ବଦଳିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷାଫଳ ପୁନଃମୂଲ୍ୟାୟନ ପ୍ରକ୍ରିୟା

ଭୁବନେଶ୍ୱର,୪ା୫(ଅନୁରାଧା ମହାରଣା): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଖାତା ପୁନଃମୂଲ୍ୟାୟନ ପ୍ରକ୍ରିୟାରେ କେତେକ ପରିବର୍ତ୍ତନ ଆଣିଛି। ପରୀକ୍ଷାଫଳ ପ୍ରକାଶ ପରେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରୁଥିବା ଛାତ୍ରୀଛାତ୍ରଙ୍କୁ ପ୍ରଥମେ ଉତ୍ତର ଖାତାର ଫଟୋ କପି ମିଳିବ। ତା’ପରେ ରିଭାଲ୍ୟୁଏଶନ ହେବ।

ଛାତ୍ରୀଛାତ୍ରଙ୍କୁ ଅଧିକ ସ୍ବଚ୍ଛତା ଏବଂ ଆତ୍ମନିର୍ଭରଶୀଳତା ଦେବା ଲକ୍ଷ୍ୟରେ ଏହି ପରିବର୍ତ୍ତନ କରାଯାଇଛି। ଆଗକୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ଏପରିସ୍ଥିତିରେ ବୋର୍ଡର ଏହି ବଡ଼ ନିଷ୍ପତ୍ତିକୁ ଛାତ୍ରୀଛାତ୍ରମାନେ ସ୍ବାଗତ କରିଛନ୍ତି।

ନିଷ୍ପତ୍ତି ଅନୁସାରେ, ଛାତ୍ରୀଛାତ୍ର ପ୍ରଥମେ ସେମାନଙ୍କ ପରୀକ୍ଷା ଉତ୍ତରପତ୍ରର ଫଟୋକପି ଦେଖିପାରିବେ ଏବଂ ତା’ପରେ ହିଁ ସେମାନେ ମାର୍କ ଯାଞ୍ଚ କିମ୍ବା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ। ଏହାଦ୍ୱାରା ଛାତ୍ରୀଛାତ୍ର କେଉଁ ଉତ୍ତର ପାଇଁ କେତେ ମାର୍କ ମିଳିଛି ଏବଂ କେଉଁ ପ୍ରଶ୍ନ ପାଇଁ କେତେ କଟାଯାଇଛି ତାହା ଜାଣିପାରିବେ। ଏହା ମାର୍କ ଯାଞ୍ଚ କିମ୍ବା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପରିବେଶ ଦିବସ; ୨୧ ଅନୁଷ୍ଠାନକୁ ପ୍ରକୃତି ମିତ୍ର, ୨୧ ଜଣଙ୍କୁ ମିଳିବ ପ୍ରକୃତି ବନ୍ଧୁ ପୁରସ୍କାର

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ତେଣୁ ବନ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

ବରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମିତ ତୋରଣ, ଟେଣ୍ଡର ପ୍ରକ୍ରିୟା ଉପରେ ଜିଲାପାଳଙ୍କୁ ଏହି ଦାବି କଲା ବିଜେଡି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ଓ ବକ୍ସ କଣ୍ଡୁଇଟ୍ ନିର୍ମାଣକୁ ବିଜୁ ଜନତା ଦଳ ସ୍ବାଗତ କରିଥିବା ବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ବ ଓ ଟେଣ୍ଡର…

କ୍ଷମତା ଚାଲିଯିବା ପରେ ଏ କେମିତି ଅବସ୍ଥା! ଖଟ ତଳେ ଲୁଚିଥିଲେ ଟିଏମସି ନେତା, ହଠାତ୍‌ ପହଞ୍ଚିଲା ପୋଲିସ, ଭିଡିଓ ଦେଖନ୍ତୁ…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ହାଇଡ୍ରାମା ଦେଖିବାକୁ ମିଳୁଛି। ବର୍ତ୍ତମାନ କୁଚବିହାର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ଗିରଫ ହେବେ ଖାନ୍‌ ସାର? କୋଚିଂ ସେଣ୍ଟରରେ ଫାୟାରିଂକୁ ନେଇ ସୁରକ୍ଷାକର୍ମୀଙ୍କ ସାଂଘାତିକ ଖୁଲାସା

ପାଟନା,୪।୬: ପାଟନାରୁ ଏହି ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏଜୁକେଟର ଖାନ ସାର୍‌ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂଚନା ଅନୁଯାୟୀ,…

ଘେରିଲେଣି ବିରୋଧି, କହିଲେ ନିଶାନ୍ତ କାହିଁକି ‘ନିରବ’? ମୁଜାଫରପୁର ହସ୍ପିଟାଲ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ପରେ…

ପାଟନା,୪।୬: ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ବିହାରର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ICU ଅଗ୍ନିକାଣ୍ଡରେ ପାଞ୍ଚ ଜଣ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଅକ୍ଟୋବର ୧ରୁ ଏସବୁ ଗାଡ଼ିକୁ ମିଳିବନି ପେଟ୍ରୋଲ-ଡିଜେଲ କି CNG, ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ,୪।୬: ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (NCR) ରେ ବାୟୁ ପ୍ରଦୂଷଣ ବିରୋଧରେ ଏକ ର୍ନିଣ୍ଣାୟକ ଏବଂ ବଡ଼ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ‘No PUCC,…

ଜିତିଲା ଆମେରିକା, ଇରାନ ଉପରେ ଆଉ କରିବ ନାହିଁ ଆକ୍ରମଣ; ମାର୍କୋ ରୁବିଓ କହିଛନ୍ତି: ‘ଅପରେଶନ ଏପିକ ଫ୍ୟୁରି ଶେଷ’

ଓ୍ବାଶିଂଟନ,୪।୬: ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ବୁଧବାର ପୁଣି ଥରେ ଦାବି କରିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ ହୋଇଛି। ବିପରୀତରେ, ଘାତକ ଆକ୍ରମଣ…

କୋର୍ଟ ମ୍ୟାରେଜ୍‌ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…

ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri