିଥିବାବେଳେ ପାକିସ୍ତାନ ୪୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷା କରିଥିବା ଦାବି କରିଛି। ସ୍ଥଳରୁ ସ୍ଥଳଭାଗକୁ ନିକ୍ଷେପ କରାଯାଇପାରୁଥିବା ଏହି ଆବଦଲି ଓ୍ବିପନ୍‌ ସିଷ୍ଟମ୍‌କୁ ଏକ ସମରାଭ୍ୟାସ ବେଳେ ପରୀକ୍ଷା କରାଯାଇଥିବା ଇସ୍‌ଲାମାବାଦ କହିଛି।

ପଡ଼ୋଶୀ ଦେଶ ଦ୍ୱାରା ଯେକୌଣସି ପ୍ରକାର ମିଶାଇଲ୍‌ ପରୀକ୍ଷାକୁ ଭାରତ ଗମ୍ଭୀର ଉତ୍ତେଜନା ସୃଷ୍ଟିକାରୀ ଭାବେ ଦେଖୁଥିବା ଏକ ସୂତ୍ରରୁ କୁହାଯାଇଛି। ସୈନ୍ୟମାନଙ୍କ ଆକ୍ରମଣ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ ପ୍ରମୁଖ ବୈଷୟିକ ମାପଦଣ୍ଡର ସତ୍ୟାସତ୍ୟ ଦର୍ଶାଇବା ଲକ୍ଷ୍ୟରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା ପାକ୍‌ ସରକାର କହିଛନ୍ତି।

ସୂଚନାଯୋଗ୍ୟ, ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେଖାରେ ନିୟମିତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତକୁ ଉସୁକାଇବାକୁ ଉଦ୍ୟମ କରିଆସୁଛି। ଭାରତ ପକ୍ଷରୁ ଏହାର ଠିକଣା ଜବାବ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପ୍ଲେକ୍ସ ଭିତରକୁ ପଶିଗଲା ଟ୍ରକ, ଆଉ ତା’ପରେ…

କୋରାପୁଟ,୪।୬(ଅମିତାଭ ବେହେରା): କୋରାପୁଟ ସହର ଦେଇଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଉପରେ ଥିବ ମୂର୍ତ୍ତି କମ୍ପ୍ଲେକ୍ସ ଭିତରକୁ ଗୁରୁବାର ଏକ ଟ୍ରକ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୪।୬: ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଅରୁଣାଚଳ ପ୍ରଦେଶରୁ ତାଇ ତାଗକଙ୍କୁ ପ୍ରାର୍ଥୀ କରିଛି। ଗୁଜୁରାଟରୁ, ରାଜୁଭାଇ ଶୁକ୍ଳା, ମୁକେଶଭାଇ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଆସିଲା ଦେବାଶିଷଙ୍କ ପ୍ରଥମ ପ୍ରତିକ୍ରିୟା, ଖୋଲି କହିଦେଲେ….

ଭୁବନେଶ୍ୱର,୪।୬: ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି । ଦେବାଶିଷ ସାମନ୍ତରାୟଙ୍କୁ ଟିକେଟ ଦେଇଛି ଭାଜପା ।…

ଟିମ ଇଣ୍ଡିଆକୁ ମିଳିବ ନୂଆ ବସ୍‌, ଶ୍ରେୟସ ଆୟାର ହେବେ ଅଧିନାୟକ! IPLରେ ରହିଛନ୍ତି ସୁପରହିଟ

ନୂଆଦିଲ୍ଲୀ,୪।୬: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆକୁ ନୂଆ ବସ୍‌ ମିଳିବାକୁ ଯାଉଛି। ଜୁନ ୨୬ରୁ ଆରମ୍ଭ ହେଉଥିବା ଆୟରଲାଣ୍ଡ ବିପକ୍ଷରେ ଏବଂ ଜୁଲାଇ ୧ରୁ ଆରମ୍ଭ ହେଉଥିବା…

ବିଶ୍ୱ ପରିବେଶ ଦିବସ; ୨୧ ଅନୁଷ୍ଠାନକୁ ପ୍ରକୃତି ମିତ୍ର, ୨୧ ଜଣଙ୍କୁ ମିଳିବ ପ୍ରକୃତି ବନ୍ଧୁ ପୁରସ୍କାର

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ତେଣୁ ବନ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

ବରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମିତ ତୋରଣ, ଟେଣ୍ଡର ପ୍ରକ୍ରିୟା ଉପରେ ଜିଲାପାଳଙ୍କୁ ଏହି ଦାବି କଲା ବିଜେଡି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ଓ ବକ୍ସ କଣ୍ଡୁଇଟ୍ ନିର୍ମାଣକୁ ବିଜୁ ଜନତା ଦଳ ସ୍ବାଗତ କରିଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ବ ଓ ଟେଣ୍ଡର…

କ୍ଷମତା ଚାଲିଯିବା ପରେ ଏ କେମିତି ଅବସ୍ଥା! ଖଟ ତଳେ ଲୁଚିଥିଲେ ଟିଏମସି ନେତା, ହଠାତ୍‌ ପହଞ୍ଚିଲା ପୋଲିସ, ଭିଡିଓ ଦେଖନ୍ତୁ…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ହାଇଡ୍ରାମା ଦେଖିବାକୁ ମିଳୁଛି। ବର୍ତ୍ତମାନ କୁଚବିହାର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ଗିରଫ ହେବେ ଖାନ୍‌ ସାର? କୋଚିଂ ସେଣ୍ଟରରେ ଫାୟାରିଂକୁ ନେଇ ସୁରକ୍ଷାକର୍ମୀଙ୍କ ସାଂଘାତିକ ଖୁଲାସା

ପାଟନା,୪।୬: ପାଟନାରୁ ଏହି ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏଜୁକେଟର ଖାନ ସାର୍‌ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂଚନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri